ରାଜସ୍ଥାନ: ନିଜ ଶ୍ୱଶୁରଙ୍କ ଶେଷ ଇଛା ପୂରଣ କଲେ ଜ୍ୱାଇଁ । ବର ବେଶରେ ସଜ୍ଜିତ ହୋଇ ହେଲିକ୍ଟପରରେ ଆସିଲେ । ଆଉ ଯୌତୁକ ବାବଦକୁ ନେଲେ ମାତ୍ର ୧ ଟଙ୍କା ଓ ଗୋଟିଏ ନଡ଼ିଆ । ଏଭଳି ଏକ ବିରଳ ବିବାହକୁ ନେଇ ଏବେ ସବୁଆଡ଼େ ଚର୍ଚ୍ଚା ।
ରାଜସ୍ଥାନ ଅଲୱାର ମାଧୋଗଡ ଗ୍ରାମର ବାସିନ୍ଦା ରବିନ ସିଂହ ରାଜୱାତ । ସେ ଭାରତୀୟ ସେନାରେ କାମ କରନ୍ତି । ତାଙ୍କର ନିକଟସ୍ଥ ରିୟାୱାଡି ତହସିଲ ଅନ୍ତର୍ଗତ ବନୱାଡା ଗ୍ରାମର ଜଣେ ଯୁବତୀଙ୍କ ସହ ବିବାହ ଠିକ୍ ହେଲା । ଯୁବତୀଙ୍କ ବାପାଙ୍କ ଇଛା ଥିଲା ତାଙ୍କ ଝିଅକୁ ଯିଏ ବିବାହ କରିବ ସେ ହେଲିକ୍ପ୍ଟରରେ ବରବେଶରେ ଆସି ତାଙ୍କ ଝିଅକୁ ନେବ । ହେଲେ ଦୁଃଖର ବିଷୟ ଝିଅର ବିବାହ ପୂର୍ବରୁ ତାଙ୍କର ମୃତ୍ୟୁ ହୋଇଗଲା । ଏହା ଜାଣିବା ପରେ ରବିନ୍ ତାଙ୍କ ଭାବି ଶ୍ୱଶୁରଙ୍କ ଇଛା ପୂରଣ କରିବାକୁ ନିଷ୍ପତ୍ତି ନେଲେ । ଏନେଇ ସେ ନିଜ ଘର ଲୋକଙ୍କ ସହ ଆଲୋଚନା କଲେ । ରବିନଙ୍କ ଏହି କଥାରେ ତାଙ୍କ ଘର ଲୋକ ସମର୍ଥନ କଲେ । ପରେ ରବୀନ ହେଲିକପ୍ଟର ବୁକ୍ କଲେ । ବିବାହ ଦିନ ବରବେଶରେ ସଜ୍ଜିତ ହୋଇ ବରଯାତ୍ରୀ ଧରି ହେଲିକ୍ପ୍ଟରରେ କନିଆ ଘରେ ପହଞ୍ôଚଲେ । ବର ଓ ବରଯାତ୍ରୀଙ୍କୁ ଦେଖିବା ପାଇଁ ଗ୍ରାମରେ ଭିଡ଼ ଜମିଲା । ଏମିତି କି ଗ୍ରାମବାସୀ ହେଲିକ୍ପ୍ଟର ଆଗରେ ସେଲଫି ନେବାକୁ ଲାଗିଲେ । ଧୁମ୍ଧାମ୍ରେ ଆୟୋଜିତ ହେଲା ବିବାହ । ହେଲିକ୍ପ୍ଟରରେ କନିଆକୁ ଧରି ବିଦାୟ ମଧ୍ୟ ନେଲେ । ସବୁଠୁ ବଡ଼ କଥା ହେଲା, ଯୌତୁକ ବାବଦକୁ ରବିନ୍ ମାତ୍ର ୧ ଟଙ୍କା ଓ ଗୋଟିଏ ନଡ଼ିଆ ନେଇଥିଲେ । କନ୍ୟାପକ୍ଷରୁ ତାଙ୍କୁ ନଗଦ ୫ ଲକ୍ଷ ଟଙ୍କା ଯୌତୁକ ଦିଆଯାଇଥିଲା । ହେଲେ ବର ଘର ଲୋକେ ଏହାକୁ ନେବାକୁ ରୋକ୍ଠୋକ୍ ମନା କରି ଦେଇଥିଲେ । ବରର ପିତା ନନ୍ଦ ସିଂ ରାଜୱାତ କହିଛନ୍ତି ଯେ, ବର୍ତ୍ତମାନ ସମୟରେ ଗୋଟିଏ ଝିଅକୁ ବିବାହ ଦେବାକୁ ଗୋଟେ ବାପା ବହୁତ କଷ୍ଟ କରିବାକୁ ପଡ଼ିଥାଏ । ତେଣୁ ସବୁ ପୁଅ ଘର ଲୋକ ବିନା ଯୌତୁକରେ ବିବାହ କରିବା ଉଚିତ୍ । ରବିନ ଓ ତାଙ୍କ ପରିବାରର ଏପରି କାର୍ଯ୍ୟକୁ ଗ୍ରାମବାସୀ ବେଶ୍ ପ୍ରଶଂସା କରିଛନ୍ତି । ଏହି ବିବାହ ଏବେ ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି ।
BREAKING NEWS
- ୧୦ ବର୍ଷ କେନ୍ଦ୍ରରେ କ୍ଷମତାରେ ରହି ମଧ୍ୟ ବିଫଳ ହୋଇଛି ବିଜେପି :ସଚିନ ପାଇଲଟ
- ରୋଡ୍ ଶୋ ରାଜନୀତି
- କଟକରେ ସଂତୃପ୍ତ ନା ଭର୍ତ୍ତୃହରି ?
- ‘ଚାନ୍ଦା କରି ପାଣ୍ଡିଆନଙ୍କୁ ତାମିଲନାଡୁ ପଠାଅ’; ବିଶ୍ବଶର୍ମା
- ଆସନ୍ତା ଜୁନ ୧୦ରେ ଓଡ଼ିଶାର ଜଣେ ପୁଅ ବା ଝିଅ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ:ବୈଜୟନ୍ତ
- ଖୁବଶୀଘ୍ର ଆରମ୍ଭ ହେବ ଇସ୍ରୋର ମିଶନ ମଙ୍ଗଳୟାନ-୨
- ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ବିଜେପି ଉପରେ ବର୍ଷିଲେ ପାଣ୍ଡିଆନ
- ‘ଭଡାଟିଆଙ୍କୁ ଆଣି ସରକାର ଚଳାଇଛି ବିଜେଡି’
- ତାତିରେ ଲାଗିବ ବ୍ରେକ୍; ୨୨ରେ ସୃଷ୍ଟି ହେବ ଲଘୁଚାପ, ଉପକୂଳ ଓଡ଼ିଶାରେ ବର୍ଷା ସମ୍ଭାବନା
- ଦରଦାମ ବୃଦ୍ଧିରେ ଓଡ଼ିଶା ଦେଶରେ ଏକ ନମ୍ବର