Latest Odisha News

BREAKING NEWS

ଶୀତଦିନେ ଅଙ୍ଗୁର ଖାଇବା ଦ୍ୱାରା ମିଳିଥାଏ ଏହି ଫାଇଦା…..

ପ୍ରତ୍ୟେକ ଫଳରେ କିଛି ନା କିଛି ଗୁଣ ଲୁଚି ରହିଥାଏ । ତେଣୁ ଖାଇବାରେ ଫଳ ସାମିଲ କରିବାକୁ କେବେ ଭୁଲିବେନି  । ଅଙ୍ଗୁରରେ ଆପଣଙ୍କୁ ଭରପୂର ମାତ୍ରାରେ କ୍ୟାଲୋରୀ, ଫାଇବର, ଭିଟାମିନ୍‌-ସି ଏବଂ ଭିଟାମିନ୍‌-ଇ ରହିଛି । ତେବେ ଅଙ୍ଗୁର ଖାଇବା ଦ୍ୱାରା ଆମ ପୋଷକ ତତ୍ତ୍ୱ ଉପରେ ପ୍ରଭାବ ପକାଇଥାଏ  । ଶୀତଦିନେ ଅଙ୍ଗୁର ଖାଇବା ସ୍ୱାସ୍ଥ୍ୟ ପାଇଁ ଲାଭ ଦାୟକ ହୋଇଥାଏ । ତେଣୁ କଳା ଅଙ୍ଗୁର ଡେଉ କି ଧଳା ଅଙ୍ଗୁର ଶୀତଦିନେ ଅଙ୍ଗୁର ଖାଆନ୍ତୁ  ।

-ଅଙ୍ଗୁରରେ ଭିଟାମିନ୍‌-ସି ରହିଛି। ତେଣୁ ଏହା ଥଣ୍ଡା, ସର୍ଦ୍ଦି ଭଳି ସମସ୍ୟାରୁ ରକ୍ଷା କରିବାରେ ସାହାଯ୍ୟ କରିଥାଏ। ଏଥିପାଇଁ ଶୀତଦିନେ ଅଙ୍ଗୁରର ସେବନ ଅବଶ୍ୟ କରିବା ଉଚିତ୍‌। କାରଣ ଏହି ଋତୁରେ ହିଁ ଲୋକମାନଙ୍କୁ ଅଧିକ ଥଣ୍ଡା, ସର୍ଦ୍ଦି ହୋଇଥାଏ।

– ଅଙ୍ଗୁରର ସେବନ ରକ୍ତଚାପକୁ କଣ୍ଟ୍ରୋଲ କରି ଉପଶମ ପ୍ରଦାନ କରିଥାଏ । ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ସପ୍ତାହରେ ୩ କିମ୍ବା ୪ ଦିନ ନିଶ୍ଚୟ ଅଙ୍ଗୁର ସେବନ କରନ୍ତୁ ।

-ଯଦି ଆପଣଙ୍କର ମାଇଗ୍ରେନ ସମସ୍ୟା ରହିଛି ତେବେ ଅଙ୍ଗୁର ଖାଇବା ଦ୍ୱାରା ଏହି ସମସ୍ୟା ଦୂର ହୋଇଥାଏ  ।

-ଅଙ୍ଗୁର ଖାଇବା ଦ୍ୱାରା ସୁଗାର କଣ୍ଟ୍ରୋଲ ହେବା ସଙ୍ଗେ ସଙ୍ଗେ କୋଷ୍ଠ କାଠିନ୍ୟ ସମସ୍ୟରୁ ମଧ୍ୟ ଉପଶମ ମିଳିଥାଏ  ।

– କେବଳ ଏତିକି ନୁହେଁ, ଅଙ୍ଗୁର ଏମିତି ଏକ ଫଳ, ଯାହାକୁ ଖାଇଲେ ଭୋକ ହେଉନଥିଲେ ଭୋକ ଲାଗିଥାଏ  । ଆଉ ଶରୀରର ଗ୍ରୋଥ ମଧ୍ୟ ହୋଇଥାଏ  ।

 

Comments are closed.