Latest Odisha News

ଜାନୁଆରୀରେ ୧୪ ଦିନ ବନ୍ଦ ରହିବ ବ୍ୟାଙ୍କ, ଜାଣନ୍ତୁ ପୂରା ଖବର…

ନୂଆଦିଲ୍ଲୀ : ଡିସେମ୍ବର ସରିଯାଉଥିବା ବେଳେ ଆସୁଛି ନୂଆ ବର୍ଷ ଅବା ଜାନୁଆରୀ ମାସ । ଆସନ୍ତା ଜାନୁଆରିରେ ୧୪ ଦିନ ବ୍ୟାଙ୍କ ବନ୍ଦ ରହିପାରେ । ତେବେ ଆପଣଙ୍କର ଯଦି ବ୍ୟାଙ୍କ ସମ୍ବନ୍ଧିତ କୌଣସି କାମ ଅଧୁରା ରହିଛି ତାକୁ ଖୁବ୍‌ ଶୀଘ୍ର ପୂରା କରନ୍ତୁ । ଏହାରି ଭିତରେ ନୂଆ ବର୍ଷର ପ୍ରାରମ୍ଭରେ ଜାଣନ୍ତୁ କେଉଁ ଦିନ ଗୁଡ଼କରେ ବ୍ୟାଙ୍କ ଛୁଟି ରହିବ ।

ଓଡ଼ିଶାରେ ଏହି ଦିନଗୁଡ଼ିକରେ ବ୍ୟାଙ୍କ ବନ୍ଦ ରହିବ ନା ନାହିଁ ତାହା ନିଶ୍ଚିତ ହୋଇନାହିଁ । କାରଣ ଏହି ମାସରେ ଏଭଳି କିଛି ପର୍ବପର୍ବାଣୀ ପଡ଼ୁଛି ଯେଉଁଥିପାଇଁ ଓଡ଼ିଶାରେ ବ୍ୟାଙ୍କ ଛୁଟି ରହିବ ।

ତେବେ ଆସନ୍ତୁ ଜାଣିବା କେଉଁ କେଉଁ ଦିନ ବନ୍ଦ ରହିବ ବ୍ୟାଙ୍କ…

-୧ ଜାନୁଆରୀ ୨୦୨୩ – ରବିବାର (ବ୍ୟାଙ୍କଗୁଡିକ ସମଗ୍ର ଦେଶରେ ବନ୍ଦ ରହିବ)

-ଜାନୁଆରୀ ୫, – ଗୁରୁ ଗୋବିନ୍ଦ ସିଂ ଜୟନ୍ତୀ

-୮ ଜାନୁଆରୀ – ରବିବାର

-୧୧ ଜାନୁଆରୀ – ବୁଧବାର (ମିଶନାରୀ ଦିନ ମିଜୋରାମରେ ବ୍ୟାଙ୍କଗୁଡିକ ବନ୍ଦ ରହିବ)

-୧୨ ଜାନୁଆରୀ – ଗୁରୁବାର (ସ୍ୱାମୀ ବିବେକାନନ୍ଦ ଜୟନ୍ତୀ ଉପରେ ପଶ୍ଚିମବଙ୍ଗରେ ବ୍ୟାଙ୍କଗୁଡିକ ବନ୍ଦ ରହିବ)

୧୪ ଜାନୁଆରୀ – ମକର ସଙ୍କ୍ରାନ୍ତି (ଦ୍ୱିତୀୟ ଶନିବାର)

ଜାନୁଆରୀ ୧୫ – ପୋଙ୍ଗଲ୍ / ମାଗ ବିହୁ / ରବିବାର (ସମସ୍ତ ରାଜ୍ୟ ପାଇଁ ଛୁଟିଦିନ)

ଜାନୁଆରୀ ୨୨  – ରବିବାର

ଜାନୁଆରୀ ୨୩ – ସୋମବାର – (ନତାଜୀ ସୁଭାଷ ଚନ୍ଦ୍ର ବୋଷ ଜୟନ୍ତୀ ଉପରେ ଆସାମରେ ବ୍ୟାଙ୍କଗୁଡିକ ବନ୍ଦ ରହିବ)

ଜାନୁୟାରୀ ୨୫ -ବୁଧବାର – (ରାଜ୍ୟ ଦିବସ ହେତୁ ହିମାଚଳ ପ୍ରଦେଶ ଛୁଟିଦିନ ପାଇବ)

ଜାନୁୟାରୀ ୨୬ – ଗୁରୁବାର – (ଗଣତନ୍ତ୍ର ଦିବସ ଅବସରରେ ବ୍ୟାଙ୍କ ସମଗ୍ର ଦେଶରେ ବନ୍ଦ ରହିବ)

ଜାନୁଆରୀ ୨୮ – ଚତୁର୍ଥ ଶନିବାର

ଜାନୁଆରୀ ୨ – ରବିବାର

ଜାନୁଆରୀ ୩୧- ମଙ୍ଗଳବାର -(ମି-ଡମ୍-ମି-ଫି କାରଣରୁ ଆସାମରେ ବ୍ୟାଙ୍କଗୁଡିକ ବନ୍ଦ ରହିବ)

୨୦୨୩ ଜାନୁଆରିରେ ନୂଆବର୍ଷ, ଗୁରୁ ଗୋବିନ୍ଦ ସିଂହ ଜୟନ୍ତୀ, ମିସନାରି ଡେ’, ସ୍ୱାମୀ ବିବେକାନନ୍ଦ ଜୟନ୍ତୀ, ମକର ସଂକ୍ରାନ୍ତୀ, ପୋଙ୍ଗଲ, ସାଧାରଣତନ୍ତ୍ର ଦିବସରେ ବ୍ୟାଙ୍କ ଛୁଟି ରହିବ। ପ୍ରତି ମାସର ସମସ୍ତ ରବିବାର ଏବଂ ଦ୍ବିତୀୟ ଓ ଚତୁର୍ଥ ଶନିବାର ବ୍ୟାଙ୍କ ବନ୍ଦ ରହୁଛି।

Comments are closed.