କୁକୁରମାନେ ନୃତ୍ୟ କଲେ । ତାହାସହିତ ବିଶ୍ୱ ରେକର୍ଡ଼ ବି କଲେ । ଗୋଟେ କି ଦୁଇଟି ନୁହେଁ ଏକାଥରକେ୧୪ କୁକୁର ଏକାଠି କଙ୍ଗୋ ନୃତ୍ୟ କରି ତିଆରି କରିଛନ୍ତି ଗିନିଜ୍ ୱାର୍ଲ୍ଡ ରେକର୍ଡ଼ । ଏବେ ସୋସିଆଲ ମିଡ଼ିଆରେ ୧୪ କୁକୁରଙ୍କ ଏହି ନୃତ୍ୟ ଖୁବ୍ ଭାଇରାଲ ହେଉଛି ।
ମୂଳତଃ ଜର୍ମାନୀବାସିନ୍ଦା ୱୋଲଫଗଙ୍ଗ ଲନବର୍ଗ ଜଣେ ନୃତ୍ୟପ୍ରେମୀ । ନିଜେ ନୃତ୍ୟ କରିବା ସହ ଅନ୍ୟଙ୍କୁ ବି ନୃତ୍ୟ ଶିଖାଇବାରେ ସଉକ ରଖନ୍ତି । ଏହାସହିତ କୁକୁର ରଖିବା ତାଙ୍କର ଆଉଗୋଟେ ସଉକ । ନିଜ ପାଖରେ ପାଳିଛନ୍ତି ୧୪ଟି କୁକୁର । ଥରେ ସେ ମନସ୍ଥ କଲେ କୁକୁରମାନଙ୍କୁ ନେଇ କିଛି ନୂଆ କରିବାକୁ । ମନକୁ ଆସିଲା ନୃତ୍ୟ । ଅନେକ ସମୟରେ କୁକୁରଙ୍କୁ ବିଭିନ୍ନ ପ୍ରକାର କୌଶଳର ତାଲିମ ଦେଉଥିବା ଲନବର୍ଗ କୁକୁରଙ୍କୁ ନୃତ୍ୟ କରାଇ ବିଶ୍ୱ ରେକର୍ଡ଼ କରିବେ । ଏହି ନିଶାରେ ନିଜର ୧୪ କୁକୁରଙ୍କୁ ନେଇ କଙ୍ଗୋ ନୃତ୍ୟ କରିବାକୁ ମନସ୍ଥ କଲେ । ଏଥିପାଇଁ ଆରମ୍ଭ କଲେ ପ୍ରସ୍ତୁତି । ଆଉ ଶେଷରେ ସେହି କଙ୍ଗୋ ନୃତ୍ୟରେ କୁକୁରଙ୍କୁ ନଚାଇ ସେ ହାସଲ କଲେ ଗିନିଜ୍ ୱାର୍ଲ୍ଡ ରେକର୍ଡ଼ ।
କଙ୍ଗୋ ହେଉଛି ଏକ ଲାଟିନ୍ ଆମେରିକୀୟ ନୃତ୍ୟଶୈଳୀ । ଏହି ୧୪ କୁକୁରଙ୍କ ନାମକରଣ ନିଜେ କରିଛନ୍ତି ଲନବର୍ଗ । ସେମାନେ ହେଲେ ଏମା, ଫିଲୋ, ଫିନ୍, ସାଇମନ୍, ସୁସି, ମାୟା, ଅଲଫ୍, ସ୍ପେକ୍, ବିବି, କୃତି, ଜେନିଫ,ର୍ ଏଲଭିସ୍, ଚାର୍ଲି ଏବଂ କ୍ୟାଟି । ଏମାନେ ସମସ୍ତେ ଲନବର୍ଗଙ୍କ ପେଟ୍ । ଗିନିଜ ବୁକ୍ ଅଫ ୱାର୍ଲ୍ଡ ରେକର୍ଡ଼ ପାଇଁ ଯେତେବେଳେ ବିଚାରପତିଙ୍କ ପ୍ୟାନେଲ ସମ୍ମୁଖରେ ଏହି ୧୪ କୁକୁର ଏକାଠି ନୃତ୍ୟ କଲେ, ତାକୁ ଦେଖି ବିଚାରପତିଙ୍କ ସମେତ ସବୁ ଦର୍ଶକ ଆଶ୍ଚର୍ଯ୍ୟ ହୋଇଗଲେ । ଗିନିଜ ୱାର୍ଲ୍ଡ ରେକର୍ଡର ଅଫିସିଆଲ୍ ଟ୍ୱିଟରରେ ଏହାର ଏକ ଭିଡ଼ିଓ ସେୟାର କରାଯାଇଛି । ଏହି ଭିଡ଼ିଓରେ ଲନବର୍ଗ ନିଜ କୁକୁରକୁ ନିର୍ଦ୍ଦେଶ ଦେଉଥିବା ବେଳେ କୁକୁରମାନେ ମଧ୍ୟ ତାଙ୍କ ନିର୍ଦ୍ଦେଶକୁ ପାଳନ କରି ଜଣକ ପରେ ଜଣେ ନୃତ୍ୟ କରୁଥିବା ଦେଖିବାକୁ ମିଳିଛି । ଦୁଇଦିନ ତଳେ ଏହି ଭିଡ଼ିଓ ପୋଷ୍ଟ କରାଯାଇଥିଲା,ଯାହାକୁ ଏବେ ଲକ୍ଷାଧିକ ଲୋକ ଦେଖିସାରିଲେଣି ।
BREAKING NEWS
- ଦୁନିଆ ତୁଳନାରେ ଆମ ଦେଶର ପିଲା ହୋଇଯାଉଛନ୍ତି ଗେଡ଼ା, ସାମ୍ନାକୁ ଆସିଲା କାରଣ; ରିପୋର୍ଟରେ ବଡ଼ ଖୁିଲାସା
- ପୁଅର ବାହାଘର ପୂର୍ବରୁ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଚାଲିଗଲା ବାପାର ଜୀବନ
- ବାହୁଦା ନଦୀରେ ବୁଡିଗଲେ ୨ ନାବାଳକ ଛାତ୍ର
- ଅପରେସନ୍ ଗୋ ରକ୍ଷକ: ଗୋ ମାଫିଆଙ୍କ ଆକାଉଣ୍ଟ ଓ ଲକର ହେଲା ଫ୍ରିଜ
- Airport issues advisory: ଭୁବନେଶ୍ୱର ବିମାନବନ୍ଦରରେ ଯାତ୍ରୀଙ୍କ ପାଇଁ ଆଡଭାଇଜରୀ ଜାରି; ଆଗୁଆ ପହଞ୍ଚିବା ସହ…
- Sabyasachi and Archita:ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଆସିଲା ଖୁସି ଖବର
- India Brazil Relations: ବ୍ରାଜିଲ ରାଷ୍ଟ୍ରପତିଙ୍କ ସହ ଫୋନରେ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦୀ, ଖୁବ୍ଶୀଘ୍ର ଭାରତ ଗସ୍ତରେ ଆସିବେ…
- ଆସ୍ଥା ହରାଇଲେ ଗୁଡ଼ାରି ବ୍ଲକ୍ ଅଧ୍ୟକ୍ଷା ଲକ୍ଷ୍ମୀ ଶବର, ଅନାସ୍ଥା ସପକ୍ଷରେ ୧୬ ସଦସ୍ୟ
- ସନ୍ତୋଷ ଟ୍ରଫି ଫୁଟବଲ: ସଂଘର୍ଷପୂର୍ଣ୍ଣ ମୁକାବିଲାରେ ମେଘାଳୟଠାରୁ ହାରିଲା ଓଡିଶା
- ଟ୍ରମ୍ପଙ୍କ ‘ଶାନ୍ତି ବୋର୍ଡ’; କାହିଁକି ଦୂରେଇଲା ଭାରତ…
Comments are closed.