ଭୁବନେଶ୍ୱର: ଶେଷ ହୋଇଛି ଅପେକ୍ଷା । ଐତିହ୍ୟ,ପରମ୍ପରା ସହ ସାହିତ୍ୟକୁ ଭଲ ପାଉଥିବା ଲୋକଙ୍କର ଭରପୂର ଉତ୍ସାହ ଓ ଆଗ୍ରହ ଭିତରେ ଶନିବାରଠାରୁ ଆରମ୍ଭ ହୋଇଛି ଡ଼ଟ୍ ଫେଷ୍ଟ ୨୦୨୩ । ଗୋଟିଏ ପଟେ ସାରା ରାଜ୍ୟରେ ପୁରୁଷ ହକି ବିଶ୍ୱକପ୍ର ଫିଭର ଛାଇ ହୋଇଯାଇଥିବା ବେଳେ ସେ ଭିତରେ ବି ଡ଼ଟ୍ ଫେଷ୍ଟର ପ୍ରଥମ ଦିନରେ ଉଭୟ ବକ୍ତା ଓ ଶ୍ରୋତାଙ୍କ ଭିତରେ ଥିଲା ଭରପୂର ଉତ୍ସାହ । କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଉଭୟ ଜାତୀୟ ଓ ଅନ୍ତର୍ଜାତୀୟସ୍ତରର କଥାକାରଙ୍କ ସହିତ ଉତ୍ସାହପୂର୍ଣ୍ଣ ମତ ବିନିମୟ କରିଥିଲେ ବିଭିନ୍ନ ବର୍ଗର ସାହିତ୍ୟ ଓ ସଂସ୍କୃତିପ୍ରେମୀ । ବିଶେଷକରି ଯୁବପିଢୀଙ୍କ ଭିତରେ ପରିଲକ୍ଷିତ ହୋଇଥିଲା ଅହେତୁକ ଆଗ୍ରହ । ଡ଼ଟ ଫେଷ୍ଟର ଉଦ୍ଘାଟନୀ ଦିବସରେ ଏକାଥରକେ ଚାରୋଟି ସ୍ଥାନରେ କାହାଣୀ ସହିତ ଶ୍ରୋତା ଓ ବକ୍ତାଙ୍କ ଭିତରେ ହୋଇଥିଲା ମତ ବିନିମୟ । ଏଥିପାଇଁ ଭୁବନେଶ୍ୱରର କଳାଭୂମି, ଇନ୍ଦିରାଗାନ୍ଧୀ ପାର୍କ, ବୁଦ୍ଧ ପାର୍କ ଓ ଅବଦୁଲ କାଲାମ ପାର୍କରେ ହୋଇଥିଲା ଏହି ଷ୍ଟୋରୀ ଟେଲିଂ ସେସନ ।
ଇନ୍ଧିରା ପାର୍କରେ ଆୟୋଜିତ କାର୍ଯ୍ୟକ୍ରମରେ ଆମେରିକୀୟ କଥାକାର ଆଂଟୋନିଓ ରୋଚା ପଶୁପକ୍ଷୀଙ୍କ ଚରିତ୍ରକୁ ଆଧାର କରି ଗଳ୍ପ ଅବତାରଣାରେ ଉପସ୍ଥିତ ଶ୍ରୋତାଙ୍କ ସହ ମତ ବିନିମୟ କରିଥିଲେ । ସେହିଭଳି ଜାପାନୀ ଲୋକଙ୍କ କଥା,ସାହିତ୍ୟ ଓ ଶୈଳୀକୁ ନେଇ ନୁପୂର ଅଗ୍ରୱାଲଙ୍କ ଉପାସ୍ଥାପନା ଥିଲା ବେଶ୍ ଗ୍ରହଣୀୟ । ପ୍ରଥମ ଦିନରେ ଓଡ଼ିଶାର ଲୋକକଥା ଓ ଚଳଣୀକୁ ଗପ ଶୈଳୀରେ ଉପସ୍ଥାପନା କରି ଶ୍ରୋତାଙ୍କ ଦୃଷ୍ଟି ଆକର୍ଷଣ କରିପାରିଥିଲେ କୁନା ତ୍ରିପାଠୀ । ସେହିଭଳି ହିନ୍ଦୀ ଭାଷାରେ ଜାତୀୟସ୍ତରର ପରିଚିତ କଥାକାର ନିଲେଶ ମିଶ୍ର ଶ୍ରୋତାମାନଙ୍କୁ ଦୀର୍ଘ ସମୟ ଧରି ନିଜ ବାକ୍ଚାତୁରୀରେ ବାନ୍ଧି ରଖି ପାରିଥିଲେ ।
କଥାକାର ଆଂଟୋନିୟ ରୋଚାଙ୍କ ମତରେ, ଗପ ମାଧ୍ୟମରେ ମତ ବିନିମୟ କରିବା ପାଇଁ ଭରପୂର ସୁଯୋଗ ରହିଛି । ଗତ ୩୦ ବର୍ଷ ହେଲା ଆଗ୍ରହର ସହିତ ମୁଁ ଏହି କାର୍ଯ୍ୟ କରି ଆସୁଛି । ବାସ୍ତବରେ ଶ୍ରୋତାଙ୍କ ରୁଚିକୁ ପ୍ରାଥମିକତା ଦେଇ ଗପ ମାଧ୍ୟମରେ ମତ ବିନିମୟ କଲେ ଏହା ବିଶେଷ ଆଦୃତ ହୋଇଥାଏ , ଯାହା ମୁଁ ମୋ ଅଭିଜ୍ଞତାରୁ ହାସଲ କରିଛିି । ଜଣେ ଷ୍ଟୋରୀ ଟେଲର ବା କଥାକାର ପାଇଁ ପ୍ରାଥମିକତା ହେଲା ଶ୍ରୋତା ବା ଦର୍ଶକଙ୍କ ଗ୍ରହଣୀୟତା ।
ଭୁବନେଶ୍ୱରରେ ଆରମ୍ଭ ହୋଇଥିବା ଡ଼ଟ୍ ଫେଷ୍ଟ ୨୦୨୩ର ପ୍ରଥମ ସଂସ୍କରଣ ୨୦୧୮ ମସିହାରେ ଏକ ମହତ୍ ଉଦେଶ୍ୟ ନେଇ ଆରମ୍ଭ କରାଯାଇଥିଲା । ଏହାଭିତରେ ୪ ବର୍ଷରୁ ଅଧିକ ସମୟ ବିତିଛି । ଏଥର ବି ବିଭିନ୍ନ ବର୍ଗର ଲୋକଙ୍କ ପାଇଁ ଆଗ୍ରହର କେନ୍ଦ୍ର ହୋଇପାରିଛି ଏହି ଉତ୍ସବ । ଏଥର ଡ଼ଟ୍ ଫେଷ୍ଟର ଅନ୍ୟତମ ଆକର୍ଷଣ ହେଲା ସ୍ୱତନ୍ତ୍ର ଫଟୋ ପ୍ରଦର୍ଶନୀ । ଖାସ୍ କରି ଭୁବନେଶ୍ୱର ସହରର ପୁରୁଣା ଓ ନୂଆ ସ୍ମୃତିକୁ ତାଜା କରିପାରିଛି ଏହି ପ୍ରଦର୍ଶନୀ । ୧୮୬୦ ମସିହାରୁ ଏ ପର୍ଯ୍ୟନ୍ତ ଭୁବନେଶ୍ୱରର ଉତ୍ଥାନ ଓ ସମ୍ପ୍ରସାରଣର ସ୍ମତିକୁ ଏହି ଫଟୋ ପ୍ରଦର୍ଶନୀ ମାଧ୍ୟମରେ ପ୍ରଦର୍ଶିତ କରାଯାଇଛି ।
BREAKING NEWS
- ଆଇପିଏଲ: ଆୟାରଙ୍କ କମାଲ, ଫାଇନାଲରେ କେକେଆର
- କଣ୍ଟାମାଳ ବିଧାନସଭା ଆସନର ୨ଟି ବୁଥରେ ପୁନଃ ମତଦାନ ପାଇଁ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ
- ଧୋନୀଙ୍କ ଅବସର ନେଇ ମୁହଁ ଖୋଲିଲେ ସିଏସକେ ସିଇଓ
- ଆଇପିଏଲ: କ୍ୱାଲିଫାୟରରେ ହାଇଦ୍ରାବାଦର ବ୍ୟାଟିଂ ବିପର୍ଯ୍ୟୟ
- ପୁଣି ଫେରିଲା କରୋନା, ଚିହ୍ନଟ ହେଲା କୋଭିଡର ନୂଆ ଭାରିଆଣ୍ଟ
- ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ: ଘଡ଼ଘଡ଼ି ସହ ପ୍ରବଳ ବର୍ଷିବ, ମତ୍ସଜୀବୀଙ୍କୁ ସମୁଦ୍ର ମନା
- ବଢୁଛି ରାହୁଲଙ୍କ ଅଡୁଆ, ଜୁନ ୧୧ରେ ହାଜର ହେବାକୁ ସମନ ଜାରି କଲା କୋର୍ଟ
- ବିଜେପି ୪୦୦ ନୁହେଁ ୩୦୦ ଭିତରେ ରହିବ: ପ୍ରଶାନ୍ତ କିଶୋର
- ମହାପ୍ରଭୁଙ୍କ ଅଳଙ୍କାର ସୁରକ୍ଷିତ ଅଛି ବୋଲି ପାଣ୍ଡିଆନ ନିଶ୍ଚିତ କରିପାରିବେ କି: ସମୀର ମହାନ୍ତି
- ବୁର୍ଲା ଭୀମସାରରେ ଅଗ୍ନିକାଣ୍ଡ; କାରଣ ଅସ୍ପଷ୍ଟ