Latest Odisha News

ଆମେରିକାର ସ୍କୁଲ୍‌ରେ ଗୁଳିକାଣ୍ଡ; ୨ ଛାତ୍ର ମୃତ, ଶିକ୍ଷକ ଆହତ

ଓ୍ବାଶିଂଟନ : ପୁଣି ଆମେରିକାର ସ୍କୁଲରେ ଫୁଟିଲା ଗୁଳି । ଗୁଳିକାଣ୍ଡରେ ୨ଜଣ ଛାତ୍ର ମୃତ, ଜଣେ ଶିକ୍ଷକ ଆହତ। ଆମେରିକାର ଡେସ୍ ମୋଇନେସ୍ ସ୍ଥିତ ଏକ ସ୍କୁଲରେ ଗୁଳିକାଣ୍ଡ ଘଟଣା ସାମ୍ନାକୁ ଆସିଛି । ଗୁଳିକାଣ୍ଡରେ ୨ ଛାତ୍ରଙ୍କ ମୃତ୍ୟୁ ସହ ଜଣେ ଶିକ୍ଷକ ଗୁରୁତର ହୋଇଥିବା ସୂଚନା ମିଳିଛି । ଏହି ଗୁଳିକାଣ୍ଡରେ ୯ ଲୋକଙ୍କ ପ୍ରାଣ ଚାଲିଯାଇଛି । ଡେସ୍‌ ମୋଇନେସ ସ୍କୁଲରେ ଗୁଳିମାଡ଼ କରି ଫେରାର ହୋଇ ଯାଉଥିବା ଲୋକଙ୍କୁ ସ୍ଥାନୀୟ ଲୋକେ କାବୁ କରିଥିଲେ ପରେ ପୋଲିସକୁ ଜିମା ଦେଇଥିଲେ ।

ସେନ୍ ମେଣ୍ଟୋ ପୋଲିସଙ୍କ ସୂଚନା ଅନୁସାରେ, ଏକ ସ୍କୁଲରେ ଗୁଳିକାଣ୍ଡରେ ୨ ଛାତ୍ରଙ୍କ ମୃତ୍ୟୁ ଘଟିଛି । ଏହା ମଧ୍ୟରେ ଜଣେ ଶିକ୍ଷକ ଗୁରୁତର ଅବସ୍ଥାରେ ଅଛନ୍ତି । ଆହତ ଶିକ୍ଷକଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି ।

Leave A Reply

Your email address will not be published.