କଟକ: ଓଡ଼ିଶା ପ୍ରସିଦ୍ଧ ଧବଳେଶ୍ୱର ପୀଠ ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିଲା । ଭକ୍ତଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିଛି ପ୍ରଶାସନ । ମହାନଦୀ ମଧ୍ୟରେ ନିର୍ମିତ ହୋଇଛି ଅସ୍ଥାୟୀ ରାସ୍ତା । ଝୁଲାପୋଲ ବଦଳରେ ଅସ୍ଥାୟୀ ରାସ୍ତାରେ ଶ୍ରଦ୍ଧାଳୁ ମାନେ ଯାଇ ବାବା ଧବଳେଶ୍ୱରଙ୍କୁ ଦର୍ଶନ କରିବେ ।ଏନେଇ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।
ପ୍ରଶାସନ ପକ୍ଷରୁ ଏହି ଅସ୍ଥାୟୀ ରାସ୍ତାକୁ ତିଆରି କରାଯାଇଥିବା ବେଳେ ଭକ୍ତଙ୍କ ପାଇଁ ହୋଇଛି ସ୍ୱତନ୍ତ୍ର ବ୍ୟବସ୍ଥା।ଶ୍ରଦ୍ଧାଳୁ ମାନେ ଯେପରି ସୁରକ୍ଷିତ ଭାବେ ଯାଇ ଧବଳେଶ୍ୱରଙ୍କୁ ଦର୍ଶନ କରିପାରିବେ ସେ ନେଇ ସମସ୍ତ ବ୍ୟବସ୍ଥା ହୋଇଛି। ଝୁଲାପୋଲର ସ୍ଥିତିକୁ ଦୃଷ୍ଟିରେ ରଖି ଶ୍ରଦ୍ଧାଳୁଙ୍କ ଯାତାୟାତକୁ ବାରଣ କରାଯାଇଛି ।ସେପଟେ ଝୁଲାପୋଲର ମରାମତି ପାଇଁ ନଭେମ୍ବର ୧ରୁ ଶ୍ରଦ୍ଧାଳୁଙ୍କ ଯାତାୟତ ବନ୍ଦ ରହିଥିଲା । ଧବଳେଶ୍ୱର ପୀଠ ଖୋଲିବା ନେଇ ଭକ୍ତଙ୍କ ମନରେ ଖୁସିର ଲହରୀ ଖେଳିଯାଇଛି ।
Comments are closed.