Latest Odisha News

ଗୋଟିଏ ମାସରେ ୫ଟି ସ୍ୱର୍ଣ୍ଣ ପଦକ ଜିତିଲେ ହିମା ଦାସ

ନୋଭ୍ ମେଷ୍ଟୋ (ଚେକ୍ ରିପବ୍ଲିକ): ଉଦୀୟମାନ ମହିଳା ଧାବିକା ହିମା ଦାସ ତାଙ୍କର ଚମତ୍କାର ଦୌଡ଼ ପ୍ରଦର୍ଶନ ଜାରି ରଖି ମାସକ ମଧ୍ୟରେ ୫ଟି ସ୍ୱର୍ଣ୍ଣ ପଦକ ଜିତିପାରିଛନ୍ତି । ସେ ଚେକ୍ ରିପବ୍ଲିକରେ ଅନୁଷ୍ଠିତ ହେଉଥିବା ଅନ୍ତର୍ଜାତୀୟ ପ୍ରତିଯୋଗିତାର ୪୦୦ ମିଟର ହର୍ଡ଼ଲ୍ସରେ ପ୍ରଥମ ସ୍ଥାନ ହାସଲ କରି ସ୍ୱର୍ଣ୍ଣ ଜିତିଛନ୍ତି ।

ହିମା ଶନିବାର ଦିନ ଅନୁଷ୍ଠିତ ହୋଇଥିବା ନୋଭ୍ ମେଷ୍ଟୋ ଗ୍ରାଁ ପ୍ରି ପ୍ରତିଯୋଗିତାରେ ଏହି ଦୌଡ଼କୁ ତାଙ୍କ ସର୍ବଶ୍ରେଷ୍ଠ ସମୟ ୫୨.୦୯ ସେକେଣ୍ଡରେ ସମାପ୍ତ କରିପାରିଛନ୍ତି । ଦେଖିବାକୁ ଗଲେ ହିମାଙ୍କର ବ୍ୟକ୍ତିଗତ ସର୍ବଶ୍ରେଷ୍ଠ ସମୟ ହେଉଛି, ୫୦.୭୯ ସେକେଣ୍ଡ । ସେ ଏହି ସମୟକୁ ୨୦୧୮ ଜାକର୍ତ୍ତା ଏସିଆଡ଼ରେ ହାସଲ କରିପାରିଥିଲେ ।

“ଆଜି ଚେକ୍ ରିପବ୍ଲିକରେ ୪୦୦ ମିଟର ଦୌଡ଼ରେ ଶ୍ରେଷ୍ଠ ବିବେଚିତ ହୋଇଛି,” ଦୌଡ଼ ଜିତିବା ପରେ ଏହା ଟ୍ୱିଟ୍ କରି କହିଛନ୍ତି ହିମା ।

ଆସାମର ଏହି ସ୍ପ୍ରିଣ୍ଟର୍ ୱାର୍ଲ୍ଡ ଆଥଲେଟିକ୍ସ ଚାମ୍ପିୟନସିପ୍ସରେ ଯୋଗ୍ୟତା ଅର୍ଜନ କରିପାରିନଥିଲେ ।

Leave A Reply

Your email address will not be published.