Latest Odisha News

BREAKING NEWS

ବେଲୁଚିସ୍ତାନକୁ ଚୀନ୍‌ ଲୁଟୁଛି, ଜାଣି ବି ଜଳକା ପାକିସ୍ତାନ

ଇସଲାମାବାଦ : ପାକିସ୍ତାନର ସରକାର ବେଲୁଚିସ୍ତାନକୁ ଚୀନ ହାତକୁ ଟେକିଦେଇଛନ୍ତି । ବେଲୁଚ୍ ଜନତା ଉତ୍କଟ ଦାରିଦ୍ର୍ୟ ମଧ୍ୟରେ ବଞ୍ଚୁଥିବାବେଳେ ଚୀନ ଏହି ରାଜ୍ୟରୁ ବହୁମୂଲ୍ୟ ଖଣିଜ ସଂପଦ ଲୁଟିବାରେ ଲାଗିଛି । ଯାହାକୁ ନେଇ ବେଲୁଚିସ୍ତାନର ଲୋକମାନେ ଆନ୍ଦୋଳନ କରିବା ଆରମ୍ଭ କରିଦେଇଛନ୍ତି । ବେଲୁଚିସ୍ତାନ ପାକିସ୍ତାନର ପଛୁଆ ଅଞ୍ଚଳ ହୋଇଥିଲେ ବି ଏହା ଗ୍ୟାସ ଏବଂ ଅନେକ ମୂଲ୍ୟବାନ ଧାତୁର ପ୍ରାକୃତିକ ସମ୍ପଦରେ ପରିପୂର୍ଣ୍ଣ ।

ହେଲେ ଚୀନର ଋଣ ଜାଲରେ ପଡ଼ିଥିବା ପାକିସ୍ତାନ ସରକାର ଏଠାରେ ଥିବା ସୁନା, ରୁପା, ତମ୍ବା ଖଣିରୁ ବହୁତ ଲାଭ କରୁଛନ୍ତି । କିନ୍ତୁ ଏହି ଲାଭର କୌଣସି ସୁଫଳ ସ୍ଥାନୀୟ ଲୋକଙ୍କୁ ମିଳୁନାହିଁ । ଯାହାଦ୍ବାରା ଲୋକମାନେ ଉତ୍କଟ ଦାରିଦ୍ର୍ୟ ମଧ୍ୟରେ ବଞ୍ଚୁଛନ୍ତି ।

ବେଲୁଚିସ୍ତାନରେ  ଚୀନର ବେଲ୍ଟ ଆଣ୍ଡ ରୋଡ୍ ଇନିସିଏଟିଭ୍ ଏବଂ ସିପିଇସି ପ୍ରକଳ୍ପ କାର୍ଯ୍ୟକାରୀ ହେଉଥିବାବେଳେ ଏହି ବାହାନାରେ ଚୀନ ଲୁଟି ଚାଲିଛି । ଏପରିକି ସମୁଦ୍ରରୁ ମାଛ ମାରିବା ଉପରେ ବି ରୋକ ଲଗାଇଦେଇଛି ଚୀନ । ଏହାକୁ ନେଇ ସେଠାରେ ନିୟମିତ ଆନ୍ଦୋଳନ ଚାଲିଛି ।

 

Leave A Reply

Your email address will not be published.