ତାଳଚେର: ଝାଟିମାଟିର ଦୁଇ ବଖରା କୁଡିଆ । ଉପରେ ପଡ଼ିଛି ଚିରାଫଟା ପଲିଥିନ୍ । ଏହି କୁଡ଼ିଆରେ ରୁହନ୍ତି ୫ ପ୍ରାଣୀ । ପର ଘରେ ମୂଲ ଲାଗି ଯାହା ମିଳେ ସେଥିରେ ଚଳନ୍ତି ଏହି ପରିବାର । ଏହିଭଳି ଦଦରା ମାଟି କୁଡ଼ିଆରେ ଦୟନୀୟ ଅବସ୍ଥାରେ ଦିନ କାଟୁଛନ୍ତି ତାଳଚେର ବ୍ଲକ ଅନ୍ତର୍ଗତ କଙ୍କିଳୀ ଗ୍ରାମର କାଠିଆ ଦେହୁରୀ ଓ ତାଙ୍କ ପରିବାର । ସେ ଯୋଗ୍ୟ ହିତାଧିକାରୀ ହୋଇଥିଲେ ମଧ୍ୟ ଆଜି ଯାଏଁ ଆବାସ ଯୋଜନାରେ ପକା ଘର ଖଣ୍ଡିଏ ମିଳି ପାରିଲା ନାହିଁ । ଏନେଇ ସେ ବାରମ୍ବାର ଗୁହାରି କଲେ ମଧ୍ୟ କେହି ଶୁଣୁନାହାନ୍ତି ।
କାଠିଆଙ୍କ ନିଜର ଜମିବାଡ଼ି କହିଲେ କିଛି ନାହିଁ । ଅନ୍ୟର ଜାଗାରେ ଝାଟିମାଟିର କୁଡିଆ ଖଣ୍ଡେ ତିଆରି କରି ୫ ପ୍ରାଣୀ ରହି ଆସୁଛନ୍ତି । ପର ଘରେ ମୂଲ ଲାଗି ପରିବାର ପୋଷନ୍ତି । ସରକାରୀ ସହାୟତା କହିଲେ ଅନ୍ତ୍ୟୋଦୟ ଯୋଜନାରେ ମାସକୁ କେଇ କେଜି ଚାଉଳ ଓ ମାସ ଶେଷକୁ କିଛି ଭତ୍ତା । ଅଭାବ ଅନାଟନରେ ଦିନ କାଟୁଛନ୍ତି କାଠିଆଙ୍କ ପରିବାର । ଯେଉଁଠି ପେଟ ପାଇଁ ଚିନ୍ତା କରିବାକୁ ପଡୁଛି,ସେଠାରେ ପକା ଘର ନିର୍ମାଣ କରିବା ଏହି ଗରିବ ପରିବାର ପାଖରେ ଅସମ୍ଭବ । ପକାଘର ଖଣ୍ଡିଏ ଯୋଗାଇ ଦେବାକୁ ପିଇଓ, ସରପଞ୍ଚ, ୱାର୍ଡ଼ ମେମ୍ବରଠାରୁ ଆରମ୍ଭ କରି ବ୍ଲକ ପ୍ରଶାସନ ପାଖରେ ବହୁବାର ଗୁହାରି କରିଛନ୍ତି ସେ । କିନ୍ତୁ ଆଜି ଯାଏଁ ତାଙ୍କ ଭାଗ୍ୟରେ ଘର ଖଣ୍ଡିଏ ଜୁଟି ନଥିବା କ୍ଷୋଭର ସହ ପ୍ରକାଶ କହିଛନ୍ତି କାଠିଆ । ଏନେଇ କଙ୍କିଳି ସରପଞ୍ଚଙ୍କୁ ପଚାରିବାରୁ, କାଠିଆ ଦେହୁରୀଙ୍କ ନିଜସ୍ୱ ଜମି ନାହିଁ, ତେଣୁ ସେ ଆବାସ ଯୋଜନାରେ ଘର ପାଇ ପାରୁ ନାହାଁନ୍ତି ବୋଲି କହିଛନ୍ତି । ଜିଲ୍ଲା ପ୍ରଶାସନ ଏ ଦିଗରେ ଦୁଷ୍ଟି ଦେଇ ଘର ଖଣ୍ଡେ ଯୋଗାଇ ଦେବାକୁ ଗ୍ରାମବାସୀ ନିବେଦନ କରିଛନ୍ତି ।
BREAKING NEWS
- ବିଜେପି ନେତାଙ୍କୁ ପ୍ରାଣାନ୍ତକ ଆକ୍ରମଣ; ଡାକ୍ତରଖାନାରେ ଭର୍ତ୍ତି
- Odisha Vigilance:୩୫ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ ଆସିଷ୍ଟାଣ୍ଟ ଇଞ୍ଜିନିୟର ଓ ତାଙ୍କ ସହଯୋଗୀ
- ସମ୍ ହସ୍ପିଟାଲରେ ନୂତନ ହୃଦ୍ ଚିକିତ୍ସା: ଟିଏଭିଆର୍ ପଦ୍ଧତିରେ ୭୧ ବର୍ଷୀୟା ମହିଳାଙ୍କୁ ମିଳିଲା ନୂଆ ଜୀବନ
- Asian Games 2026:ଜାଭେଲିନ୍ ଥ୍ରୋ’ରେ ଭାରତର ଚମତ୍କାର ପ୍ରଦର୍ଶନ: ଯଶ୍ବୀରଙ୍କୁ ରୌପ୍ୟ ଓ ରୋହିତଙ୍କୁ ବ୍ରୋଞ୍ଜ
- ସରିଲା ଓଡ଼ିଶା ବିଧାନସଭା ମୌସୁମୀ ଅଧିବେଶନ, ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବି ଘୋଷଣା
- ତାମିଲନାଡୁରେ ‘ଥାଇମାମନ ଥଙ୍ଗା ମୋତିରମ ଥିଟ୍ଟମ’ ଶୁଭାରମ୍ଭ: ନବଜାତ ଶିଶୁଙ୍କୁ ମିଳିବ ୧ ଗ୍ରାମର ସୁନା ମୁଦି
- MMDR ବିଲ୍କୁ ନେଇ ତେଜିଲା ରାଜନୀତି; ବିଜେଡିକୁ ବିଜେପିର କଡ଼ା ଜବାବ
- Influencer Nidhi Tiwari Suicide: କ’ଣ ଥିଲା ଶେଷ କଥା ?
- Delhi Air Pollution: ନଭେମ୍ବରରୁ ଅଫିସରେ କମିବେ ଲୋକ, ବଢିବ ପାର୍କିଂ ଫି
- ଅପମିଶ୍ରିତ ପନିର କାରବାର;୧୧ ଜଣଙ୍କ ନାଁ ରେ ଏତଲା ଦେଲା KMC

Comments are closed.