Latest Odisha News

BREAKING NEWS

କଡାକଡି ହେଲା ପାଟ୍ରୋଲିଂ, କମିଶନରେଟ୍ ପୋଲିସର ରାତି ଅଧିଆ ଛାନଭିନ୍ !

କଟକ/ଭୁବନେଶ୍ୱର: କମିଶନରେଟ୍ ପୋଲିସ ପକ୍ଷରୁ ରାଜଧାନୀରେ ଗୁରୁବାର ବିଳମ୍ବିତ ରାତିରେ ଜୋରଦାର୍ ଛାନଭିନ୍ କରାଯାଉଥିବା ନଜରକୁ ଆସିଛି ।

ଏପରିକି ପ୍ରବଳ ବର୍ଷା ସତ୍ୱେ ବରିଷ୍ଠ ପୋଲିସ ଅଧିକାରୀଙ୍କ ସମେତ ସମସ୍ତ ପୋଲିସ ଅଧିକାରୀ ଟ୍ୱିନସିଟିର ରାଜରାସ୍ତାରେ ପାଟ୍ରୋଲିଂ କରୁଥିବା ନେଇ ସୂଚନା ମିଳିଛି । ରାତ୍ରୀ ପାଟ୍ରୋଲିଂ ବ୍ୟବସ୍ଥା ଜୋରଦାର କରାଯିବା ସହ ବର୍ଷାରେ ଭିଜି ଭିଜି ସହରର ବିଭିନ୍ନ ଅଞ୍ଚଳରେ ପୋଲିସ ପକ୍ଷରୁ କଡା ଚେକିଂ କରାଯାଇଥିଲା ।

ପୋଲିସ ପକ୍ଷରୁ ଇନଫୋସିଟି ଅଞ୍ଚଳ, ଶାସ୍ତ୍ରୀ ନଗର ଛକ, ରସୁଲଗଡ ଛକ, ବଡଗଡ ଥନା ଅଞ୍ଚଳ, ଶିଶୁଭବନ ଛକ ଏବଂ କଟକର ବିଭିନ୍ନ ସ୍ଥାନ ସମେତ ଲକ୍ଷ୍ମୀସାଗର ଅଞ୍ଚଳରେ ଚେକିଂ ଜୋରସୋରରେ ଚାଲିଥିଲା ବୋଲି ସୂଚନା ମିଳିଛି ।

ତେବେ କେଉଁ କାରଣରୁ ହଠାତ୍ ଏଭଳି ଛାନଭିନ୍ ହେଉଛି, ସେନେଇ କୌଣସି ସ୍ପଷ୍ଟ ସୂଚନା ଏଯାଏଁ ମିଳିପାରିନାହିଁ । ୨ ଦିନ ପୂର୍ବରୁ କଟକରେ ଆତଙ୍କ ଖେଳାଇଥିବା ଷ୍ଟୋନମ୍ୟାନ୍ ଏବେ ରାଜଧାନୀ ମୁହାଁ ହେଉଥିବା ନେଇ ଆଶଙ୍କା ପ୍ରକାଶ ପାଇଛି । ଏହି ଖବର ସୋସିଆଲ୍ ମିଡିଆରେ ପ୍ରଚାରିତ ହେବା ସଙ୍ଗେସଙ୍ଗେ ହଇଚଇ ସୃଷ୍ଟି କରିଛି । ହୁଏତ୍ ଷ୍ଟୋନମ୍ୟାନର ଆତଙ୍କ କିମ୍ବା କୌଣସି ଅପରାଧିକ ମାମଲାକୁ ପଣ୍ଡ କରିବା ଲାଗି ପୋଲିସ ବିଭାଗ ପକ୍ଷରୁ ରାତି ପାଟ୍ରୋଲିଂକୁ ଜୋରଦାର୍ କରାଯାଉଛି ।

ଏଠାରେ ସୂଚନାଯୋଗ୍ୟ, କଟକରେ କେହି ଦୁର୍ବୃତ୍ତ ଫୁଟପାଥରେ ଆଶ୍ରୟ ନେଉଥିବା ବ୍ୟକ୍ତିଙ୍କୁ ପଥରରେ ହତ୍ୟା କରୁଥିବାବେଳେ, ଏହା ଷ୍ଟୋନମ୍ୟାନର ବିଭତ୍ସ କାରନାମା ବୋଲି ଚର୍ଚ୍ଚା ହେଉଥିବାବେଳେ ଜଗତସିଂହପୁରରେ ଏପରି କାଣ୍ଡ ଘଟିଥିବା ନେଇ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି ।

ଏହି ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତଙ୍କ ଖୋଜଖବର ମିଳିପାରିନଥିବା ବେଳେ ଘଟଣାଟି ଏଯାବତ୍ ରହସ୍ୟାବୃତ୍ତ ହୋଇରହିଛି ।

Leave A Reply

Your email address will not be published.