Latest Odisha News

BREAKING NEWS

ଫ୍ୟାନଙ୍କ ଫୋନ୍ ଫିଙ୍ଗିଦେଲେ ରଣବୀର କପୁର!

ମୁମ୍ବାଇ: ବଲିଉଡର ଅନ୍ୟତମ ଆଗଧାଡିର ଅଭିନେତା ହେଉଛନ୍ତି ରଣବୀର କପୁର। ଏବେ ବୋଧହୁଏ ତାଙ୍କର ମନ ଭଲ ନାହିଁ। ସୋଶିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଭିଡିଓରୁ ଏଭଳି ଏକ ଅନୁଭବ ହେଉଛି। ଭିଡିଓରେ ଜଣେ ପିଲା ତାଙ୍କ ସହ ସେଲଫି ନେବାକୁ ଚେଷ୍ଟା କରୁଛି। ପ୍ରଥମେ ରଣବୀର କପୁର ସେଲଫି ପାଇଁ ପ୍ରସ୍ତୁତ ହୁଅନ୍ତି, କିନ୍ତୁ ଯେତେବେଳେ ପିଲାଟି ପୁଣି ସେଲଫି ନେବାକୁ ଚେଷ୍ଟା କରେ, ସେତେବେଳେ ସେ ରାଗି ଯାଉଛନ୍ତି। ଯାହା ରଣବୀରଙ୍କ ମୁହଁରୁ ଜଣାପଡୁଛି। ଏହାପରେ ବଲିଉଡ ‘ରକଷ୍ଟାର’ ଫିଲ୍ମର ହିରୋ ରାଗିଯାଇ ପୁଅଟିର ମୋବାଇଲ୍ ମାଗୁଛନ୍ତି ଏବଂ ହଠାତ୍ ଫୋନ୍କୁ ଫୋପାଡି ଦେଉଛନ୍ତି।

ରଣବୀର କପୁରଙ୍କ ଏପରି ଭିଡିଓ ଭାଇରାଲ ହେବା ପରେ ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଫ୍ୟାନ ବା ଶୁଭେଚ୍ଛୁଙ୍କ ସହ ଏହା କି ପ୍ରକାର ବ୍ୟବହାର ବୋଲି ପ୍ରଶ୍ନ ଉଠିଛି। ଯଦି ରଣବୀରଙ୍କ ବ୍ୟବହାର ଏପରି ହେବେ ତାହେଲେ ଅନ୍ୟମାନେ ଏଥିରେ କଣ ଶିକ୍ଷା ଲାଭ କରିବେ? ଯଦି ଏହି ଫୋନ୍ ଫିଙ୍ଗା ଘଟଣା ପୂର୍ବ ପ୍ରାୟୋଜିତ ହୋଇନଥିବ ତାହେଲେ ଏହା ଭଲ ବାର୍ତ୍ତା ଦେଉ ନାହିଁ ବୋଲି ଭାଇରାଲ ହେଉଥିବା ଭିଡିଓରେ ମତ ପ୍ରକାଶ ପାଇଛି। କାରଣ ଆଜିକାଲି ଭାଇରାଲ ହେବା କିମ୍ବା ଲୋକଲୋଚନକୁ ଆସିବାକୁ ଅନେକ କିଛି ପୂର୍ବ ପ୍ରାୟୋଜିତ ହେଉଛି ତେଣୁ ଏହାକୁ କେହେ କେହି ପୂର୍ବ ପ୍ରାୟୋଜିତ ବୋଲି ମଧ୍ୟ କହିଲେଣି।

ଉଲ୍ଲେଖଯୋଗ୍ୟ, ଯଦିଓ ଏହା ରିଲ୍ କିମ୍ବା ବିଜ୍ଞାପନ ସୁଟିଂ ବେଳର କୌଣସି ସ୍ପଷ୍ଟ ସୂଚନା ରଣବୀରଙ୍କ ଠାରୁ ଆସିନାହିଁ। ହେଲେ ଯଦି ଏହି ଘଟଣା ସତ ହୋଇଥିବ ତାହେଲେ ରଣବୀରଙ୍କ ଭାବମୂର୍ତ୍ତିକୁ ଖରାପ କରିବା ଛଡା ଆଉ କିଛି ନୁହେଁ। କାରଣ ସୋଶିଆଲ ମିଡିଆରେ ଏହି ଭିଡିଓଟି ବେଶ ଜୋରଦାର ଭାଇରାଲ ହେଉଛି।

 

Leave A Reply

Your email address will not be published.