Latest Odisha News

BREAKING NEWS

ଫେବୃଆରୀରେ କଂଗ୍ରେସର ପାଓ୍ୱାର ଶୋ’, ଓଡ଼ିଶା ଆସିବେ ଖଡଗେ ଓ ପ୍ରିୟଙ୍କା ଗାନ୍ଧୀ

ଭୁବନେଶ୍ୱର: ବିଜେପି ଓ ବିଜେଡି ପରେ ଓଡ଼ିଶାରେ କଂଗ୍ରେସ କରିବାକୁ ଯାଉଛି ପାଓ୍ୱାର ଶୋ’। ଆସନ୍ତା ମାସରେ ରାଜ୍ୟ କଂଗ୍ରେସ ହାଥ ସେ ହାଥ ଯୋଡ କାର୍ଯ୍ୟକ୍ରମ କରିବାକୁ ଯାଉଛି। ଏହି ଅବସରରେ ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଏବଂ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଆସିବାର କାର୍ଯ୍ୟକ୍ରମ ରହିଛି। ଏ ନେଇ ସୂଚନା ଦେଇଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ।

ଏବେ ଦ୍ଵିତୀୟ ପର୍ଯାୟରେ ଓଡିଶା କଂଗ୍ରେସର ଭାରତ ଯୋଡୋ ଯାତ୍ରା ସୁନ୍ଦରଗଡ଼ରେ ପହଁଚିଛି। ଆସନ୍ତା 26ରୁ ବୁଥ ସ୍ତରୀୟ ସଂଗଠନକୁ ମଜବୁତ କରିବାକୁ ହାଥ ସେ ହାଥ ଯୋଡ କାର୍ଯ୍ୟକ୍ରମ ଆରମ୍ଭ କରିବ କଂଗ୍ରେସ। ଏହି କାର୍ଯ୍ୟକ୍ରମରେ ମଲ୍ଲିକାର୍ଜୁନ ଖଡ଼ଗେ ଓ ପ୍ରିୟଙ୍କା ଗାନ୍ଧୀଙ୍କୁ ଦଳ ଓଡ଼ିଶା ଆଣିବ। ଜାତୀୟ ସ୍ତରର ନେତାଙ୍କୁ ଆଣି କଂଗ୍ରେସ ନିଷ୍ଟ୍ରିୟ ହୋଇଯାଇଥିବା ତୃଣମୂଳ ସ୍ତରର କର୍ମୀଙ୍କୁ ସଞ୍ଜୀବନୀ ଦେବାକୁ ପ୍ରୟାସ କରିବ ବୋଲି ସୂଚନା ରହିଛି।

ଡିସେମ୍ବରରେ ବିଜେଡି ପ୍ରତିଷ୍ଠା ଦିବସ ପାଳନ ଅବସରରେ ଶକ୍ତି ପ୍ରଦର୍ଶନ କରିଥିବା ବେଲେ ଉଭୟ ଡିସେମ୍ବର ଏବଂ ଜାନୁଆରୀରେ କେନ୍ଦ୍ରମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ ବିଜେପିକୁ ଆହୁରି ସକ୍ରିୟ କରିଦେଇଛି। ହେଲେ କେଉଁଠି ନା କେଉଁଠି କଂଗ୍ରେସ ନିଷ୍ଚ୍ରିୟ ହୋଇଯାଇଥିବା ନେଇ ଯେଉଁ ଆକଳନ ହେଉଥିଲାକୁ ସେହି ଧାରଣାକୁ ଏବେ ମିଛ ବୋଲି ପ୍ରମାଣିତ କରିବାକୁ ଯାଉଛି କଂଗ୍ରେସ।

ଉଲ୍ଲେଖଯୋଗ୍ଯ, ମହମ୍ମଦ ମୋକିମ ଏବଂ ଅନ୍ୟ ନେତା ଏବେ ଦଳରେ ଥାଇ ମଧ୍ୟ କୋଣଠେସା ହୋଇ ରହିଛନ୍ତି। ଯେତେବେଳେ ଦିଲ୍ଲୀ ନେତାଙ୍କୁ ଆଣି ରାଜ୍ୟରେ ହାଥ ସେ ହାଥ ଯୋଡୋ କାର୍ଯ୍ୟକ୍ରମ ଜରିଆରେ କଂଗ୍ରେସ ମଜବୁତ ବେବାକୁ ଚାହୁଁଛି ସେହି ସମୟରେ ପ୍ରିୟଙ୍କା ଓ ଖଡେଗଙ୍କ ଓଡ଼ିଶା ଗସ୍ତ ଲାଭବାନ ଦେବ ବୋଲି କୁହାଯାଉଛି।

 

 

 

Comments are closed.