Latest Odisha News

BREAKING NEWS

ଆଗାମୀ ୪୮ ଘଣ୍ଟା ମଧ୍ୟରେ ସାରା ରାଜ୍ୟରେ ଜାରି ରହିବ ବର୍ଷା

ଭୁବନେଶ୍ୱର : ଆଗାମୀ ୪୮ ଘଣ୍ଟା ମଧ୍ୟରେ ରାଜ୍ୟରେ ଘଡଘଡି ସହ ବର୍ଷା ହେବା ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି ।

ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଜାରି ସଦ୍ୟତମ ରିପୋର୍ଟ ଅନୁଯାୟୀ ଓଡିଶାର ଉପକୂଳବର୍ତ୍ତୀ ଜିଲ୍ଲାମାନଙ୍କୁ ହଳଦିଆ ୱାର୍ଣ୍ଣିଂ ଜାରି କରାଯାଇଛି । ଏଥିସହିତ ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସାଙ୍ଗକୁ ପବନ ବହିବାର ଆଶଙ୍କା ରହିଛି ।

ବଙ୍ଗୋପସାଗରରେ ଏକ ଘୃର୍ଣ୍ଣିବଳୟ ସୃଷ୍ଟ ହୋଇଛି । ଯାହାର ପ୍ରଭାବରେ ଓଡିଶାର ବିଭିନ୍ନ ପ୍ରାନ୍ତରେ ବର୍ଷା ଲାଗି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି ।

 

Leave A Reply

Your email address will not be published.