କାମାକ୍ଷନଗର: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଅବକାରୀ ଥାନା ଅନ୍ତର୍ଗତ ଆଳତୁମା ଗାଁ ରାମିଆଳ ବ୍ରିଜ ନିକଟରେ ଫିଲ୍ମ ଷ୍ଟାଇଲରେ ମଦ ମାଫିଆକୁ ଗୋଡ଼ାଇ ଧରିଲା ଅବକାରୀ ଟିମ୍ । ଏଥିସହିତ ତାଙ୍କ ଠାରୁ ୬ଶହ ଲିଟର ଦେଶୀ ମଦ ଏବଂ ଗୋଟିଏ ସ୍କର୍ପିଓ ଗାଡିକୁ ଜବତ କରିଛି ଅବକାରୀ ପୋଲିସ । ଗିରଫ ମଦ ମାଫିଆ ଜଣଙ୍କ ପରଜଙ୍ଗ ଥାନା ଆମ୍ବପଳାସ ଗାଁର ମଣ୍ଟୁ ସାହୁ । ମଣ୍ଟୁ ନିଜ ସହଯୋଗୀ ସହ ଦେଶୀ ମଦ ନେଇ ସ୍କର୍ପିଓ ଗାଡ଼ିରେ ଆମ୍ବପଳାସ ଗାଁରୁ କାମାକ୍ଷାନଗର ଅଭିମୁଖେ ଯାଉଥିଲେ । ବିଶେଷ ସୂତ୍ରରୁ ଖବରପାଇ କାମାକ୍ଷାନଗର ଅବକାରୀ ପୋଲିସ ସେମାନଙ୍କ ପିଛା କରି ରାମିଆଳ ବ୍ରିଜ ନିକଟରେ କାବୁ କରିଥିଲା । ସ୍କର୍ପିଓ ଗାଡି ଭିତରୁ ୧୨ଟି ଜାର ମଧ୍ୟରେ ଥିବା ୬ଶହ ଦେଶୀ ମଦ ଜବତ କରିଥିଲା । ତେବେ ମଦ ମାଫିଆ ସହିତ ଥିବା ସହଯୋଗୀ ଜଣଙ୍କ ଚମ୍ପଟ ମାରିଥିଲେ । ଗିରଫ ମଣ୍ଟୁଙ୍କୁ ପୋଲିସ କୋର୍ଟ ଚାଲାଣ କରିଛି ।
BREAKING NEWS
- ସେନା ମେଡାଲ୍ ବିଜେତାଙ୍କୁ ଆଜୀବନ ଟ୍ରେନ୍ ଯାତ୍ରା ମାଗଣା
- Flight Scare: ଆକାଶରେ ହଠାତ୍ ଥରିଲା ଫ୍ଲାଇଟ୍, ଭୟରେ ‘ୱାହେଗୁରୁ’ ଜପିଲେ ଶେହନାଜ ଗିଲ୍…ତା’ ପରେ କିଛି ଏମିତି ହେଲା…
- UPI vs Cash: କେଉଁଟି ଅଧିକ ଟଙ୍କା ସଞ୍ଚୟ ହୁଏ?
- ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ବୁଡ଼ିଗଲେ ୨ ଛାତ୍ର
- ମକ୍କାରେ ପ୍ରଥମ ଥର ପାଇଁ ଆଲର୍ଟ ଜାରି, ଆତଙ୍କରେ ସାଉଦି ଆରବ..
- ଫେସବୁକ୍-ଇନଷ୍ଟାଗ୍ରାମରେ ଚାଲିଛି ଶିଶୁ ଯୌନ ଶୋଷଣ ବିଜ୍ଞାପନ! କେନ୍ଦ୍ର ସରକାରଙ୍କ କଡ଼ା କାର୍ଯ୍ୟାନୁଷ୍ଠାନ
- Weapons in Space: ଅନ୍ତରୀକ୍ଷରେ ଆମେରିକାର ଅସ୍ତ୍ର! ରୁଷ-ଚୀନକୁ ବଡ଼ ଚେତାବନୀ, ମହାକାଶରେ ଆରମ୍ଭ ହେବ କି ନୂଆ ଯୁଦ୍ଧ?
- ଚିନ୍ତାରେ ପାକ୍ ସରକାର : ପେଟ୍ରୋଲ ପାଇଁ “ଲକ୍ ଡାଉନ୍ “ଭଳି ଆଗକୁ ବ୍ୟବସ୍ଥା
- ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ
- Powerful Bombs: ଆହୁରି ଭୟଙ୍କର ହୋଇପାରେ ଇରାନ ଯୁଦ୍ଧ? ଇସ୍ରାଏଲକୁ ୪୦ ହଜାର ବମ୍ ଦେବେ ଟ୍ରମ୍ପ!

Comments are closed.