କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’
ଗ୍ରୀଷ୍ମାବକାଶର କେତୋଟି ଅବସର ଦିବସ ପରିବାର ସହ କଟାଇବା ପାଇଁ ପଦ୍ମିନୀ ବ୍ରହ୍ମପୁରରୁ ଭଞ୍ଜନଗର ଆସିବା ଦିନ, ବସ୍ଷ୍ଟାଣ୍ଡରେ ତା’ର ଦେଖା ହୋଇଥିଲା ଲଳିତା ସହ । ଜେଲ୍ ଗ୍ରାଉଣ୍ଡରେ ଥିବା ପୋଲିସ କଲୋନୀକୁ ସେ ତା’ର କୌଣସି ସମ୍ପର୍କୀୟ ଘରକୁ ବୁଲିବାକୁ ଆସିଥିଲା । ପଦ୍ମିନୀକୁ ବସ୍ରୁ ଓହ୍ଲାଉଥିବା ଦେଖି ସେ ବାରଣ୍ଡାରେ ଠିଆ ହୋଇ ବଡ଼ ପାଟିରେ ଡାକିଲା । କିଛି ସମୟ ଯାଏ ଚାରିଦିଗକୁ ନିରୀକ୍ଷଣ କରିବା ପରେ ଲଳିତାକୁ ଦେଖି ପଦ୍ମିନୀ ତା’ ନିକଟକୁ ଗଲା । ବହୁଦିନ ପରେ ଦୁଇ ବାନ୍ଧବୀଙ୍କ ଭେଟ । ସେଥିରେ ପୁଣି ଏଭଳି ଅପ୍ରତ୍ୟାଶିତ ।
ପରସ୍ପର ସାମନା ସାମନି ହେଉ ହେଉ ଏକ ସମୟରେ ଦିହିଁଙ୍କ ମୁହଁରୁ ବାହାରିପଡ଼ିଲା- ମୋର ତତେ ଗୋଟେ ଖୁସୀ ଖବର ଦେବାର ଅଛି ।
– ମୋର ବି ତତେ ଗୋଟେ ଖୁସୀ କଥା ପଚାରିବାର ଅଛି ।
ଏକା ସାଙ୍ଗେ ଉଭୟେ ଠୋ ଠୋ ହୋଇ ହସି ଉଠିଲେ । ଦିନେ ଦୁଇଦିନ ଭିତରେ ସେ ଲଳିତା ଘରକୁ ଯିବାର ପ୍ରତିଶ୍ରୁତି ଦେଇ ରିକ୍ସାଟିଏ କରି ଘର୍କୁ ଫେରିଲା ।
ଅଳ୍ପ କିଛିଦିନ ହେବ ଝିଅର ବାହାଘର ଠିକ୍ ହୋଇଛି । ଘରେ ହସ – ଆନନ୍ଦର ମୁଖରିତ ପରିବେଶ । ଏଇ ଖୁସୀ ଖବର ସହ ପିଲାଦିନର ସାଙ୍ଗ ଲଳିତା ସହ କିଛି ସମୟ କଟାଇବା ପାଇଁ ପଦ୍ମିନୀ ବାହାରିଲା ଲଳିତା ଘରକୁ । ଭଞ୍ଜନଗର ସହରଠାରୁ ତା’ର ଘର ଦୁଇମାଇଲ ଦୂରରେ, ଜଳଭଣ୍ଡାର ନିକଟସ୍ଥ ସେଲ୍ଟ୍ୟାକ୍ସ କଲୋନୀରେ । ଚାଲି ଚାଲି ଏତେ ବାଟ ଯିବା କଷ୍ଟ । ତା’ ଛଡ଼ା ହାଟ ନଗର ଠାରୁ
କଲେଜ ଯାଏ ନିଛାଟିଆ ରାସ୍ତା । ଏକାକୀ କେହି ଝିଅ ପ୍ରାୟ ଯାଆନ୍ତି ନାହିଁ । ସେ ରିକ୍ସାଟିଏ କରି ସାନ ଭାଇକୁ ଧରି ବାହାରିଲା । ଘରୁ ବାହାରିବା ସମୟରେ ତା’ ମନରେ ଯେଉଁ ଭୟଥିଲା; ଗଲାବେଳକୁ ଭାଉଜ ତାକୁ ସେଇ ଦୁଇପଦ କଥା ଶୁଣାଇ ଦେଲେ ।
Comments are closed.