Latest Odisha News

BREAKING NEWS

ଜୀବିତ ଭାବି ଶ୍ମଶାନରୁ ପୁଅର ଶବକୁ ବୋହିନେଲେ ଡାକ୍ତରଖାନା

ପୁରୀ : କାନ୍ଦ ବୋବାଳିରେ ଫାଟି ପଡୁଥିଲା ସ୍ୱର୍ଗଦ୍ୱାର । ୧୫ବର୍ଷର ପୁଅକୁ ହରାଇ ଭାଙ୍ଗି ପଡ଼ିଥିଲେ ଜନ୍ମକଲା ମା,ବାପା  । ସ୍ଵର୍ଗଦ୍ୱାରରେ ଜୁଇରେ ପିଲାଟିକୁ ଦାହ କରିବାକୁ ଚାଲିଥିଲା ପ୍ରସ୍ତୁତି  । ହଠାତ କେହିଜଣେ ପିଲାଟି ବଞ୍ଚିଥିବାର ଅନୁଭବ କଲେ ।ସମସ୍ତେ ଯେମିତି ଚଳଚଞ୍ଚଳ ହେଇଗଲେ । ହେବେନି ବା କେମିତି ! ନିରୀହ ନିଷ୍ପାପ ଛୁଆଟି ଭଲକରି  ଦୁନିଆ ବି ଦେଖିନି । ଆଉ  ଆଖି ବୁଜି ଦେଇଛି ।

କେହି ଯେମିତି ଏକଥାକୁ ବିଶ୍ୱାସ କରୁନଥିଲେ ।ହେଲେ ପିଲାଟିର ବଞ୍ଚିଥିବା କଥାକୁ ସମସ୍ତେ ସହଜରେ ହଜମ କରିନେଲେ ।ତାପରେ ପିଲାଟିର ସମ୍ପର୍କୀୟ ମାନଙ୍କୁ ଲାଗିଲା ସତେ ଯେମିତି ପିଲାଟି ହାତ ଗୋଡ ହଲାଉଛି ଆଉ ନିଶ୍ୱାସ ବି ନେଉଛି । ପିଲାଟିର ଜୀବନ ବଞ୍ଚାଇବା ସ୍ୱର୍ଗଦ୍ୱାରରୁ ସିଧା ତାକୁ ନେଇ ଆସିଲେ ପୁରୀ ମୁଖ୍ୟ ଚିକିତ୍ସାଳୟ ।ସମସ୍ତଙ୍କ ମନରେ ଥିଲା ଯେ ପିଲାଟି ବଞ୍ଚିଯିବ ।

ଏହି ପିଲାଟିକୁ ପୂର୍ବରୁ ଡାକ୍ତର ମୃତ ଘୋଷଣା କରିଥିଲେ ।ସମସ୍ତେ ଏବେ ଏକପ୍ରକାର ଭାବିବାକୁ ଲାଗିଥିଲେ ଯେ ଡାକ୍ତର ତ୍ରୁଟି କରିଛନ୍ତି ।ହେଲେ ବିଧିର ବିଧାନ କେ କରିବ ଆନ ।ସେପଟେ ପିଲାଟିକୁ ଡାକ୍ତର ମୃତ ଘୋଷଣା କରୁଛନ୍ତି  ଆଉ ଏପଟେ ବାପମାଙ୍କର ବୁଝୁନି ମନ । ହେଲେ କେମିତି ଏଇ ଏବେ ତ ସେ ଗୋଡ଼ ହାତ ହଲାଉଥିଲା,ନିଶ୍ୱାସ ବି ନେଉଥିଲା,ସେ କେମିତି ମରିପାରିବ ଯେ ।ବାପା ମା,ସଂପର୍କୀୟଙ୍କ ସମେତ କେହି ବି ଯେମିତି ଆଉ  ମାନିବାକୁ ପ୍ରସ୍ତୁତ ନଥିଲେ ଯେ ସତରେ ସେ ଆଉ ନାହିଁ ବୋଲି । ହସ୍ପିଟାଲ କତ୍ତୃପକ୍ଷଙ୍କୁ ବି ଦୋଷ ଲଦିବାରେ ଲାଗିଯାଇଥିଲେ ।ହେଲେ ନିୟତି ର ବୋଧେ ଏଇୟା ବିଚାର ଥିଲା ।ଏବେ ତ ଆମକୁ ବି ଏମିତି ଅନୁଭବ ହେଉଛି ଯେମିତି ସତରେ ପିଲାଟି ଆଉଥରେ ବଞ୍ଚି ଯାଆନ୍ତାନି ।

ନିଷ୍ଠୁର ନିୟତି  ବାପା ମାଆଙ୍କର ଖୁସିକୁ  ପୁଣିଥରେ ଫେରେଇ ଦିଅନ୍ତାନି । ପୁଣିଥରେ ସେ ପରିବାରର ଲିଭିଯାଇଥିବା ହସ ଫେରି ଆସନ୍ତାନି।ଆଉ ସବୁ ଡାକ୍ତରୀ ପାଠ ଠାରୁ ଉର୍ଦ୍ଧରେ ଏକ ଐଶ୍ୱରୀୟ ଶକ୍ତି କାମ ଦିଅନ୍ତାନି !!ହେଲେ ନା ଆଉ ମଲା ପୁଅ ଫେରିବ ! ନା ତା ପରିବାରରେ ଖୁସିର ଲହର ଖେଳିବ ! ଭଗବାନ ତା ପରିବାରକୁ ଅସୀମ ଧୈର୍ଯ୍ୟ ଦିଅନ୍ତୁ ଏବଂ ତା ଆତ୍ମାକୁ ଶାନ୍ତି ଦିଅନ୍ତୁ ବୋଲି ସମସ୍ତେ ଭଗବାନଙ୍କ ପାଖରେ ଏଇ ଗୋଟିଏ ପ୍ରାର୍ଥନା କରିଥିଲେ ।

 

Comments are closed.