Latest Odisha News

BREAKING NEWS

ହକି ବିଶ୍ୱକପ: ୯ରୁ ୧୬ ସ୍ଥାନ ପାଇଁ ହେବାକୁ ଥିବା ମୁକାବିଲାରେ ଜାପାନକୁ ଭେଟିବ ଭାରତ

ରାଉରକେଲା: ହକି ବିଶ୍ୱକପ ଟାଇଟଲ ଦୌଡରୁ ବାଦ ପଡିବା ପରେ ଭାରତ ଏବେ କ୍ଲାସିଫିକେଶନ ମ୍ୟାଚକୁ ଓହ୍ଲାଇବ । ଗୁରୁବାର ସନ୍ଧ୍ୟା ୭ଟାରେ ୯ରୁ ୧୬ ସ୍ଥାନ ହେବା ପାଇଁ ମୁକାବିଲାରେ ଭାରତ-ଜାପାନ ଆମ୍ନାସାମ୍ନି ହେବେ । ପୁଲ ଡିରେ ସ୍ଥାନ ପାଇଥିବା ଭାରତ ଗ୍ରୁପ ପର୍ଯ୍ୟାୟରେ ଦ୍ୱିତୀୟ ସ୍ଥାନରେ ରହିଥିଲା । ନ୍ୟୁଜିଲାଣ୍ଡ ବିପକ୍ଷ କ୍ରସ ଓଭର ମୁକାବିଲାରେ ଭାରତ ହାରିଯିବା ଫଳରେ କ୍ୱାର୍ଟର ଫାଇନାଲରୁ ବିଦାୟ ନେଇଥିଲା । ଅପରପକ୍ଷରେ ଜାପାନ ଗ୍ରୁପ ପର୍ଯ୍ୟାୟରେ ୩ଟି ମ୍ୟାଚରେ ପରାଜିତ ହୋଇଥିଲା । ଭାରତ ତୁଳନାରେ ଜାପାନ ଅପେକ୍ଷାକୃତ ଦୁର୍ବଳ ଟିମ ହୋଇଥିବାରୁ ଆୟୋଜକ ଟିମ ସ୍ଥିତି ଭଲ ରହିଛି ।

୨୮ ତାରିଖରେ ଭାରତ ଦ୍ୱିତୀୟ କ୍ଲାସିଫିକେଶନ ମ୍ୟାଚ ଖେଳିବ । ଓଡିଶାରେ ଆୟୋଜିତ ହେଉଥିବା ଏହି ବିଶ୍ୱକପରେ ଭାରତ ଟାଇଟଲ ହାସଲ କରିବ ବୋଲି ପ୍ରଶଂସକମାନେ ଦୃଢ଼ ଆଶାୟୀ ଥିଲେ । ହେଲେ ସେମାନଙ୍କୁ ଶେଷରେ ନିରାଶ ହେବାକୁ ପଡିଥିଲା ।

Leave A Reply

Your email address will not be published.