ଲୋଇସିଆନା: ଆମେରିକାର ସୁନ୍ଦରୀ ଆର୍ ବୋନି ଗାବ୍ରିଏଲ୍ ଜିତିଲେ ମିସ୍ ୟୁନିଭର୍ସ-୨୦୨୨ ଟାଇଟଲ । ଶନିବାର ଆମେରିକାର ଲୋଇସିଆନାଠାରେ ଆୟୋଜିତ ସ୍ବତନ୍ତ୍ର ସମାରୋହରେ ମିସ୍ ୟୁନିଭର୍ସ ମୁକୁଟ ପିନ୍ଧିଛନ୍ତି ଗାବ୍ରିଏଲ୍ ।
View this post on Instagram
୭୧ତମ ବ୍ରହ୍ମାଣ୍ଡ ସୁନ୍ଦରୀ ଭାବେ ଗାବ୍ରିଏଲ୍ଙ୍କୁ ୨୦୨୧ ବ୍ରହ୍ମାଣ୍ଡ ସୁନ୍ଦରୀ ବିଜେତା ଭାରତର ହରନାଜ ସିନ୍ଧୁ ମୁକୁଟ ପିନ୍ଧାଇଛନ୍ତି । ୨୦୨୨ ବ୍ରହ୍ମାଣ୍ଡ ସୁନ୍ଦରୀ ପ୍ରତିଯୋଗିତାରେ ୮୪ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ । ହେଲେ ନିଜର ସୌନ୍ଦର୍ଯ୍ୟ ଓ ବୁଦ୍ଧି ବଳରେ ସମସ୍ତଙ୍କୁ ପଛରେ ପକାଇ ବ୍ରହ୍ମାଣ୍ଡ ସୁନ୍ଦରୀ ମୁକୁଟ ପିନ୍ଧିଛନ୍ତି ଗାବ୍ରିଏଲ ।
View this post on Instagram
ଗ୍ରାବିଏଲ ଜଣେ ପ୍ରତିଷ୍ଠିତ ଫ୍ୟାଶନ ଡିଜାଇନର, ମଡେଲ । ୟୁନିଭର୍ସିଟି ଅଫ ନର୍ଥ ଟେକ୍ସାସରୁ ସେ ଫ୍ୟାଶନ ଡିଜାଇନରେ ବ୍ୟାଚଲର ଡିଗ୍ରୀ ହାସଲ କରିଛନ୍ତି ।ଗାବ୍ରିଏଲ ତାଙ୍କ ନିଜସ୍ବ ବ୍ରାଣ୍ଡ ଆର ବୋନି ନୋଲାର ସିଇଓ ଅଛନ୍ତି । ମିସ୍ ଭେନଜୁଏଲା ପ୍ରଥମ ରନର୍ସଅପ ହୋଇଥିବା ବେଳେ ମିସ୍ ଡୋମିନିକାନ ରିପବ୍ଲିକ ଦ୍ବିତୀୟ ରନର୍ସ ଅପ ଟାଇଟେଲ ଜିତିଛନ୍ତି ।
Comments are closed.