ଭୁବନେଶ୍ୱର: ଦେଶରେ ନିଯୁକ୍ତି ଆଶାୟୀ ପ୍ରତିଭାବାନ ଯୁବକଯୁବତୀମାନଙ୍କୁ ସରକାରୀ ଚାକିରି ଦେବା ଲାଗି ଶୁକ୍ରବାର ଓଡ଼ିଶାରେ ଚଳିତବର୍ଷର ପ୍ରଥମ ରୋଜଗାର ମେଳା ଆୟୋଜିତ ହେବ । ଭୁବନେଶ୍ୱର ଆଚାର୍ଯ୍ୟ ବିହାରସ୍ଥିତ ସିଏସଆଇଆର -ଖଣିଜ ଏବଂ ବସ୍ତୁ ପ୍ରଯୁକ୍ତି ପ୍ରତିଷ୍ଠାନ ଆଇଏମଏମଟିରେ ଏହି ରୋଜଗାର ମେଳା ଅନୁଷ୍ଠିତ ହେବ । ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଇ ଯୋଗ୍ୟ ମନୋନୀତ ପ୍ରାର୍ଥୀମାନଙ୍କୁ ସରକାରୀ ଚାକିରିର ନିଯୁକ୍ତିପତ୍ର ବଣ୍ଟନ କରିବେ । ଏମାନଙ୍କୁ ଭାରତ ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟ ଓ ବିଭାଗରେ ନିଯୁକ୍ତି ମିଳିବ । ସୂଚନାଯୋଗ୍ୟ, ଦେଶର ୧୦ ଲକ୍ଷରୁ ଅଧିକ ଲୋକଙ୍କୁ ଚାକିରି ଦେବା ଲାଗି ଗତ ଅକ୍ଟୋବର ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରୋଜଗାର ମେଳାର ଶୁଭାରମ୍ଭ କରିଥିଲେ । ପର୍ଯ୍ୟାୟକ୍ରମେ ଦେଶର ବିଭିନ୍ନ ସହରରେ ରୋଜଗାର ମେଳାମାନ ଆୟୋଜନ କରାଯାଉଛି । ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ଭାରତ ସରକାରଙ୍କ ସମସ୍ତ ମନ୍ତ୍ରଣାଳୟ ଏବଂ ବିଭାଗରେ ଖାଲି ରହିଥିବା ଅନୁମୋଦିତ ପଦବୀ ପୂରଣ କରିବା ଲାଗି ମିଶନ ମୋଡ଼ରେ କାମ କରୁଛନ୍ତି ।
BREAKING NEWS
- ପ୍ରଭଞ୍ଜନ ହେଲେ ଓଡିଶା କ୍ରିକେଟ ଟିମ କୋଚ
- ବିଶିଷ୍ଟ ସାହିତ୍ୟ-ଗବେଷକ କୁମୁଦ ଚନ୍ଦ୍ର ଦାଶଙ୍କ ପରଲୋକ
- ଶୁଭେନ୍ଦୁ ସରକରାଙ୍କ ବଡ଼ ନିଷ୍ପତ୍ତି: ବଙ୍ଗଳାରେ ବନ୍ଦ ହେବ ଧର୍ମ ଆଧାରିତ ଗୋଷ୍ଠୀଙ୍କ ଭତ୍ତା
- High Court Odisha:ଭର୍ଚୁଆଲ ମୋଡ୍ ନେଇ ଓଡ଼ିଶା ହାଇକୋର୍ଟଙ୍କ ପକ୍ଷରୁ ନୋଟିସ୍
- ୟୁପିରେ ଅଦିନିଆ ରଥଯାତ୍ରା ପାଳନକୁ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରତିବାଦ
- ବଢ଼ିଲା ଇବୋଲା ଆତଙ୍କ, ହାଇଆଲର୍ଟରେ ଭାରତ
- ଗ୍ରାଣ୍ଡ କ୍ରସ୍ ଅଫ୍ ରୟାଲ ନରୱେଜିଆନ ଅର୍ଡର ଅଫ୍ ମେରିଟରେ ସମ୍ମାନିତ ହେଲେ ପ୍ରଧାନମନ୍ତ୍ରୀ
- ଆଟାଂର୍କଟିକା ସହ କଣ ରହିଛି ଭାରତର ସମ୍ପର୍କ
- BSE Odisha:ବଢିଲା ମାଟ୍ରିକ ସପ୍ଲିମେଣ୍ଟାରୀ ଫର୍ମ ଫିଲ୍ଅପ୍ ଅବଧି; ଜାଣନ୍ତୁ ତାରିଖ…
- SEBI Sets Up Bbsr Office: ରାଜ୍ୟରେ ଇନଭେଷ୍ଟମେଣ୍ଟ କ୍ଷେତ୍ରରେ ବଢୁଛି ଚାହିଦା;ଭୁବନେଶ୍ୱରରେ ଖୋଲିବ SEBIର ଅଫିସ୍
Comments are closed.