ଭୁବନେଶ୍ୱର: ଭୁବନେଶ୍ୱରର ପ୍ରଦର୍ଶନୀ ପଡ଼ିଆରେ ଚାଲିଥିବା ଡ଼ଟ୍ ଫେଷ୍ଟର ଶୁକ୍ରବାର ଥିଲା ଷଷ୍ଠ ଦିନ । ସନ୍ଧ୍ୟା ୭ଟାରୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଦର୍ଶକମାନଙ୍କୁ ବାନ୍ଧି ରଖି ପାରିଥିଲା ଭରପୂର ମନୋରଞ୍ଜନ କାର୍ଯ୍ୟକ୍ରମ । ପ୍ରଥମେ ଓଡ଼ିଆ କଣ୍ଠଶିଳ୍ପୀ ଶଶାଙ୍କ ଶେଖର ମଞ୍ଚକୁ ଆସି ଜଗନ୍ନାଥଙ୍କୁ ସ୍ମରଣ କରି ଗୀତ ଗାଇଥିଲେ । ପରେ ମଞ୍ଚକୁ ଓହ୍ଲାଇଥିଲେ ହାସ୍ୟାଭିନେତା ସୁନୀଲ ଗ୍ରୋଭର । ସେ ଡକ୍ଟର ଗୁଲାଟି ଭାବେ ଆସି ଲୋକଙ୍କ ପାଖକୁ ଯାଇ କଥା ହୋଇ ଖୁବ୍ ହସାଇଥିଲେ । ପରେ ଲୋକଙ୍କୁ ଷ୍ଟେଜ ଉପରକୁ ଡ଼ାକି ‘ଆଚ୍ଛା ପତି’ ବାଛିବା ପ୍ରତିଯୋଗିତା କରିଥିଲେ । ଏମିତି କି ମଞ୍ଚରେ ନିଜେ ବାହା ହୋଇଥିଲେ । ଏସବୁ ଦେଖି ଲୋକମାନେ ହସି ହସି ବେଦମ ହୋଇଥିଲେ । ପରେ ଶିଳ୍ପା ରାଓଙ୍କ ସଙ୍ଗୀତ ପରିବେଷଣ ଯୁବବର୍ଗଙ୍କୁ ରୋଚକ ମନୋରଞ୍ଜନ ଭରି ପାରିଥିଲା । ମଂଚରେ ଗାଇବା ସହ ଶିଳ୍ପା ତଳେ ବସିଥିବା ଦର୍ଶକଙ୍କ ପାଖକୁ ଚାଲି ଆସିଥିବା ଦେଖିବାକୁ ମିଳିଥିଲା । ଏହି ଅବସରରେ ଉତ୍ତର ବିଧାୟକ ସୁଶାନ୍ତ ରାଉତ ସମସ୍ତ କଳାକାରଙ୍କୁ ସମ୍ମାନିତ କରିଥିଲେ ।
BREAKING NEWS
- ଯାଜପୁରରେ ୪୬ଟି ଶିଳ୍ପ ପ୍ରକଳ୍ପର ଶିଳାନ୍ୟାସ, ସୃଷ୍ଟି ହେବ ୪୨୫୦୦ ନିଯୁକ୍ତି ସୁଯୋଗ…
- India’s Data Security: ଭାରତର ଡିଫେନ୍ସ ଡାଟା ଚୋରି କରିପାରିବେନି ଶତ୍ରୁ! ଚାନ୍ଦିପୁରରେ DRDOର କ୍ୱାଣ୍ଟମ୍ କବଚ ପରୀକ୍ଷା ସଫଳ
- କିମ୍ସରେ ସଫଳ କର୍ନିଆ ପ୍ରତିରୋପଣ
- ପାଣିରୁ ଫ୍ଲୋରାଇଡ ଦୂର କରିବ ପଣସ ଚୋପା, ରାଉରକେଲା NIT ଟିମ୍ଙ୍କ ନୂଆ ଗବେଷଣା
- ଉପଜିଲାପାଳଙ୍କୁ ଲିଖିତ ଅଭିଯୋଗ କଲେ ବିଜୁ ଛାତ୍ର ଜନତା ଦଳ; ନିର୍ବାଚନରେ କଲେଜ କର୍ମଚାରୀଙ୍କ ହସ୍ତକ୍ଷେପ…
- Influencer’s Nightmare Experience: ପହଂଚିଲା ଦାମୀ ପାର୍ସଲ, ଛାଡିଲେ ଘର
- New Governor’s Remark: ଓଡ଼ିଶାର ଦାୟିତ୍ୱ ଦେଲେ ରାଷ୍ଟ୍ରପତି, ହେଲେ ବିଜେପି ପାଇଁ ଭୋଟ୍ ଜୁଟାଇବେ କହିଲେ ନୂଆ ରାଜ୍ୟପାଳ! ବୟାନକୁ ନେଇ ବିବାଦ, ଘେରିଲେ ବିରୋଧୀ
- ମଝି ଆକାଶରେ ଏୟାର ଇଣ୍ଡିଆ ବିମାନକୁ ହାଇଜ୍ୟାକ୍ ଉଦ୍ୟମ!
- ବିଜେଡିର ଜନସମ୍ପର୍କ ପଦଯାତ୍ରା, ଲୋକଙ୍କ ସହ ରହି ଅପାରଗ ସରକାରର ମୁଖା ଖୋଲିବାକୁ ନବୀନଙ୍କ ଆହ୍ୱାନ
- Pakistan water shortage: ଶୋଷରେ ଛଟପଟ ହେବ ପାକିସ୍ତାନ! ଏ ବର୍ଷ ବି ପାଣି ପାଇଁ ହାହାକାର, ୨୨% ଜଳ ଅଭାବରେ ଶୁ୍ଖିଯିବ ପଡୋଶୀ ଦେଶ ତଣ୍ଟି!

Comments are closed.