ମୁମ୍ବାଇ: ଟିଭି ଧାରାବାହିକ ‘ବାଳିକା ବଧୁ’ ରେ ଅଭିନୟ କରି ଘରେ ଘରେ ପରିଚିତ ନେହା ମାର୍ଦା ଏବେ ମାଆ ହେବାକୁ ଯାଉଛନ୍ତି । ବିବାହର ୧୦ ବର୍ଷ ପରେ ମାଆ ହେବାକୁ ଯାଉଥିବାରୁ ସେ ଓ ତାଙ୍କ ପରିବାର ବହୁତ ଖୁସି । ଧୁମ୍ଧାମ୍ରେ ତାଙ୍କର “ଗୋଦ୍ ଭରାଇ” ଉତ୍ସବ ପାଳନ କରିଛନ୍ତି ନେହା ଓ ତାଙ୍କ ପରିବାର ।
୨୦୧୨ ମସିହାରେ ନେହା, ପାଟନାର ଜଣେ ବ୍ୟବସାୟୀ ଆୟୁଷ୍ମାନ ଅଗ୍ରୱାଲଙ୍କୁ ବିବାହ କରିଥିଲେ । ବିବାହର କିଛି ବର୍ଷ ପରେ ସେ ମାଆ ନ ହେବାରୁ ତାଙ୍କର ସମ୍ପର୍କୀୟମାନେ କଟୁ କଥା କହିବାକୁ ପଛାଇ ନ ଥିଲେ । ହେଲେ ସେ କାହାରି କଥାକୁ ଗୁରୁତ୍ୱ ନ ଦେଇ ନିଜ କ୍ୟାରିୟର ପ୍ରତି ଦୃଷ୍ଟି ଦେଉଥିଲେ । ଏବେ ବିଳମ୍ବରେ ହେଲେ ବି ଗର୍ଭବତୀ ହେବା ଦିନଠାରୁ ପ୍ରତ୍ୟକ ଦିନର ଖୁସିର ଫଟୋକୁ ସୋସିଆଲ ମିଡ଼ିଆରେ ନିଜେ ସେୟାର କରୁଛନ୍ତି ନେହା । ସେ ମାଆ ହେବା ଖବର ଶୁଣି ତାଙ୍କର ପ୍ରଶଂସକମାନେ ଶୁଭେଚ୍ଛା ଜଣାଉଛନ୍ତି । ମାଆ ହେବାର ଖୁସିର ଅନୁଭବରେ ନେହା କୁହନ୍ତି, ବାସ୍ତବରେ ବିବାହ ପରେ ମାଆ ନ ହେବା ଖୁବ୍ ଯନ୍ତ୍ରଣାଦାୟକ । କାରଣ ମୋର ମାଆ ହେବା ବିଳମ୍ବ ହେବାରୁ ମୋ ଘର ଲୋକ ମୋତେ କିଛି କହୁ ନ ଥିବା ବେଳେ ସମ୍ପର୍କୀୟମାନେ କିନ୍ତୁ କଥା କଥାରେ କଟୁ ମନ୍ତବ୍ୟ ରଖୁଥିଲେ । ସେମାନେ ଏମିତି କଥା କହୁଥିଲେ ଯେ, ଯାହା ଜଣେ ମହିଳା ସହ୍ୟ କରିବା କଷ୍ଟକର । ଏକଥା ମୁଁ ନିଜେ ଅନୁଭବ କରିଛି । ସେମାନଙ୍କ ଧାରଣା ଥିଲା ମୁଁ ଅଭିନୟ ଦୁନିଆରେ ଥିବାରୁ ମାଆ ହେବାକୁ ଚାହୁଁନି । ତେବେ ଗୋଟେ କଥା କହିବି ଯେତେବେଳେ ଯାହା ହେବାର ଥିବ ତାହା ହିଁ ହେବ ।
BREAKING NEWS
- ଝାଡ଼ଖଣ୍ଡ ପେପର୍ ଲିକ୍ ମାମଲାରେ ED ର ଏଣ୍ଟ୍ରି, CIDର FIR ପରେ ତଦନ୍ତ ଆରମ୍ଭ
- ଗରମ ରୁଟି ପାଇଁ ହୋଟେଲ କର୍ମଚାରୀଙ୍କୁ ଆକ୍ରମଣ, ୨ ଗିରଫ
- ନାଳରେ ଭାସିଗଲେ ଦୁଇ କାଉଡ଼ିଆ, ଜଣେ ନିଖୋଜ
- ମୋଜତାବା ଖାମେନିଙ୍କ ମୃତ୍ୟୁକୁ ନେଇ ଇରାନ ଦେଲା କଡ଼ା ଜବାବ, ଜାରି କଲା ଭିଡିଓ..
- ‘ସାଇଲେଣ୍ଟ କିଲର’ ସାଜିଛି ହେପାଟାଇଟିସ୍ ବି ଏବଂ ସି: ବିନା ଲକ୍ଷଣରେ ନଷ୍ଟ କରୁଛି ଲିଭର
- Hit And Run: ଭୁବନେଶ୍ୱରରେ ବସ୍ ଧକ୍କାରେ ବାଇକ୍ ଆରୋହୀ ମୃତ
- ଶ୍ରୀକୃଷ୍ଣଙ୍କ ଆଦେଶରେ ଅର୍ଜୁନ ସ୍ଥାପନ କରିଥିଲେ ଶିବଲିଙ୍ଗ! ଜାଣନ୍ତୁ ୧୦ମ ଶତାବ୍ଦୀର କେଦାରେଶ୍ୱର ଧାମର ରହସ୍ୟ
- ଆସାମ ପ୍ରଳୟଙ୍କାରୀ ବନ୍ୟାରେ ମୃତ୍ୟୁ ସଂଖ୍ୟା ୧୦୦କୁ ବୃଦ୍ଧି
- ହର୍ମୁଜ ଖୋଲିଲେ ଯୁଦ୍ଧ ବନ୍ଦ କରିବ ଆମେରିକା!
- ଭୟଙ୍କର ବାତ୍ୟା ମୁହାଁଉଛି ଚୀନ୍ ଆଡ଼କୁ: ଜାରି ହେଲା ସର୍ବୋଚ୍ଚ ସତର୍କତା, ସୁରକ୍ଷିତ ସ୍ଥାନକୁ ଗଲେ ଲକ୍ଷ ଲକ୍ଷ ଲୋକ

Comments are closed.