ଭୁବନେଶ୍ୱର:ଏକ ମଦ କମ୍ପାନିର ୯୦୦ ପେଟି ମଦ ହରଣଚାଲ କରିନେଲେ। ୭୫୦ ପେଟି ମଦ ବିକି ଅୟସ କରୁଥିଲେ। ଶେଷରେ ପୁଲିସ ହାତରେ ଧରା ପଡ଼ିଗଲେ। ପରିବହନ ଆଳରେ ଲକ୍ଷ ଲକ୍ଷ ଟଙ୍କାର ମଦ ହରଣଚାଲ କରିଥିବା ଜଣେ ହତ୍ୟା ଅପରାଧୀ ସମେତ ୩ ଜଣଙ୍କୁ ଗିରଫ କରିଛି ତମାଣ୍ଡୋ ଥାନା ପୁଲିସ। ସେମାନେ ହେଲେ ଅନୁଗୋଳ ହେମସରପଡ଼ାର ସୋନୁ କୁମାର ଜେନା(୩୩), ଖୋର୍ଦ୍ଧା ବୋଲଗଡ଼ ଥାନା ଛୋଟରାୟପୁର ପାଟଣାର ଭାସ୍କର ଚନ୍ଦ୍ର ସାମନ୍ତରାୟ(୩୧) ଓ ସେହି ଗ୍ରାମର ବିଶ୍ଵଜିତ
ମହାତି(୧୯) ।
ପୁଲିସ ସେମାନଙ୍କ ଠାରୁ ଏକ ଟ୍ରକ୍ସ ସମେତ ୧୫୦ ପେଟି ମଦ ଜବତ କରିଛି। ଏହି ମାମଲାରେ ସଂପୃକ୍ତ ଅନ୍ୟ ୨ ଅପରାଧୀ ଫେରାର ଅଛନ୍ତି। ସେମାନଙ୍କୁ ଗିରଫ କରିବା ପାଇଁ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ ଚଳାଇଛି।
ପୁଲିସ ସୂଚନା ଅନୁଯାୟୀ, ତମାଣ୍ଡୋ ଥାନା ଅନ୍ତର୍ଗତ ଭଗବବାନପୁର ଶିଳ୍ପାଞ୍ଚଳରେ ଷ୍ଟାଇଲ ଓରିଏଣ୍ଟାଲ୍ବ ଟଲିଂ ନାମରେ ଏକ ବିଦେଶୀ ମଦ ଉତ୍ପାଦନକାରୀ କମ୍ପାନି ରହିଛି। ଏହା ପରିବହନ ସଂସ୍ଥା ମାଧ୍ୟମରେ ଓଡ଼ିଶାରେ ଥିବା ବିଭିନ୍ନ ସରକାରୀ ଡିପୋଗୁଡ଼ିକୁ
ପରିବହନ କରୁଛି । ଏହି ପରିବହନ କମ୍ପାନି ମଧ୍ୟରୁ ୱେଲକମ ଏଣ୍ଟରପ୍ରାଇଜେସ୍ ଅନ୍ୟତମ। ଗତ ୫ ତାରିଖରେ ଓରିଏଣ୍ଟାଲ ବଟଲିଂ କାରଖାନା ରାଜ୍ୟର ବିଭିନ୍ନ ସ୍ଥାନକୁ ବିଦେଶୀ ମଦ ପରିବହନ ପାଇଁ ୩ଟି ଦଶ ଚକିଆ ଟ୍ରକ୍ ୱେଲକମ୍ ଏଣ୍ଟରପ୍ରାଇଜେସ୍କୁ ଅର୍ଡର କରିଥିଲା। ୱେଲକମ୍ ଏଣ୍ଟରପ୍ରାଇଜେସ୍ର ପବିତ୍ର କୁମାର ସାହାଣୀ ଓ ତାଙ୍କ ସହ କର୍ମୀ ପ୍ରଭାତ ବିକ୍ରିତା ଭାବେ କାମ କରୁ ଥିଲେ । ଗିରଫ ହେଇଥିବା ସୋନୁ ଜଣେ ପେସାଦାର ଅପରାଧୀ ।
BREAKING NEWS
- Scrub Typhus :ଥମୁନି ସ୍କ୍ରବ୍ ଟାଇଫସ୍ ସଂକ୍ରମଣ, ଏହି ଜିଲ୍ଲାରେ ୮୦୦ ପାର୍ ଆକ୍ରାନ୍ତ
- ଭୟଭୀତ ହେଲେଣି ବ୍ୟବସାୟୀ! ଟଙ୍କା ଦେବାକୁ ପଡ଼ିବ ବୋଲି UPI ପେମେଣ୍ଟକୁ ନା! ଲାଗିଲାଣି ‘No UPI, Only Cash’ ବୋର୍ଡ!
- ରାଜ୍ୟସଭା କ୍ରସ୍ ଭୋଟିଂ ମାମଲା: ସେପ୍ଟେମ୍ବର ୨୯କୁ ପରବର୍ତ୍ତୀ ଶୁଣାଣି
- PM’s UPI Payment: ଜାଣନ୍ତୁ ନିଜେ କେବେ ଅନଲାଇନ୍ ପେମେଣ୍ଟ କରିଥିଲେ ପ୍ରଧାନମନ୍ତ୍ରୀ ମୋଦି? ଏପର୍ଯ୍ୟନ୍ତ କେତେ ଟଙ୍କା କରିଛନ୍ତି UPI…
- ୫ ବର୍ଷ ଧରି ବନ୍ଦ ସ୍କୁଲ ଦୁଆର: ଅନ୍ଧାରରେ ଆଫଗାନ୍ ଝିଅଙ୍କ ଭବିଷ୍ୟତ
- SIR: ବେଙ୍ଗଲରେ ୩୭ଲକ୍ଷରୁ ଅଧିକ ଆବେଦନ ବିଚାରାଧୀନ, ସରିଛି ମାତ୍ର ଲକ୍ଷେ
- iPhone 18 Pro: ସୁନାଠୁ ବି ମୂଲ୍ୟବାନ ଫୋନ୍! ସ୍ତ୍ରୀ ପାଇଁ iPhone କିଣିବାକୁ ବିକିଦେଲେ ସୁନା…
- ଯାଞ୍ଚରେ ଫେଲ୍ ନେସଲେର ଶିଶୁ ଖାଦ୍ୟ, FSSAIର କଡ଼ା କାର୍ଯ୍ୟାନୁଷ୍ଠାନ
- କାହିଁକି ଅଟକିଛି ତେଜସ Mk1A ଡେଲିଭରି? HAL କହିଲା ପଛରେ ରହିଛି ଏହି କାରଣ…
- ଓଡ଼ିଆ ପୁଅ ଡ.ପ୍ରସନ୍ନ କୁମାର ଆଚାର୍ଯ୍ୟ ହେଲେ ଏନ୍ଏଲ୍ସି ଇଣ୍ଡିଆର ନୂଆ ଅଧ୍ୟକ୍ଷ

Comments are closed.