Latest Odisha News

BREAKING NEWS

ଅବତାର ୨ ଫିଲ୍ମ ଦେଖିବା ଅବସରରେ ହାର୍ଟ ଆଟାକରେ ଚାଲିଗଲା ଜୀବନ

କାକିନାଡା: ଅବତାର ୨ ଫିଲ୍ମ ଦେଖିବା ଅବସରରେ ଜଣେ ଯୁବକଙ୍କ ହାର୍ଟ ଆଟାକରେ ମୃତ୍ୟୁ ଘଟିଛି । ପେଦ୍ଦାପୁରମ ସହରର ଲକ୍ଷ୍ମୀ ରେଡ୍ଡୀ ଶ୍ରୀନୁ ନାମକ ଯୁବକ ତାଙ୍କ ଭାଇଙ୍କ ସହ ଫିଲ୍ମ ଦେଖିବାକୁ ଯାଇଥିଲେ । ଫିଲ୍ମ ଦେଖିବା ସମୟରେ ଅଧିକ ମାତ୍ରାରେ ଉତେଜିତ ଏବଂ ଭାବପ୍ରବଣ ହେବା ଯୋଗୁ ଏହି ଦୁଃଖଦ ଘଟଣା ଘଟିଛି । ସେ ବେହୋଶ ହୋଇଯିବା ପରେ ତାଙ୍କୁ ସଙ୍ଗେ ସଙ୍ଗେ ଡାକ୍ତରଖାନାରେ ଭର୍ତି କରାଯାଇଥିଲା ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷିତ କରିଥିଲେ । ସେ ଜଣେ ବ୍ଲଡପ୍ରେସର ରୋଗୀ ଥିବାରୁ ଅଧିକ ଉତେଜିତ ଓ ଉତ୍ସାହତ ହେବା ତାଙ୍କ ପାଇଁ ଘାତକ ସାବ୍ୟସ୍ତ ହୋଇଥିଲା ।

ତାଙ୍କର ୨ଟି ଛୋଟ ପିଲା ଅଛନ୍ତି । ପୂର୍ବରୁ ୨୦୦୯ରେ ତାଇୱାନରେ ଜଣେ ୪୨ ବର୍ଷୀୟ ବ୍ୟକ୍ତି ଅବତାର ଫିଲ୍ମ ଦେଖୁଥିବା ବେଳେ ହୃଦଘାତରେ ମୃତ୍ୟୁବରଣ କରିଥିଲେ । ଅବତାର ୨ ଉଭୟ କ୍ରିଟିକ୍ସ ଏବଂ ପ୍ରଶଂସକଙ୍କୁ ବେଶ ପସନ୍ଦ ଆସିଛି । ପ୍ରଥମ ଦିବସରେ ଭାରତରେ ଏହା ଚମତ୍କାର ବ୍ୟବସାୟ କରିଛି । ବକ୍ସ ଅଫିସ ରିପୋର୍ଟ ଅନୁସାରେ ଏହା ପାଖାପାଖି ୪୨ କୋଟି ଟଙ୍କା ଆୟ କରିଛି ।

Comments are closed.