Latest Odisha News

ମୁହଁ ଖୋଲିଲେ ବ୍ରିଜ ଭୂଷଣ: ସତ୍ୟ ପ୍ରମାଣିତ ହେଲେ ଫାଶୀରେ ଝୁଲି ପଡିବି

ନୂଆଦିଲ୍ଲୀ: ଭାରତର ଷ୍ଟାର ରେସଲରମାନେ ବୁଧବାର ଜନ୍ତର ମନ୍ତରରେ କୁସ୍ତି ମହାସଂଘର ଅଧ୍ୟକ୍ଷ ବ୍ରିଜ ଭୂଷଣ ଶରଣ ସିଂ ବିରୋଧରେ ଧାରଣା ଦେଇଛନ୍ତି । ଏପରିକି ବ୍ରିଜ ଭୂଷଣଙ୍କ ବିରୋଧରେ ଯୌନ ଶୋଷଣ ଓ ହତ୍ୟା ଧମକ ପରି ମାରାତ୍ମକ ଅଭିଯୋଗ ଆଣିଛନ୍ତି । ଏ ସମ୍ପର୍କରେ ବ୍ରିଜ ଭୂଷଣଙ୍କୁ ପଚରାଯିବାରୁ ସେ କହିଥିଲେ ଏହା ସମ୍ପୂର୍ଣ୍ଣ ଭାବେ ଭିତିହୀନ । ଜଣେ ବଡ ଉଦ୍ୟୋଗପତିଙ୍କ କହିବା ଅନୁସାରେ ସେମାନେ ଏ ଭଳି ଡ୍ରାମା କରୁଛନ୍ତି । ଯଦି ମୋ ବିରୋଧରେ ଆସିଥିବା କୌଣସି ବି ଅଭିଯୋଗ ସତ୍ୟ ପ୍ରମାଣିତ ହୁଏ ତାହାହେଲେ ମୁଁ ନିଜେ ଫାଶୀରେ ଝୁଲି ପଡିତବ । ବିନେଶ ମୋ ବିରୁଦ୍ଧରେ ଯେଉଁ ଅଭିଯୋଗ ଆଣିଛନ୍ତି ସେ ନେଇ ମୁଁ କୋର୍ଟଙ୍କ ଦ୍ୱାରସ୍ତ ହେବି । ସେମାନେ ନ୍ୟାଶନାଲ, ଓପନ ନ୍ୟାଶନାଲ ନ ଖେଳି ଗୋଟିଏ ମାତ୍ର ଟ୍ରାଏଲରେ ଆନ୍ତର୍ଜାତୀୟ ଟୁର୍ଣ୍ଣାମେଂଟ ଖେଳିବାକୁ ଚାହୁଁଛନ୍ତି ।

ଦେଶରେ ଅନେକ ପ୍ରତିଭାବାନ ରେସଲର ମଧ୍ୟ ଆଗକୁ ଯିବାକୁ ଚାହୁଁଛନ୍ତି । ଆମର କର୍ତବ୍ୟ ଶ୍ରେଷ୍ଠ ଖେଳାଳି ଭାରତର ପ୍ରତିନିଧିତ୍ୱ ପାଇଁ ପଠାଇବା । ଏଥିଯୋଗୁ ସେମାନେ ମୋ ପଛରେ ଲାଗିଛନ୍ତି । ଖୁବ ଶୀଘ୍ର ସତ୍ୟ ସାମ୍ନାକୁ ଆସିବ ବୋଲି ବ୍ରିଜ ଭୂଷଣ କହିଛନ୍ତି ।

Comments are closed.