Latest Odisha News

BREAKING NEWS

ଡାକ୍ତରଖାନା ପରିସରରେ ଅଗ୍ନିକାଣ୍ଡ

ଅନୁଗୁଳ : ଡାକ୍ତରଖାନାର ଔଷଧ ଷ୍ଟୋର ରୁମରେ ଭୟାବହ ଅଗ୍ନିକାଣ୍ଡ ।  ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଅନୁଗୁଳ ଜିଲ୍ଲା କିଶୋରନଗର ଡାକ୍ତରଖାନା ପରିସରରେ । ଆଜି ସକାଳେ କିଶୋରନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡ୍ରଗ ହାଉସ ଭିତରୁ ଧୂଆଁ ବାହାରୁଥିବା ଦେଖିବାକୁ ମିଳିଥିଲା ।

ଦେଖୁଦେଖୁ  ଏହା ଆସ୍ତେ ଆସ୍ତେ ଜଳିବାକୁ ଲାଗିଲା ।  ଫଳରେ ମେଡ଼ିକାଲ କର୍ମଚାରୀ ଏହାକୁ ଆୟତ କରିବାକୁ ଚେଷ୍ଟା କରି ବିଫଳ ହୋଇଥିଲେ । ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ କରିଛି । ତେବେ ଏହି ଅଗ୍ନିକାଣ୍ଡ ଯାହା ଫଳରେ ଲକ୍ଷାଧିକ ଟଙ୍କାର ଔଷଧ ନଷ୍ଟ ହୋଇ ଯାଇଥିବା ଜଣାପଡ଼ିଛି ।

Leave A Reply

Your email address will not be published.