Latest Odisha News

BREAKING NEWS

ବାବୁ ଭାବୁଛନ୍ତି ଲୋକ ପ୍ରତିନିଧିଙ୍କ ଠାରୁ ସେମାନେ ବଡ଼: ସୌମ୍ୟ

ଭୁବନେଶ୍ୱର: ଗଣତନ୍ତ୍ରର ସରକାରରେ କିଏ ବଡ଼ ? ଅଫିସର, ଲୋକ ପ୍ରତିନିଧି ନା ଜନତା ? ଖଣ୍ଡପଡ଼ା ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଲୋକ ପ୍ରତିନିଧି ବଡ଼ ନା ପ୍ରଶାସକ ବଡ଼ ପ୍ରଶ୍ନର ଉତ୍ତର ରଖି କହିଛନ୍ତି, ଅନେକ ସମୟରେ କିଛି ପ୍ରଶାସକ ଭାବୁଛନ୍ତି, ସେମାନେ ଲୋକ ପ୍ରତିନିଧିଙ୍କଠାରୁ ବଡ଼ । ତାହା ଅସୁନ୍ଦର, ଗ୍ରହଣୀୟ ନୁହେଁ । ମୁଁ ତାର ସମର୍ଥନ କରେନି ।

ଏହା ପୂର୍ବରୁ ବି ସୌମ୍ୟ ରାଜ୍ୟରେ ଅଫିସରଙ୍କୁ ନେଇ ଖୋଲାଖୋଲି ମନ୍ତବ୍ୟ ଦେଇଥିଲେ ଗଣମାଧ୍ୟମରେ । ବିଧାନସଭା ଅଧିବେଶନ ବେଳେ ସୌମ୍ୟ କହିଥିଲେ, ସରକାରରେ ଅହଙ୍କାର ବଢ଼ି ଗଲାଣି । ଅଙ୍କୁଶ ଲାଗିବା ଦରକାର, ନହେଲେ ଗଣତନ୍ତ୍ର ବିପଦରେ ପଡ଼ିବ ।

ଏବେ ପୁଣି ଜନ ପ୍ରତିନିଧି ଓ ବାବୁଙ୍କୁ ନେଇ ସୌମ୍ୟ ଦେଇଥିବା ମନ୍ତବ୍ୟ ସରକାର ପ୍ରତି ତାଙ୍କ ଅସନ୍ତୋଷକୁ ପୁଣି ପ୍ରତିଫଳିତ କରିଛି । ଶାସକ ବିଜେଡି ଦଳରେ ଥାଇ ସୌମ୍ୟ ବାରମ୍ବାର ସରକାରଙ୍କୁ ଶାଣିତ ଆକ୍ରମଣ କରୁଛନ୍ତି ।

ଆଗକୁ ୨୦୨୪ ସାଧାରଣ ନିର୍ବାଚନ ଥିବା ବେଳେ ସୌମ୍ୟଙ୍କ ଏଭଳି ବୟାନ ବିଜେଡିକୁ ଅସୁବିଧାରେ ପକାଇବ କି ? ନା ସରକାରରେ ଅଧିକ କ୍ଷମତା ପାଇବା ଆଶାରେ ଏଭଳି କହୁଛନ୍ତି ସୌମ୍ୟ ? କଣ ବିଧାୟକ ହିସାବରେ ବାବୁ ସୌମ୍ୟଙ୍କ କଥା ଶୁଣୁ ନାହାଁନ୍ତି ? ଏଭଳି ଅନେକ ପ୍ରଶ୍ନ ଉଠୁଛି । ସରକାରଙ୍କୁ ବାରମ୍ବାର ଶାଣିତ ଆକ୍ରମଣ କରି ସୌମ୍ୟ ପ୍ରଭାବ ବିସ୍ତାର ପାଇଁ ଉଦ୍ୟମ କରୁଥିବା ଚର୍ଚ୍ଚା ହେଉଛି ।

Leave A Reply

Your email address will not be published.