Latest Odisha News

BREAKING NEWS

ବିବାହ ମୁଦି କଥା ବି ଭୁଲି ଯାଇଥିଲେ ରୋହିତ

ମୁମ୍ବାଇ: ଭାରତ-ନ୍ୟୁଜିଲାଣ୍ଡ ଦ୍ୱିତୀୟ ଦିନିକିଆ କ୍ରିକେଟ ମ୍ୟାଚରେ ଅଧିନାୟକ ରୋହିତ ଶର୍ମା ଟସ ବେଳେ ଟିମ ଡିସିଶନ ଭୁଲି ଯାଇଥିଲେ । ଟମ ଲାଥାମ ଓ ମ୍ୟାଚ ରେଫରୀଙ୍କୁ ଏଥିପାଇଁ ବେଶ କିଛି ସମୟ ଅପେକ୍ଷା କରିବାକୁ ପଡିଥିଲା । ରୋହିତ ଜଣେ ଭୁଲା ମନ ବ୍ୟକ୍ତି । ତାଙ୍କ ପ୍ରିୟ ବନ୍ଧୁ ବିରାଟ କୋହଲିଙ୍କ ମତରେ ଆଇପଡ, ୱାଲେଟ ଓ ଫୋନ ଭୁଲିବା କିଛି ନୂଆ କଥା ନୁହେଁ । ଅବଶ୍ୟ ସେ କ୍ରିକେଟ ସାମଗ୍ରର ଭୁଲନ୍ତି ନାହିଁ ବୋଲି ହସି କରି କହିଥିଲେ । ତେବେ ଆପଣମାନେ ବିଶ୍ୱାସ କରିବେ କି ରୋହିତ ତାଙ୍କ ବିବାହ ମୁଦି ବି ଭୁଲି ଯାଇଥିଲେ । ନୂଆ ନୂଆ ବିବାହ କରିଥିବା ରୋହିତ ତାଙ୍କ ମୁଦି କାଢ଼ି ଶୋଇଥାନ୍ତି । ଥରେ ସେ ଏହାକୁ ବାହାର କରି ରଖିଥିବା ବେଳେ ସାଥୀ ଖେଳାଳିଙ୍କ ସହ ବିମାନ ବନ୍ଦରକୁ ଆସିଥିଲେ । ଉମେଶ ଯାଦବଙ୍କ ହାତରେ ମୁଦି ଦେଖି ତାଙ୍କର ଏହି କଥା ମନେ ପଡିଥିଲା ।

ହରଭଜନ ସିଂଙ୍କ ସହାୟତାରେ ସେ ବହୁ କଷ୍ଟରେ ଏହି ମୁଦି ଫେରି ପାଇଥିଲେ । ଏହା ପରଠାରୁ ଅବଶ୍ୟ ସେ ଆଉ ମୁଦି ହାତରୁ ବାହାର କରୁ ନାହାନ୍ତି । ଏହି ଭୁଲା ମନ ଯୋଗୁ ରୋହିତଙ୍କୁ ସାଥୀ ଖେଳାଳିମାନେ ଥଟ୍ଟା କରିବା ସହ ଏ ନେଇ ସତର୍କ ମଧ୍ୟ କରାଇଥାନ୍ତି । ମାତ୍ର ରୋହିତ ତାଙ୍କ ଭୁଲିଯିବା ପ୍ରକୃତି ଛାଡି ପାରୁ ନାହାନ୍ତି ।

Leave A Reply

Your email address will not be published.