Latest Odisha News

BREAKING NEWS

ବିବିସି ଡକ୍ୟୁମେଣ୍ଟାରୀ: ଗଣମାଧ୍ୟମର ସ୍ୱାଧୀନତାକୁ ସମର୍ଥନ କରିବୁ ବୋଲି କହିଲା ଆମେରିକା

ନୂଆଦିଲ୍ଲୀ: ବିବିସି ଡକ୍ୟୁମେଣ୍ଟାରିକୁ ଭାରତରେ ବ୍ୟାନ୍ କରିବା ଘଟଣାକୁ ବିରୋଧ କରିଛି ଆମେରିକା। ଗଣମାଧ୍ୟମର ସ୍ୱାଧୀନତା ଗଣତନ୍ତ୍ରର ପରିଚୟ ବୋଲି ଆମେରିକା ବିଦେଶ ମନ୍ତ୍ରାଳୟ କହିଛି। ଗଣତନ୍ତ୍ରର ମହତ୍ୱ ଗଣମାଧ୍ୟମର ସ୍ୱାଧୀନତାକୁ ଭାରତ ସମେତ ସାରା ବିଶ୍ୱରେ ଗୁରୁତ୍ୱ ଦିଆଯିବା ଦରକାର ବୋଲି ଆମେରିକା ବିଦେଶ ମନ୍ତ୍ରାଳୟର ପ୍ରବକ୍ତା ନିଡ୍ ପ୍ରାଇସ୍ କହିଛନ୍ତି।

ବୁଧବାର ଏକ ସମ୍ବାଦିକ ସମ୍ମିଳନୀରେ ଯୋଗ ଦେଇ ପ୍ରାଇସ୍‌ କହିଛନ୍ତି ଯେ ୱାଶିଂଟନ ସାରା ବିଶ୍ୱରେ ଗଣମାଧ୍ୟମର ସ୍ୱାଧୀନତାକୁ ସମର୍ଥନ କରେ। କାରଣ ଗଣମାଧ୍ୟମର ସ୍ୱାଧୀନତା ଗଣତନ୍ତ୍ରର ମୂଲ୍ୟବୋଧକୁ ଉଜାଗର କରେ। ଯାହା ଅତ୍ୟନ୍ତ ଆବଶ୍ୟକ ବୋଲି ପ୍ରାଇସ୍ କହିଛନ୍ତି।

ସେ ଆହୁରି କହିଛନ୍ତି  “ ଆମେ ନିୟମିତ ଭାବେ ମାନବିକ ଅଧିକାର ଭାବେ ଗଣତନ୍ତ୍ର ନିୟମ ଯଥା- ଗଣମାଧ୍ୟମର ସ୍ୱାଧିନତା, ଧର୍ମୀୟ  ଆସ୍ଥା ଓ ବିଶ୍ୱାସର ସ୍ୱାଧୀନତାକୁ ଗୁରୁତ୍ୱ ଦେବୁ। ଏହା ଆମ ଗଣତନ୍ତ୍ରକୁ ମଜଭୁତ କରିଥାଏ। ଏହି ସଦଭାବନା ନେଇ ଆମେ ସାରା ବିଶ୍ୱ ସହ ସମ୍ପର୍କ ରଖିଛୁ। ଭାରତ ସହ ମଧ୍ୟ ଆମର ଏମିତି ସମ୍ପର୍କ ରହିଛି।”

ଗତ ସପ୍ତାହରେ ବ୍ରିଟେନ୍ ପ୍ରଧାନମନ୍ତ୍ରୀ ବିବିସି ରିପୋର୍ଟ ଠାରୁ ନିଜ ସରକାରକୁ ଦୂରେଇ ରଖିଥିଲେ। ବିବିସି ଯେଉଁଭଳି ଚିତ୍ରଣ କରୁଛି ପ୍ରଧାନମନ୍ତ୍ରୀ ମୋଦୀ ସେହିପରି ହୋଇଥିବା ସେ ଭାବିପାରୁ ନାହାନ୍ତି ବୋଲି ସୁନକ କହିଥିଲେ। ଏହାକୁ ନେଇ ୟୁକେ ସଂସଦରେ ହଟ୍ଟଗୋଳ ହୋଇଥିଲା।

ସୂଚନା ଥାଉକି ବିବିସି ୨୦୦୨ ଗୁଜୁରାଟ ଦଙ୍ଗାକୁ ନେଇ ଏକ ଡକ୍ୟୁମେଣ୍ଟାରି ତିଆରି କରିଛି। ଯେଉଁଥିରେ ପ୍ରଦାନମନ୍ତ୍ରୀ ମୋଦୀଙ୍କୁ ଏଥିପାଇଁ ଦାୟୀ ବୋଲି ଦର୍ଶାଯାଇଛି। ତେବେ ଭାରତ ସରକାର ଏହାକୁ ହୀନ ଉଦ୍ଦେଶ୍ୟପ୍ରଣୋଦିତ ରିପୋର୍ଟିଂ ବୋଲି କହିବା ସହ ବ୍ରିଟେନ୍‌ର ଉପନିବେଶବାଦର ମାନସିକତାକୁ ଦର୍ଶାଉଛି ବୋଲି କହିଛି। ତା ସହିତ ଭାରତରେ ଏହାକୁ ବ୍ୟାନ୍ କରାଯାଇଛି।

Leave A Reply

Your email address will not be published.