ତାଳଚେର: ଝାଟିମାଟିର ଦୁଇ ବଖରା କୁଡିଆ । ଉପରେ ପଡ଼ିଛି ଚିରାଫଟା ପଲିଥିନ୍ । ଏହି କୁଡ଼ିଆରେ ରୁହନ୍ତି ୫ ପ୍ରାଣୀ । ପର ଘରେ ମୂଲ ଲାଗି ଯାହା ମିଳେ ସେଥିରେ ଚଳନ୍ତି ଏହି ପରିବାର । ଏହିଭଳି ଦଦରା ମାଟି କୁଡ଼ିଆରେ ଦୟନୀୟ ଅବସ୍ଥାରେ ଦିନ କାଟୁଛନ୍ତି ତାଳଚେର ବ୍ଲକ ଅନ୍ତର୍ଗତ କଙ୍କିଳୀ ଗ୍ରାମର କାଠିଆ ଦେହୁରୀ ଓ ତାଙ୍କ ପରିବାର । ସେ ଯୋଗ୍ୟ ହିତାଧିକାରୀ ହୋଇଥିଲେ ମଧ୍ୟ ଆଜି ଯାଏଁ ଆବାସ ଯୋଜନାରେ ପକା ଘର ଖଣ୍ଡିଏ ମିଳି ପାରିଲା ନାହିଁ । ଏନେଇ ସେ ବାରମ୍ବାର ଗୁହାରି କଲେ ମଧ୍ୟ କେହି ଶୁଣୁନାହାନ୍ତି ।
କାଠିଆଙ୍କ ନିଜର ଜମିବାଡ଼ି କହିଲେ କିଛି ନାହିଁ । ଅନ୍ୟର ଜାଗାରେ ଝାଟିମାଟିର କୁଡିଆ ଖଣ୍ଡେ ତିଆରି କରି ୫ ପ୍ରାଣୀ ରହି ଆସୁଛନ୍ତି । ପର ଘରେ ମୂଲ ଲାଗି ପରିବାର ପୋଷନ୍ତି । ସରକାରୀ ସହାୟତା କହିଲେ ଅନ୍ତ୍ୟୋଦୟ ଯୋଜନାରେ ମାସକୁ କେଇ କେଜି ଚାଉଳ ଓ ମାସ ଶେଷକୁ କିଛି ଭତ୍ତା । ଅଭାବ ଅନାଟନରେ ଦିନ କାଟୁଛନ୍ତି କାଠିଆଙ୍କ ପରିବାର । ଯେଉଁଠି ପେଟ ପାଇଁ ଚିନ୍ତା କରିବାକୁ ପଡୁଛି,ସେଠାରେ ପକା ଘର ନିର୍ମାଣ କରିବା ଏହି ଗରିବ ପରିବାର ପାଖରେ ଅସମ୍ଭବ । ପକାଘର ଖଣ୍ଡିଏ ଯୋଗାଇ ଦେବାକୁ ପିଇଓ, ସରପଞ୍ଚ, ୱାର୍ଡ଼ ମେମ୍ବରଠାରୁ ଆରମ୍ଭ କରି ବ୍ଲକ ପ୍ରଶାସନ ପାଖରେ ବହୁବାର ଗୁହାରି କରିଛନ୍ତି ସେ । କିନ୍ତୁ ଆଜି ଯାଏଁ ତାଙ୍କ ଭାଗ୍ୟରେ ଘର ଖଣ୍ଡିଏ ଜୁଟି ନଥିବା କ୍ଷୋଭର ସହ ପ୍ରକାଶ କହିଛନ୍ତି କାଠିଆ । ଏନେଇ କଙ୍କିଳି ସରପଞ୍ଚଙ୍କୁ ପଚାରିବାରୁ, କାଠିଆ ଦେହୁରୀଙ୍କ ନିଜସ୍ୱ ଜମି ନାହିଁ, ତେଣୁ ସେ ଆବାସ ଯୋଜନାରେ ଘର ପାଇ ପାରୁ ନାହାଁନ୍ତି ବୋଲି କହିଛନ୍ତି । ଜିଲ୍ଲା ପ୍ରଶାସନ ଏ ଦିଗରେ ଦୁଷ୍ଟି ଦେଇ ଘର ଖଣ୍ଡେ ଯୋଗାଇ ଦେବାକୁ ଗ୍ରାମବାସୀ ନିବେଦନ କରିଛନ୍ତି ।
BREAKING NEWS
- ମହିଳା ଚଳାଇବେ ଆମ ବସ୍, ଟ୍ରେନିଂ ପାଇଁ ଗଲେ ପୁଣେ
- କାଙ୍ଗାଳ ପାକିସ୍ତାନର ନିଚ୍ଛକ ସତ, ଇଜ୍ଜତ ବିକି ମାଗୁଛି କରଜ
- ପ୍ରଥମ ରାଷ୍ଟ୍ରପତି ଭାବେ ମା’ ବିରଜାଙ୍କୁ ଦର୍ଶନ କରିବେ ଦ୍ରୌପଦୀ ମୁର୍ମୁ
- ଅରିଜିତଙ୍କୁ ବଡ ଅନୁରୋଧ କଲେ ନିର୍ଦ୍ଦେଶକ ବିଶାଲ ଭରଦ୍ୱାଜ
- Dhurandhar Song In Guinness World Record: ସାରା ବିଶ୍ୱରେ କ୍ରେଜ୍ ବଢ଼ାଇଛି ଧୁରନ୍ଧର୍ ସିନେମାର ଏହି ଗୀତ, ଭାଙ୍ଗିଲା ଗିନିଜ୍ ବିଶ୍ୱ ରେକର୍ଡ…ଖୁବ୍ ଶୀଘ୍ର ଭାରତ ଆସିବେ ଗାୟକ
- Kalikesh Visits Naveen Nivas: କଳିକେଶ ହେବେକି ନବୀନଙ୍କ ଉତ୍ତରାଧିକାରୀ?, ଚର୍ଚ୍ଚା ଭିତରେ ନବୀନ ନିବାସରେ ବିଧାୟକ…
- ଓଡ଼ିଆ ଭାଷାରେ ପଢିବେ ଏକାଦଶ ଶ୍ରେଣୀ ବିଜ୍ଞାନ ଛାତ୍ରଛାତ୍ରୀ; ଜିଲ୍ଲା ସଦର ମହକୁମା ବହି ଦୋକାନରେ ଉପଲବ୍ଧ ହେବ
- ଫିଟ ହେଉଛନ୍ତି ତିଳକ: ବ୍ୟାଟିଂ ପରେ କଲେ ବୋଲିଂ ଅଭ୍ୟାସ
- ଏଣିକି କଲେଜରେ କ୍ଲାସ ନ କରି ଖଟି କଲେ ଅଧ୍ୟାପକ ଅଧ୍ୟାପିକାଙ୍କ ଉପରେ ନିଆଯିବ କଠୋର କାର୍ଯ୍ୟାନୁଷ୍ଠାନ
- Road Accident: ୩ଟି ବାଇକ୍ ଉପରେ ମାଡ଼ିଗଲା ଟ୍ରକ୍, ଚାଲିଗଲା ୫ ଜୀବନ
Comments are closed.