ଭୁବନେଶ୍ୱର: ଭୁବନେଶ୍ୱରର ପ୍ରଦର୍ଶନୀ ପଡ଼ିଆରେ ଚାଲିଥିବା ଡ଼ଟ୍ ଫେଷ୍ଟର ଶୁକ୍ରବାର ଥିଲା ଷଷ୍ଠ ଦିନ । ସନ୍ଧ୍ୟା ୭ଟାରୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଦର୍ଶକମାନଙ୍କୁ ବାନ୍ଧି ରଖି ପାରିଥିଲା ଭରପୂର ମନୋରଞ୍ଜନ କାର୍ଯ୍ୟକ୍ରମ । ପ୍ରଥମେ ଓଡ଼ିଆ କଣ୍ଠଶିଳ୍ପୀ ଶଶାଙ୍କ ଶେଖର ମଞ୍ଚକୁ ଆସି ଜଗନ୍ନାଥଙ୍କୁ ସ୍ମରଣ କରି ଗୀତ ଗାଇଥିଲେ । ପରେ ମଞ୍ଚକୁ ଓହ୍ଲାଇଥିଲେ ହାସ୍ୟାଭିନେତା ସୁନୀଲ ଗ୍ରୋଭର । ସେ ଡକ୍ଟର ଗୁଲାଟି ଭାବେ ଆସି ଲୋକଙ୍କ ପାଖକୁ ଯାଇ କଥା ହୋଇ ଖୁବ୍ ହସାଇଥିଲେ । ପରେ ଲୋକଙ୍କୁ ଷ୍ଟେଜ ଉପରକୁ ଡ଼ାକି ‘ଆଚ୍ଛା ପତି’ ବାଛିବା ପ୍ରତିଯୋଗିତା କରିଥିଲେ । ଏମିତି କି ମଞ୍ଚରେ ନିଜେ ବାହା ହୋଇଥିଲେ । ଏସବୁ ଦେଖି ଲୋକମାନେ ହସି ହସି ବେଦମ ହୋଇଥିଲେ । ପରେ ଶିଳ୍ପା ରାଓଙ୍କ ସଙ୍ଗୀତ ପରିବେଷଣ ଯୁବବର୍ଗଙ୍କୁ ରୋଚକ ମନୋରଞ୍ଜନ ଭରି ପାରିଥିଲା । ମଂଚରେ ଗାଇବା ସହ ଶିଳ୍ପା ତଳେ ବସିଥିବା ଦର୍ଶକଙ୍କ ପାଖକୁ ଚାଲି ଆସିଥିବା ଦେଖିବାକୁ ମିଳିଥିଲା । ଏହି ଅବସରରେ ଉତ୍ତର ବିଧାୟକ ସୁଶାନ୍ତ ରାଉତ ସମସ୍ତ କଳାକାରଙ୍କୁ ସମ୍ମାନିତ କରିଥିଲେ ।
BREAKING NEWS
- ଆଜିଠୁ ପୁଣି ହେବ ଶ୍ରୀମନ୍ଦିର ରତ୍ନଭଣ୍ଡାରର ବୈଷୟିକ ସର୍ଭେ
- ଫୁଲୁଛି ହୀରାକୁଦ ଡ୍ୟାମ୍: ଖୋଲିବ ଗେଟ୍!
- ୩ ଦିନିଆ ଆମେରିକା ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
- ଭରତପୁର ଥାନା ମାମଲା: ବିରୋଧିକୁ ସୌମ୍ୟଙ୍କ ଟାର୍ଗେଟ
- ସେନା ଅଧିକାରୀଙ୍କ ବାନ୍ଧବୀଙ୍କୁ ନିର୍ଯାତନା ଘଟଣା: କଡା ନିନ୍ଦା କଲେ କଂଗ୍ରେସ ନେତା
- ତିରୁପତି ଲଡୁ ବିବାଦ: ମୁହଁ ଖୋଲିଲା ଅମୁଲ ଇଣ୍ଡିଆ
- କେବେ ଆରମ୍ଭ ହେବ ନବରାତ୍ରି-୨୦୨୪ ? ଜାଣନ୍ତୁ ଘଟସ୍ଥାପନା ମୁହୂର୍ତ୍ତ
- ଏଲ୍ଏଲସି: ମଣିପାଲ ଟାଇଗର୍ସକୁ ପରାସ୍ତ କରି ବିଜୟ ଅଭିଯାନ ଆରମ୍ଭ କଲା କୋଣାର୍କ ସୂର୍ଯ୍ୟ ଓଡ଼ିଶା
- ବଢୁଛି ଲଡୁ ବିବାଦ
- ହିଜବୋଲ୍ଲାର ନିଦ ହଜାଇଦେଲାଣି ଇସ୍ରାଏଲ
Comments are closed.