ଖଣ୍ଡାଲା: ସରିଲା ଆଥିୟା ଶେଟ୍ଟୀ ଓ କ୍ରିକେଟର କେଏଲ୍ ରାହୁଲ୍ଙ୍କ ବାହାଘର। ବଲିଉଡ୍ ଅଭିନେତା ସୁନୀଲ ଶେଟ୍ଟୀ ବାହାଘର ନେଇ ସୂଚନା ଦେଇଛନ୍ତି। ମହାରାଷ୍ଟ୍ରର ଖଣ୍ଡାଲାରେ ଥିବା ସୁନୀଲଙ୍କ ଫାର୍ମ ହାଉସ୍ରେ ଉଭୟଙ୍କର ବିବାହ ହୋଇଛି।
ଝିଅ ବାହାଘର ସମ୍ପର୍କରେ ସୁନୀଲ ନିଜେ ସାମ୍ବାଦିକଙ୍କୁ ସୂଚନା ଦେଇଛନ୍ତି। ସୁନୀଙ୍କ ପୁଅ ଆହାନ ବିବାହ ପରେ ଉପସ୍ଥିତ ଲୋକଙ୍କୁ ମିଠା ବାଣ୍ଟିଥିବା ଦେଖିବାକୁ ମିଳିଥିଲା। ତେବେ ଆଇପିଏଲ୍ ମ୍ୟାଚ୍ ପରେ ରିସେପସନ ପାର୍ଟି ଆୟୋଜନ ହେବ ବୋଲି ସୁନୀଲ ସାମ୍ବାଦିକଙ୍କୁ ସୂଚନା ଦେଇଛନ୍ତି।
ମିଡିଆକୁ ଉତ୍ତର ଦେଇ ସୁନୀଲ କହିନ୍ତି ” ସୁନ୍ଦର ସବୁଠାରୁ ଛୋଟ ଓ ପରିବାରର ଅତି ନିକଟତର ବନ୍ଧୁଙ୍କ ଉପସ୍ଥିତିରେ ବାହାଘର ଭଲରେ ସରିଲା। ସାତ ଫେରା ବି ହେଲା। ଅଫିସିଆଲ୍ ବିବାହ ସରିଛି। ତେଣୁ ଅଫିସିଆଲ ଶ୍ୱଶୁର ବି ହୋଇସାରଛି।” ରିସେପସନ ପାର୍ଟି କଥା ପଚାରିବାରୁ ଏହା IPL ପରେ ହେବ ବୋଲି ସୁନୀଲ କହିଛନ୍ତି।

ଏହା ପୂର୍ବରୁ ବିବାହକୁ ଆସୁଥିବା ଅତିଥିମାନଙ୍କୁ ମୋବାଇଲ ଫୋନ ଆଣିବାକୁ ଅନୁମତି ଦିଆଯାଇ ନଥିଲା। ବିବାହ ଫଟୋ ଭାଇରାଲ ନ ହେବା ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଥିଲାବିବାହ ଉତ୍ସବରେ କେବଳ ୧୦୦ ଅତିଥି ଯୋଗ ଦେଇଥିଲେ।
ଅତିଥିଙ୍କ ମଧ୍ୟରେ କେବଳ ପରିବାର ସଦସ୍ୟ ଏବଂ ଘନିଷ୍ଠ ବନ୍ଧୁମାନେ ଉପସ୍ଥିତ ଥିଲେ। ଏମାନଙ୍କ ମଧ୍ୟରୁ ଅନୁପମ ଖେର୍, ଇଶାନ୍ତ ଶର୍ମା, ଅଂନସୁଲା କପୁର, କ୍ରୀଷ୍ଣା ଶ୍ରଫ୍ ବିବାହ ଉତ୍ସବରେ ଯୋଗ ଦେଇଥିବା ଦେଖିବାକୁ ମିଳିଥିଲା।
View this post on Instagram
ସୂଚନା ଅନୁଯାୟୀ, ୨୧ ଜାନୁଆରୀରେ ରାହୁଲ ଏବଂ ଆଥିଆଙ୍କ ସଂଗୀତ ଏବଂ ୨୨ରେ ମେହେନ୍ଦୀ କାର୍ଯ୍ୟକ୍ରମ ଶେଷ ହୋଇଥିଲା। ଉଭୟ ଦକ୍ଷିଣ ଭାରତୀୟ ରୀତିନୀତି ଅନୁଯାୟୀ ବିବାହ କରିଛନ୍ତି।

Comments are closed.