Latest Odisha News

BREAKING NEWS

ଟିପିଏସ୍ଓଡିଏଲ୍ ପକ୍ଷରୁ ଏକକାଳୀନ ସମାଧାନ ଯୋଜନା (ଓଟିଏସ୍) ଆରମ୍ଭ

ଭୁବନେଶ୍ୱର/ ବ୍ରହ୍ମପୁର: ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ (ଓଇଆର୍‌ସି)ଙ୍କ  ଗାଇଡ୍‌ଲାଇନ୍ ଅନୁସାରେ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିଏସ୍‌ଓଡିଏଲ୍‌) ପକ୍ଷରୁ ଏହାର ଗ୍ରାହକମାନଙ୍କ ପାଇଁ ଓଟିଏସ୍ (ଏକକାଳୀନ ସମାଧାନ ଯୋଜନା)  ଆରମ୍ଭ କରାଯାଇଛି । ଏହି ଯୋଜନାରେ ଦକ୍ଷିଣ ଓଡ଼ିଶାର ୮ଟି ଜିଲ୍ଲା ରହିଛି। ଗଂଜାମ, ଗଜପତି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, ମାଲକାନଗିରି, ବୌଦ୍ଧ ଓ କନ୍ଧମାଳ । ଏହି ଯୋଜନା ଅନୁସାରେ, ୨୦୨୩ ଏପ୍ରିଲ୍ ୨୧ ସୁଦ୍ଧା ବିଦ୍ୟୁତ ବକେୟା ଉପରେ ୩୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି ପ୍ରଦାନ କରାଯିବ। ଟିପିସିଓଡିଏଲ୍‌ରେ ପ୍ରାୟ ୨୪.୧ ଲକ୍ଷ ଗ୍ରାହକ ରହିଛନ୍ତି ।

ଏହି ଅବସରରେ  ଟିପିଏସ୍‌ଓଡିଏଲ୍‌ର ସିଇଓ ଶ୍ରୀ ଅରବିନ୍ଦ ସିଂହ କହିଛନ୍ତି ନିୟମିତ ବ୍ୟବଧାନରେ ଗ୍ରାହକଙ୍କୁ ବିଭିନ୍ନ ଅଭିନବ ଅଫର ଓ ସ୍କିମ୍ ପ୍ରଦାନ କରିବା ଲାଗି ଆମେ ନିରନ୍ତର ଭାବେ କାର୍ଯ୍ୟ କରୁଛୁ । ଆମେ ନିଶ୍ଚିତ ଯେ ଏହି ଯୋଜନା ଆମ ଗ୍ରାହକଙ୍କୁ ଆବଶ୍ୟକ ଲାଭ ପ୍ରଦାନ କରିବ ଏବଂ ସେମାନେ ଏକରୁ ଅଧିକ ଉପାୟରେ ଲାଭବାନ ହେବେ ।

ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗଙ୍କ ଏକକାଳୀନ ସମାଧାନ ଯୋଜନା (ୱାନ୍ ଟାଇମ୍ ସେଟଲ୍‌ମେଂଟ୍ ସ୍କିମ୍‌) ଅନୁଯାୟୀ, ସମସ୍ତ ଏଲ୍‌ଟି ବିଦ୍ୟୁତ ଗ୍ରାହକ ଯଦି ବକେୟାକୁ ଗୋଟିଏ ଥରରେ ସମ୍ପୂର୍ଣ୍ଣ ପୈଠ  କରିବେ ତେବେ ବିଦ୍ୟୁତ ବକେୟା ଉପରେ ୩୦% ରିହାତି ଓ ବିଳମ୍ବିତ ପେମେଂଟ୍ ସରଚାର୍ଜ ଉପରେ ୮୦% ରିହାତି ପାଇବେ। ଗ୍ରାହକ ଯଦି ଦୁଇଟି ସମାନ ମାସିକ କିସ୍ତି (୫୦%+୫୦%)ରେ ବକେୟା ପୈଠ କରିବେ, ତେବେ ବିଦ୍ୟୁତ ବକେୟା ଉପରେ ୨୦% ରିହାତି ଓ ବିଳମ୍ବିତ ପେମେଂଟ୍ ସରଚାର୍ଜ ଉପରେ ୮୦% ରିହାତି ମିଳିବ । ତିନିଟି ମାସିକ କିସ୍ତି (୫୦%+୨୫%+୨୫%)ରେ ବକେୟା ପୈଠ କରାଯିବ ତେବେ ବିଦ୍ୟୁତ ବକେୟା ଉପରେ ୧୫ ପ୍ରତିଶତ ରିହାତି ଓ ବିଳମ୍ବିତ ପେମେଂଟ୍ ସରଚାର୍ଜ ଉପରେ ୮୦% ରିହାତି ମିଳିବ ।

ସେହିପରି, ଏଚ୍‌ଟି ଗ୍ରାହକମାନେ ସର୍ବାଧିକ ତିନିଟି କିସ୍ତି ପ୍ରଦାନ କରି ଓଟିଏସ୍‌ରେ ଥିବା ଲାଭ ହାସଲ କରିପାରିବେ । ଯଦି ଏଚ୍‌ଟି ଗ୍ରାହକ ବକେୟାକୁ ଗୋଟିଏ କିସ୍ତିରେ ପ୍ରଦାନ କରିବେ ତେବେ ଡିପିଏସ୍‌ରେ ୬୦% ରିହାତି, ଦୁଇଟି କିସ୍ତିରେ ଦେଲେ ୫୦% ଏବଂ ତିନିଟି କିସ୍ତିରେ ଦେଲେ ଡିପିଏସ୍ ଉପରେ ୪୦% ରିହାତି ମିଳିବ ।

Comments are closed.