Latest Odisha News

BREAKING NEWS

ଦାନ୍ତବିନ୍ଧା ଦୂର କରେ ଲବଙ୍ଗ ଚା’…

ସାଧାରଣତଃ ଚା’ ସମସ୍ତଙ୍କର ପସନ୍ଦ  । ଶୀତଦିନେ ଟିକିଏ ଅଧିକା ଚା’ ପିଇବାକୁ ସମସ୍ତେ ଭଲପାଇଥାନ୍ତି  । ଥଣ୍ଡା, ସର୍ଦି ହେବା ଏକ ସାଧାରଣ ସମସ୍ୟା। ସେଥିରୁ ଉପଶମ ପାଇବାକୁ କେତେଜଣ ଅଦା ଚା’ ପିଇଥାନ୍ତି । ଚା’ରେ ଅଦାରସ ସହ ଲବଙ୍ଗକୁ ଗୁଣ୍ଡ କରି ମିଶାଇ ପିଅନ୍ତୁ ଦେଖିବେ । ଚା’ର ସ୍ବାଦ ବେଶ୍ କଡ଼ା ଲାଗିବା ସହ ଥଣ୍ଡାଜନିତ ରୋଗରୁ ମଧ୍ୟ ଶରୀରକୁ ରକ୍ଷା କରିଥାଏ ।

ଶୀତରେ ଖାଦ୍ୟ ଭଲଭାବେ ହଜମ ହୁଏନି। ଲବଙ୍ଗ ଚା’ ପିଇଲେ ସେହି ସମସ୍ୟାରୁ ମଧ୍ୟ ମୁକ୍ତି ମିଳିଥାଏ ।

ପାଣିପାଗ ପରିବର୍ତ୍ତନ କାରଣରୁ ଏଇ ଦିନେ କେତେଜଣଙ୍କର ବାରମ୍ବାର କାଶ ହୁଏ । ସେଥିରୁ ରକ୍ଷା ପାଇବାକୁ ଚାହୁଁଥିଲେ ମହୁ ୧ ଚାମଚରେ ଲବଙ୍ଗ ଗୁଣ୍ଡ ଚିମୁଟାଏ ମିଶାଇ ଖାଇଲେ ଆରାମ ଲାଗିବ।
କେତେଜଣଙ୍କର ଏହି ଋତୁରେ ଦାନ୍ତ ବିନ୍ଧା ମଧ୍ୟ ବଢ଼ିଯାଏ। ଲବଙ୍ଗ ଚା’ ସକାଳ-ସଞ୍ଜରେ ଦୁଇଥର ପିଇଲେ ଯନ୍ତ୍ରଣା କମ୍ ହୁଏ।

Leave A Reply

Your email address will not be published.