ଭୁବନେଶ୍ୱର:ଏକ ମଦ କମ୍ପାନିର ୯୦୦ ପେଟି ମଦ ହରଣଚାଲ କରିନେଲେ। ୭୫୦ ପେଟି ମଦ ବିକି ଅୟସ କରୁଥିଲେ। ଶେଷରେ ପୁଲିସ ହାତରେ ଧରା ପଡ଼ିଗଲେ। ପରିବହନ ଆଳରେ ଲକ୍ଷ ଲକ୍ଷ ଟଙ୍କାର ମଦ ହରଣଚାଲ କରିଥିବା ଜଣେ ହତ୍ୟା ଅପରାଧୀ ସମେତ ୩ ଜଣଙ୍କୁ ଗିରଫ କରିଛି ତମାଣ୍ଡୋ ଥାନା ପୁଲିସ। ସେମାନେ ହେଲେ ଅନୁଗୋଳ ହେମସରପଡ଼ାର ସୋନୁ କୁମାର ଜେନା(୩୩), ଖୋର୍ଦ୍ଧା ବୋଲଗଡ଼ ଥାନା ଛୋଟରାୟପୁର ପାଟଣାର ଭାସ୍କର ଚନ୍ଦ୍ର ସାମନ୍ତରାୟ(୩୧) ଓ ସେହି ଗ୍ରାମର ବିଶ୍ଵଜିତ
ମହାତି(୧୯) ।
ପୁଲିସ ସେମାନଙ୍କ ଠାରୁ ଏକ ଟ୍ରକ୍ସ ସମେତ ୧୫୦ ପେଟି ମଦ ଜବତ କରିଛି। ଏହି ମାମଲାରେ ସଂପୃକ୍ତ ଅନ୍ୟ ୨ ଅପରାଧୀ ଫେରାର ଅଛନ୍ତି। ସେମାନଙ୍କୁ ଗିରଫ କରିବା ପାଇଁ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ ଚଳାଇଛି।
ପୁଲିସ ସୂଚନା ଅନୁଯାୟୀ, ତମାଣ୍ଡୋ ଥାନା ଅନ୍ତର୍ଗତ ଭଗବବାନପୁର ଶିଳ୍ପାଞ୍ଚଳରେ ଷ୍ଟାଇଲ ଓରିଏଣ୍ଟାଲ୍ବ ଟଲିଂ ନାମରେ ଏକ ବିଦେଶୀ ମଦ ଉତ୍ପାଦନକାରୀ କମ୍ପାନି ରହିଛି। ଏହା ପରିବହନ ସଂସ୍ଥା ମାଧ୍ୟମରେ ଓଡ଼ିଶାରେ ଥିବା ବିଭିନ୍ନ ସରକାରୀ ଡିପୋଗୁଡ଼ିକୁ
ପରିବହନ କରୁଛି । ଏହି ପରିବହନ କମ୍ପାନି ମଧ୍ୟରୁ ୱେଲକମ ଏଣ୍ଟରପ୍ରାଇଜେସ୍ ଅନ୍ୟତମ। ଗତ ୫ ତାରିଖରେ ଓରିଏଣ୍ଟାଲ ବଟଲିଂ କାରଖାନା ରାଜ୍ୟର ବିଭିନ୍ନ ସ୍ଥାନକୁ ବିଦେଶୀ ମଦ ପରିବହନ ପାଇଁ ୩ଟି ଦଶ ଚକିଆ ଟ୍ରକ୍ ୱେଲକମ୍ ଏଣ୍ଟରପ୍ରାଇଜେସ୍କୁ ଅର୍ଡର କରିଥିଲା। ୱେଲକମ୍ ଏଣ୍ଟରପ୍ରାଇଜେସ୍ର ପବିତ୍ର କୁମାର ସାହାଣୀ ଓ ତାଙ୍କ ସହ କର୍ମୀ ପ୍ରଭାତ ବିକ୍ରିତା ଭାବେ କାମ କରୁ ଥିଲେ । ଗିରଫ ହେଇଥିବା ସୋନୁ ଜଣେ ପେସାଦାର ଅପରାଧୀ ।
BREAKING NEWS
- କେମିତି କରବେ E-Fasting …?
- ୩୭ତମ ସବ ଜୁନିୟର ଜାତୀୟ ବ୍ୟାଡ଼ମିଣ୍ଟନ ଚମ୍ପିୟାନସିପ୍; ବାଳିକା ସିଙ୍ଗଲ ୧୫ ଓ ୧୭ ବର୍ଷରୁ କମ୍ ବର୍ଗ ସେମିଫାଇନାଲରେ ଓଡ଼ିଆ ଖେଳାଳୀ
- ଲଣ୍ଡନରେ ଶାହରୁଖ ଓ କାଜୋଲଙ୍କ ବ୍ରୋଞ୍ଜ ପ୍ରତିମା ଉନ୍ମୋଚନ
- ବାଲ୍ୟବିବାହ ମୁକ୍ତ ଭାରତ ପାଇଁ ସଚେତନତା ଅଭିଯାନ ଆରମ୍ଭ
- ପୁରୁଣା ଆପାର୍ଟମେଣ୍ଟ ବିକ୍ରି ନିୟମକୁ ସହଜ କଲେ ଓଡ଼ିଶା ସରକାର
- ପୁଟିନଙ୍କ ବିମାନ ଉପରେ ସାରା ବିଶ୍ୱର ନଜର, ଜାଣନ୍ତୁ କେତେ ଜଣ କଲେ ଲାଇଭ୍ ଟ୍ରାକ୍..
- ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ: କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା
- ହେଡେନଙ୍କୁ ଉଲଗ୍ନ ହେବାରେ ବଂଚାଇ ଦେଲେ ରୁଟ
- ପୁଟିନଙ୍କ ପାଇଁ ପ୍ରୋଟୋକଲ ଭାଙ୍ଗିଲେ ମୋଦି…
- କଳିଙ୍ଗା ଘାଟିର ଦୁର୍ଘଟଣା ପ୍ରବଣ ଚିହ୍ନଟ ସ୍ଥାନରେ ଲାଗିଲା ଭେଇକଲ ସେନ୍ସର୍ ଆଲର୍ଟ ଯନ୍ତ୍ର
Comments are closed.