Latest Odisha News

BREAKING NEWS

ଧୋନୀଙ୍କ ପ୍ରଡକ୍ସନ ହାଉସର ପ୍ରଥମ ଫିଲ୍ମର ନାମ ଲେଟସଗେଟ ମ୍ୟାରେଡ

ମୁମ୍ବାଇ:ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବା ପରେ ଭାରତୀୟ କ୍ରିକେଟର ସଫଳ ଅଧିନାୟକ ମହେନ୍ଦ୍ର ସିଂ ଧୋନି ଫିଲ୍ମ ଦୁନିଆରେ ପାଦ ଥାପିଛନ୍ତି । ୨୦୧୯ରେ ସେ ଧୋନୀ ଏଂଟରଟେନମେଂଟ ନାମକ ଏକ ପ୍ରଡକ୍ସନ ହାଉସ ଆରମ୍ଭ କରିଥିଲେ । ଧୋନୀ ଏବଂ ତାଙ୍କ ପତ୍ନୀ ସାକ୍ଷୀ ଏହାକୁ ମିଳିତ ଭାବେ ଚଳାଉଛନ୍ତି । ଏହା ମଧ୍ୟରେ ତାଙ୍କ କମ୍ପାନୀ ପ୍ରଥମ ତାମିଲ ଚଳଚ୍ଚିତ୍ରର ନାମ ଘୋଷଣା କରିଛନ୍ତି । ସେ ଏ ନେଇ ଟୁଇଟରରେ ସୂଚନା ମଧ୍ୟ ଦେଇଛନ୍ତି । ଫିଲ୍ମର ନାମ ଏଲଜିଏମ ବା ଲେଟସ ଗେଟ ମ୍ୟାରେଡ ରଖାଯାଇଛି । ଧୋନୀ କ୍ରିକେଟ ଖେଳୁଥିବା ବେଳେ ବିଭିନ୍ନ ଅଭିନେତ୍ରୀଙ୍କ ସମ୍ପର୍କରେ ଆସିଛନ୍ତି ।

ସେ ମଧ୍ୟ ଫିଲ୍ମ ପ୍ରତି ଆକୃଷ୍ଟ ଥିଲେ । ଏବେ ସେ ଫିଲ୍ମ ନିର୍ମାଣ କରି ତାଙ୍କର ଆଉ ଏକ ସ୍ୱପ୍ନ ସାକାର କରିବାକୁ ଯାଉଛନ୍ତି । ରିପୋର୍ଟ ମୁତାବକ ଏହି ଫିଲ୍ମରେ ହରୀଶ କଲ୍ୟାଣ, ଯୋଗୀ ବାବୁ, ଇଭାନା ଓ ନାଦିଆ ଅଭିନୟ କରୁଛନ୍ତି । ଖୁବ ଶୀଘ୍ର ଅନ୍ୟ କଳାକାର ଚୟନ ହେବା ପରେ ଫିଲ୍ମ ଫ୍ଲୋରକୁ ଯିବ ବୋଲି ମେକର୍ସଙ୍କ ପକ୍ଷରୁ ଘୋଷଣା କରାଯାଇଛି ।

Leave A Reply

Your email address will not be published.