ବଳରାମ ପୂଜାରୀ
ଅବିଚ୍ଛେଦ୍ୟ ଅଭେଦ୍ୟ ଅସହ୍ୟ ଅସହିଷ୍ନୁମାନଙ୍କୁ
ଶୁଆଉଥୁଲି ନିବୃତ୍ତ ନିଦ୍ରାରେ
ଅବିଶ୍ରାନ୍ତ ଅହଙ୍କାରମାନଙ୍କୁ
ପେଶୁଥୁଲି ଶବ୍ଦଭେଦୀ ଶିବଧନୁର
ଭସ୍ମଲେସା ଅନ୍ତିମ ଓଁକାର
ଫେରି ଆସୁଥିଲେ ?
ମୋ’ଭାଗ୍ୟର ସବୁତକ
ପ୍ରସ୍ତାବିତ’ପ୍ରହସ୍ଥ ପ୍ରହରୀ
ନାଗଫାଶରେ ରୁନ୍ଧି ହେଉଥିଲା
ମୋ’ପରାସ୍ତ ପରାହତ ଫରୁଏ ପରମାୟୁର
ଲୁହଲେସା ବିବ୍ରତ ପ୍ରାରବ୍ଧ ।
ଅଦୃଶ୍ୟ ଆଗନ୍ତୁକ କାନ୍ଧରୁ
ଓହ୍ଲାଉଥିଲେ’ଧାଡ଼ି ଧାଡ଼ି ଶୃଙ୍ଖଳିତ
ରେ ରେ କାରର ହୁଙ୍କାର
ଫର୍ଚ୍ଚା ଜହ୍ନରାତିରେ ଭିଜୁଥିଲା
ଦିକ୍ ଦିକ୍ ପାହାନ୍ତି ପ୍ରହରର କୋହଲା କୂଆଁ’ତାରା ?
ସାରାଆକାଶଟା ଯେମିତି
ବତୁରିଯାଉଥିଲା
କାହାରପେଜୁଆ ଆଖିର ଆଞୁଳେ ଅଭିଶାପରେ
ନିଘୋଡ଼ ନିଦରେ ଶୋଇଯାଇଥିଲେ’ଦ୍ରାଘିମା
ଦାୟିତ୍ଵରେଥିବା
ଦ୍ୱାଦଶ ଦ୍ୱାରପାଳ,
ଉତ୍ତରାୟଣୀ ଉତ୍ତରାର୍ଦ୍ଧ ଯାତ୍ରାରେ ବାହୁଡୁଥିଲେ
ଅଭିଶପ୍ତ ଶିଳାପଦ୍ମର ମର୍ମନ୍ତୁଦ ସ୍ତୂପସ୍ଥପତି।
ନେହୁରା ହେଉଥିଲେ
ମୋ’ ପ୍ରଥିତ ପରମାୟୁ
ଦିବଂଗତ ପାଲଟୁଥୁଲା
ମୋ’ଭାଗଶେଷର ଅତିକ୍ରମିତ ଅନୁକ୍ରମ
ପଛରେ ରହିଯାଉଥିଲା
ସ୍ଥାବର ଅସ୍ଥାବର ଅର୍ଜିତ ଅନୁକମ୍ପାର ଆୟୁଷ
ଫିଟୁଥିଲା ନାଭିମଣ୍ଡଳର ନୈରୂତ୍ତ କବାଟ,
ବାଟବଣା ହୋଇସାରିଥିଲେ
ଅନାହୂତ ଆଗନ୍ତୁକ
ଈଶ୍ୱର ପାଦ ଥାପି ସାରିଥିଲେ
ଐଶାନ୍ୟ ଉଆସରେ
ବାହୁନୁଥିଲେ ମୋତେ ସମାଧିସ୍ଥ
କରି ଫେରୁଥିବା ଶତଶହସ୍ର
ସ୍ତୂପଶିଳ୍ପୀ, ସଶସ୍ତ୍ର ଶତାୟୁ:ଶବବାହକମାନେ।