ଭୁବନେଶ୍ୱର: ଦେଶରେ ନିଯୁକ୍ତି ଆଶାୟୀ ପ୍ରତିଭାବାନ ଯୁବକଯୁବତୀମାନଙ୍କୁ ସରକାରୀ ଚାକିରି ଦେବା ଲାଗି ଶୁକ୍ରବାର ଓଡ଼ିଶାରେ ଚଳିତବର୍ଷର ପ୍ରଥମ ରୋଜଗାର ମେଳା ଆୟୋଜିତ ହେବ । ଭୁବନେଶ୍ୱର ଆଚାର୍ଯ୍ୟ ବିହାରସ୍ଥିତ ସିଏସଆଇଆର -ଖଣିଜ ଏବଂ ବସ୍ତୁ ପ୍ରଯୁକ୍ତି ପ୍ରତିଷ୍ଠାନ ଆଇଏମଏମଟିରେ ଏହି ରୋଜଗାର ମେଳା ଅନୁଷ୍ଠିତ ହେବ । ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଇ ଯୋଗ୍ୟ ମନୋନୀତ ପ୍ରାର୍ଥୀମାନଙ୍କୁ ସରକାରୀ ଚାକିରିର ନିଯୁକ୍ତିପତ୍ର ବଣ୍ଟନ କରିବେ । ଏମାନଙ୍କୁ ଭାରତ ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟ ଓ ବିଭାଗରେ ନିଯୁକ୍ତି ମିଳିବ । ସୂଚନାଯୋଗ୍ୟ, ଦେଶର ୧୦ ଲକ୍ଷରୁ ଅଧିକ ଲୋକଙ୍କୁ ଚାକିରି ଦେବା ଲାଗି ଗତ ଅକ୍ଟୋବର ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରୋଜଗାର ମେଳାର ଶୁଭାରମ୍ଭ କରିଥିଲେ । ପର୍ଯ୍ୟାୟକ୍ରମେ ଦେଶର ବିଭିନ୍ନ ସହରରେ ରୋଜଗାର ମେଳାମାନ ଆୟୋଜନ କରାଯାଉଛି । ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ଭାରତ ସରକାରଙ୍କ ସମସ୍ତ ମନ୍ତ୍ରଣାଳୟ ଏବଂ ବିଭାଗରେ ଖାଲି ରହିଥିବା ଅନୁମୋଦିତ ପଦବୀ ପୂରଣ କରିବା ଲାଗି ମିଶନ ମୋଡ଼ରେ କାମ କରୁଛନ୍ତି ।
BREAKING NEWS
- ସେନା ଅଧିକାରୀ ଓ ବାନ୍ଧବୀଙ୍କୁ ଦୁର୍ବ୍ୟବହାର: ଗିରଫ ହେଲେ ୭ ରୋଡ ରୋମିଓ
- ଫିଟୁଛି ଭରତପୁର ଆଇଆଇସିଙ୍କ ଗୁମର: ବଟି ମାଗି ବିଦା, ପରେ ଆଦର୍ଶ ଥାନାରେ ନିଯୁକ୍ତି
- ତିରୁପତି ଲଡୁ ବିବାଦ: ବଡବଡ ମନ୍ଦିରରେ ହେବ ପ୍ରସାଦର ନମୁନା ଯାଞ୍ଚ
- ଭରତପୁର ଥାନା ଘଟଣା: ଜାତୀୟ ମହିଳା କମିଶନଙ୍କୁ ରିପୋର୍ଟ ପ୍ରଦାନ କଲା କ୍ରାଇମବ୍ରାଞ୍ଚ
- ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠାକୁ ଯାଇଥିଲା ତିରୁପତି ଲଡୁ
- ପରଲୋକରେ ବର୍ଷୀୟାନ କବି ଶୁଭେନ୍ଦୁ ମୋହନ ଦାସ
- ବାୟୁସେନାର ନୂଆ ମୁଖିଆ ହେଲେ ଏୟାର ମାର୍ଶାଲ ଅମର ପ୍ରିତ୍ ସିଂହ
- ‘ଅନୁସୂଚିତ ଜାତି ପାଇଁ ସବୁ ବେଳେ ଲଢିବ ବିଜେଡି’
- ଭିଜିଲାନ୍ସ ପଞ୍ଝା ଭିତରେ ପୁଣି ଆଉ ଏକ ଯନ୍ତ୍ରୀ, ଟଙ୍କାର ଗଦିରେ ଶୋଉଥିଲେ
- ପନ୍ତ, ଗିଲଙ୍କ ଶତକ: ବାଂଲାଦେଶ ସମ୍ମୁଖରେ ୫୧୫ ରନର ଲକ୍ଷ୍ୟ ରଖିଲା ଟିମ ଇଣ୍ଡିଆ
Comments are closed.