Latest Odisha News

BREAKING NEWS

ଡକାୟତି ଅଭିଯୋଗରେ୨ କଲେଜ ଛାତ୍ର ଗିରଫ

ସୁବର୍ଣ୍ଣପୁର : ଧରାପଡ଼ିଲେ ଡକାୟତି ଦଳ  । ଉଲୁଣ୍ଡା ଥାନା ଅନ୍ତର୍ଗତ ଚଡେଇପଙ୍କ ଛକ ଠାରେ ଏକ ବାଲି ବୋଝେଇ ହାଇଓ୍ବାର ଚାଳକ ଓ ହେଲପରକୁ ବନ୍ଧୁକ ଦେଖାଇ ଟଙ୍କା ଓ ମୋବାଇଲ ଲୁଟ କରିଥିବା ଅଭିଯୋଗ ହୋଇଥିଲା । ଏହି ଘଟଣାରେ ଦୁଇ ନାବାଳକ ସମେତ ୪ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ଦୁଇଜଣଙ୍କୁ କୋର୍ଟଚାଲାଣ କରାଯାଇଥିବା ବେଳେ ଅନ୍ୟ ଦୁଇ ଜଣ ନାବାଳକଙ୍କୁ ବାଳ ଅପରାଧକ ନ୍ୟାୟିକ ବୋର୍ଡକୁ ପଠାଯାଇଛି  । ଏନେଇ ସାମ୍ବାଦିକ ସମ୍ମିଳନୀରେ ଏସଡିପିଓ ଡୋଲାମଣୀ ଭୋଇ ସୂଚନା ଦେଇଛନ୍ତି ।

ସୂଚନା ଅନୁଯାୟୀ, ଆଜି ଭୋରୁ ବାଲି ବୋଝେଇ ହାଇଓ୍ବା କୃତମେଣ୍ଡା ତେଲ ମିଲକୁ ଯିବା ସମୟରେ ଚାରି ଜଣ ଦୁର୍ବୃତ୍ତ ବନ୍ଧୁକ ଦେଖାଇ ଗୋଟିଏ ମୋବାଇଲ ଓ ନଗଦ ୬ହଜାର ପାଂଚ ଶହ ଟଙ୍କା ଲୁଟି ନେଇଥିଲେ  । ଘଟଣାସ୍ଥଳରୁ ଗାଡିର  ଚାଳକ ଫେରାର ହୋଇଥିବା ବେଳେ ଗାଡିର ହେଲପର ଦୁଃଖୀ ଶ୍ୟାମଙ୍କଠାରୁ ମୋବାଇଲ ସହ ୬ ହଜାର ୫ଶହ ଟଙ୍କା ଲୁଟିଥିଲେ । ତେବେ ପୁଲିସ ଦୁବୃର୍ତ୍ତ ମାନଙ୍କ ଠାରୁ ଗୋଟିଏ ବାଇକ୍ , ଗୋଟିଏ ଖେଲଣା ବନ୍ଧୁକ, ଦୁଇଟି ଲାଇଟର , ଦୁଇଟି ମନିପର୍ସ , ଛଅଟି ମୋବାଇଲ ଏବଂ ନଗଦ ଛଅ ହଜାର ପାଂଚଶହ ଟଙ୍କା ଜବତ କରିଥିବା ସୂଚନା ମିଳିଛି । ମୁଖ୍ୟ ଅଭିଯୁକ୍ତ ସୋନପୁର ଦେବାଶିଷ ଖପର ଧୁଆ ଏବଂ କେନ୍ଦୁପାଲିର ସୁମନ୍ତ ମେହେରଙ୍କୁ କୋର୍ଟଚାଲାଣ କରାଯାଇଥିବା ବେଳେ ନାବାଳକ ଅପରାଧ ନ୍ୟାୟିକ କୋର୍ଟରେ ହାଜର ସୂଚନା ମିଳିଛି ।

Comments are closed.