ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’
ଭାଷା ଚଳେନି ଆପେ ଆପେ
ଶବ୍ଦ, ଅକ୍ଷର କଲେ ବ୍ୟାପେ
ଲୋକେ କରଂତି ବ୍ୟବହାର
ଶୁଭେ ଓ ଦିଶେ ଅଂତଃସ୍ବର
ଭାଷା ମୂଳତଃ ଲୋକାଶ୍ରୟୀ
ଚଳଇ ତାଂକ ଅନୁଯାୟୀ
କ୍ଷଣ କ୍ଷଣକେ ହୁଏ ଆନ
ଚଳେନି ବିଧି କି ବିଧାନ
ଭାଷାର ଏହି ଅସ୍ଥିରତା
ଅଟେ ତହିଁର ପ୍ରାଣବତ୍ତା
ଭାଷାକୁ କରିଦେଲେ ସ୍ଥିର
କରିପାରେନି ଉପକାର
ନିଜର ସୁବିଧା ନିମଂତେ
ଯିଏ ପାରଂତି ଯାହା ମତେ
କରଂତି ଭାଷା ବ୍ୟବହାର
ସଭିଂକ ପାଇଁ ହିତକର
ବର୍ଣ ତ ଧ୍ବନିର ସ୍ବରୂପ
ତାହାର ବହୁବିଧ ରୂପ
ଏ ଓ A ଦିଶିଲେ ବି ଭିନ୍ନ
ସୂଚାଂତି ଏକମାତ୍ର ବର୍ଣ
ବିଶ୍ବ ଭାଷାର ବର୍ଣ ସଂଖ୍ୟା
ଠାରୁ ତ ଅକ୍ଷର ଅଧିକା
ଦିଅଂତି ସବୁଠାରେ ଦେଖା
ସୀମିତ ହୋଇନି ଅବିକା
ଅଧିକ ଅକ୍ଷର ଲିଖନ
କରିଲେ ଜନସାଧାରଣ
ସମୟ ହୁଏ ସିନା ନଷ୍ଟ
ଶବ୍ଦଟେ ହୁଏନାହିଁ ସ୍ପଷ୍ଟ
ଶବ୍ଦ ଶବଦ ଅବା ଶବ୍ଦ
ପ୍ରତିଟି ଭାଷାର ସଂପଦ
ଏହା ହୋଇଲେ ହୃଦ୍ବୋଧ
ଟଳିବ ଅନେକ ବିପଦ
ଗ୍ରହଣଶୀଳ ହେଲେ ଲୋକ
ଦେଖଂତି ଜ୍ଞାନର ଆଲୋକ
ତାହା ସୁଗମ୍ୟ କରେ ପଥ
ସହଜେ ଗଡ଼େ ଭାଷା ରଥ
Comments are closed.