Latest Odisha News

BREAKING NEWS

ସାଉଥ ଫିଲ୍ମ ଶରଣରେ ଏବେ ଅଧା ବଲିଉଡ ଷ୍ଟାର

ମୁମ୍ବାଇ: ବଲିଉଡରେ ଗୋଟିଏ ପରେ ଗୋଟିଏ ଫିଲ୍ମ ଫ୍ଲପ ହେଉଥିବା ବେଳେ ଦକ୍ଷିଣ ଭାରତ ଫିଲ୍ମ ଇତିହାସ ରଚୁଛି । ଏହା ଦେଖି ଅଧା ବଲିଉଡ ଷ୍ଟାର ସାଉଥ ଫିଲ୍ମ ଶରଣରେ ପଶିଛନ୍ତି । ଫ୍ଲପ କ୍ୟାରିୟର ସଜାଡିବା ପାଇଁ ଶାହାରୁଖ ଖାଁଙ୍କଠାରୁ ଆରମ୍ଭ କରି ଅକ୍ଷୟ କୁମାର, ରଣବୀର କାପୁର ଓ ସଲମାନ ଖାଁ ବି ସାଉଥ ହେଲପ ନେଇଛନ୍ତି । ଦକ୍ଷିଣ ଭାରତର ନାମୀ ଦାମୀ ନିର୍ମାତା ଏଟଲୀ କୁମାରଙ୍କ ଜବାନରେ ଶାହାରୁଖ ଅଭିନୟ କରୁଛନ୍ତି । ତାଙ୍କ ସହ ନୟନତାରା ଓ ବିଜୟ ସେତୁପତି ଗୁରୁତ୍ୱପୂର୍ଣ୍ଣ ଭୂମିକା କରୁଛନ୍ତି । ଏହାର ମ୍ୟୁଜିକ ମଧ୍ୟ ସାଉଥର ଅନିରୁଦ୍ଧ ରବିଚନ୍ଦର ଦେଇଛନ୍ତି । ଲାଲ ସିଂ ଛଢ଼ା ଫ୍ଲପ ହେବା ପରେ ଅମୀର ଖାଁ କେଜିଏଫ ୨ର ନିର୍ଦ୍ଦେଶକ ପ୍ରଶାନ୍ତ ନୀଲଙ୍କ ସହ କାମ କରିବାକୁ ଯାଉଛନ୍ତି । ଏଥିରେ ଜୁନିୟର ଏନଟିଆର ହୀରୋ ହୋଇଥିବା ବେଳେ ଅମୀର ହେବେ ଭିଲେନ । କ୍ରମାଗତ ଫ୍ଲପ ଫିଲ୍ମ ଦେଇ ଚିନ୍ତାରେ ପଡିଥିବା ରଣବୀର ସିଂ ମଧ୍ୟ ସାଉଥ ମୁହାଁ ହୋଇଛନ୍ତି । ଶଙ୍କର ଏକ ବିଗ ବଜେଟ ଫିଲ୍ମରେ ସେ ଅଭିନୟ କରିବେ ।

ସେହିପରି ଅଜୟ ଦେବଗାନଙ୍କ ଭୋଲା ସାଉଥ ସୁପରହିଟ କୈଥୀର ରିମେକ । ଅକ୍ଷୟ କୁମାର ଜିଆର ଗୋପୀନାଥଙ୍କ ଜୀବନ ଉପରେ ପ୍ରେରିତ ସୋରାରାଇ ପୋଟରୁର ରିମେକରେ ନଜର ଆସିବେ । ରଣବୀର କାପୁରଙ୍କ ଆନିମଲ ଫିଲ୍ମ ମଧ୍ୟ ସାଉଥର ସନ୍ଦୀପ ରେଡଡୀ ବାଙ୍ଗା ନିର୍ଦ୍ଦେଶନା ଦେଉଛନ୍ତି । ସଲମାନ ତାଙ୍କ ହୋମ ପ୍ରଡକ୍ସନ କିସି କେ ଭାଇ କିସି କେ ଜାନରେ ରାମଚରଣ, ଭେଙ୍କଟେଶ ଓ ସଙ୍ଗୀତକାର ରବି ବସରୁରଙ୍କୁ ସାମିଲ କରିଛନ୍ତି । ଉଦୀୟମାନ ସୁପରଷ୍ଟାର କାର୍ତିକ ଆର୍ଯ୍ୟନ ମଧ୍ୟ ଏହି ଦୌଡରେ ପଛରେ ନାହାନ୍ତି । ସେ ତେଲୁଗୁ ବ୍ଲକବଷ୍ଟର ଅଲା ବୈକୁଂଠପୁରମୁଲର ରିମେକ ଶେହଜାଦରେ ଅଭିନୟ କରୁଛନ୍ତି ।

Comments are closed.