Latest Odisha News

BREAKING NEWS

ପାଟକୁରା ନିର୍ବାଚନ ଫଳାଫଳକୁ ନେଇ ସମୀକ୍ଷା କଲେ ନବୀନ

ଭୁବନେଶ୍ୱର: ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ନବୀନ ନିବାସରେ ବୁଧବାର ଦିନ ପ୍ରକାଶ ପାଇଥିବା ପାଟକୁରା ନିର୍ବାଚନୀ ଫଳାଫଳକୁ ନେଇ ସମୀକ୍ଷା କରିଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ବ୍ୟତିତ ଏହି ବୈଠକରେ ଦେବୀ ପ୍ରସାଦ ମିଶ୍ର, ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ପ୍ରଣବ ପ୍ରକାଶ ଦାସ, ଅତନୁ ସବ୍ୟସାଚୀ ନାୟକ, ପ୍ରତାପ ଦେବ ଓ ପ୍ରଫୁଲ୍ଲ ମଲ୍ଲିକ ପ୍ରମୁଖ ଉପସ୍ଥିତ ରହିଥିଲେ ।

ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ପ୍ରତାପ ଦେବ କହିଛନ୍ତି ଯେ, ପାଟକୁରା ନିର୍ବାଚନରେ ବିଜେଡି ବାଜିମାତ୍ କରିଥିବା ବେଳେ ଏଠାରେ ପ୍ରତ୍ୟେକ ବୁଥ୍ ତଥା ପଞ୍ଚାୟତରୁ କେତେ ଭୋଟ୍ ମିଳିଛି । ଏହାବ୍ୟତିତ ଆଗାମୀ ଦିନରେ ପାଟକୁରାରେ ସଙ୍ଗଠନକୁ ଆହୁରି ମଜଭୁତ କରିବା ସମ୍ପର୍କରେ ଏହି ବୈଠକରେ ଆଲୋଚନା କରାଯାଇଛି ।

Leave A Reply

Your email address will not be published.