ବ୍ରହ୍ମପୁର: ଯେଉଁ କମ୍ପାନିରେ ସେଲସ ମ୍ୟାନ୍ ଭାବେ କାର୍ଯ୍ୟ କରୁଥିଲେ, ଶେଷରେ ସେଇ କମ୍ପାନିରୁ ହିଁ ଚୋରି କଲେ। ପୋଲିସ ହାତରେ ଧରାପଡ଼ିଲେ। ପାଖରୁ ମିଳିଲା ୧୩୬ଟି ମୋବାଇଲ ଫୋନ୍। ବ୍ରହ୍ମପୁରରେ ଏଭଳି ଘଟଣା ଦେଖିବାକୁ ମିଳିଛି।
ଗୋଷାଣିନୂଆଗାଁ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥ କଡ଼ରେ ରହିଛି ହାଇଭିଲୁପ୍ ଲଜିଷ୍ଟିକ୍ସ ପ୍ରାଇଭେଟେ ଲିମିଟେଡ ନାମକ ଏକ ମୋବାଇଲ କମ୍ପାନିର ଗୋଦାମ୍। ଗତ ୧୫ ତାରିଖ ବିଳମ୍ବିତ ରାତିରେ ଗୋଦାମର ସଟରକୁ ଖୋଲି କେହି ଦୁର୍ବୃତ୍ତ ବିପୁଳ ପରିମାଣରେ ମୋବାଇଲ ଚୋରି କରିନେଇଥିଲେ। ୧୬ ତାରିଖ ସକାଳେ ଗୋଦାମ ଖୋଲିବା ପରେ ଏହା ଜଣାପଡ଼ିଥିଲା। ଗୋଦାମ ଭିତରୁ ୧୩୬ଟି ନୂଆଁ ଫୋନ୍ ଏବଂ ୪ଟି ଚାର୍ଜର ଚୋରି ହୋଇଯାଇଥିଲା। ଏନେଇ ମ୍ୟାନେଜର ବିରୁପାକ୍ଷ ଦାସ ଗୋଷାଣିନୂଆଗାଁ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ୯/୨୩ରେ ଏକ ମାମଲା ରୁଜୁ କରିଥିଲା। ତଦନ୍ତ ବେଳେ ସେଠାରେ କାର୍ଯ୍ୟ କରୁଥିବା ସେଲସ ମ୍ୟାନେଜର ଜି.ନରେଶ(୨୧) ତାଙ୍କ ସାଙ୍ଗ ଏସ.ଅଜୟ କୁମାର(୨୨)ଙ୍କ ସହଯୋଗରେ ଚୋରି କରିଥିବା ଜଣାପଡ଼ିଥିଲା। ଉଭୟଙ୍କୁ ପୋଲିସ ଗିରଫ ସହିତ ତାଙ୍କ ପାଖରୁ ଚୋରି ୧୩୬ଟି ମୋବାଇଲ ଫୋନ ଏବଂ ଚାର୍ଜର ଜବତ କରିଛି। ଗିରଫ ପରେ ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବ୍ରହ୍ମପୁର ଏସପି ଡା.ସର୍ବଣା ବିବେକ ଏମ୍ ସୂଚନା ଦେଇଛନ୍ତି।
BREAKING NEWS
- ଏନସିଏ ହାଇ ପର୍ଫମାନ୍ସ ପ୍ରୋଗ୍ରାମ: ୩୦ ଖେଳାଳିଙ୍କ ମଧ୍ୟରେ ଶ୍ରେୟାଶ ଆୟାର, ଈଶାନ କିଶାନ
- ଭୁବନେଶ୍ଵରରେ ମୋଦୀ, ଦଳୀୟ କର୍ମୀଙ୍କୁ ଦେଲେ ଗୁରୁମନ୍ତ୍ର
- ପଞ୍ଜାବକୁ ହରାଇଲା ହାଇଦ୍ରାବାଦ
- ନିର୍ବାଚନ ଡ୍ୟୁଟି ଯାଇଥିବା ପୋଲିଂ ଅଧିକାରୀଙ୍କ ମୃତ୍ୟୁ, ମିଳିବ ୧୫ ଲକ୍ଷର ଅନୁକମ୍ପା ରାଶି
- ଭଂଜନଗରରେ ନିର୍ବାଚନୀ ହିଂସା, ୨ ବିଜେପି କର୍ମୀ ରକ୍ତାକ୍ତ
- ଆସନ୍ତୁ ଜାଣିବା ଆଇପିଏଲ ବ୍ରଡକାଷ୍ଟରଙ୍କ ଉପରେ କାହିଁକି ବିରକ୍ତ ହୋଇଛନ୍ତି ରୋହିତ
- ଭଦ୍ରାମୀ ଓ ସଂଯମତା ଭୁଲି ଯାଉଛନ୍ତି ବିଜେପି ନେତା: ବିଜେଡି
- ବିଜେପିକୁ ଆଶୀର୍ବାଦ କଲେ କୁଚିଣ୍ଡା ଆହୁରି ୨୦ ବର୍ଷ ପଛକୁ ପଳେଇବ: ପାଣ୍ଡିଆନ
- ମିଛ ଓ ଅପପ୍ରଚାର ବିରୋଧୀଙ୍କ ଅସ୍ତ୍ର, ବିକାଶ ବିଜେଡିର ଅସ୍ତ୍ର: ନବୀନ ପଟ୍ଟନାୟକ
- ଖଲ୍ଲିକୋଟ ନିର୍ବାଚନୀ ହିଂସା, ଗିରଫ ସଂଖ୍ୟା ୧୧କୁ ବୃଦ୍ଧି