Latest Odisha News

ଆଇଏଏସ ପରୀକ୍ଷା ପାଇଁ କୋଚିଂ ଦେବେ ରାଜ୍ୟ ସରକାର

ଭୁବନେଶ୍ୱର: ରାଜ୍ୟ ସରକାର ମାଗଣା ଆଇଏଏସ କୋଚିଂ ଦେବେ। ଓଡ଼ିଶା ଉଚ୍ଚଶିକ୍ଷା ବିଭାଗ ଏଭଳି ଏକ ଯୋଜନା କରିଛି। ଓଡ଼ିଆଙ୍କ ପ୍ରଦର୍ଶନ ଭାରତୀୟ ପ୍ରଶାସନିକ ସେବା ବା ୟୁପିଏସ୍‌ସିରେ ଦିନକୁ ଦିନ ହ୍ରାସ ପାଉଥିବାରୁ ବିଭାଗ ଏଭଳି ଏକ ପଦକ୍ଷେପ ନେଉଛି। ଆଇଏଏସ, ଆଇପିଏସ କିମ୍ବା ଆଇଆରଏସ ହେବାକୁ ହେଲେ ୟୁପିଏସସି ପରୀକ୍ଷା ଦ୍ୱାରା ଆୟୋଜିତ ହେଉଥିବା ସିଭିଲ୍ ସର୍ଭିସ୍ ପରୀକ୍ଷା ଦେବାକୁ ହେବ। ଏହି ପରୀକ୍ଷା ଦେବାକୁ ଚାହୁଁଥିବା ପରୀକ୍ଷାର୍ଥୀଙ୍କୁ ମାଗଣାରେ ଏବେ କୋଚିଂ ଦେବାକୁ ଉଚ୍ଚଶିକ୍ଷା ବିଭାଗ ନିଷ୍ପତ୍ତି ନେଇଥିବା ସୂଚନା ରହିଛି। ହେଲେ ଏଥିପାଇଁ କିଛି ସର୍ତ୍ତ ରହିଛି।

BjdElectrycity

ଉଚ୍ଚଶିକ୍ଷା ବିଭାଗର ଯୁଗ୍ମ ସଚିବ ଧୀରେନ୍ଦ୍ର ନାଥ କର ସାମ୍ସ ପୋର୍ଟାଲରେ ମଡେଲ ଡେଭଲପ କରିବାକୁ ଓସିଏସସିକୁ ଆଜି ଏକ ଚିଠି ଲେଖିଛି। ଏହି ଚିଠିରେ ଓସିଏସସି ମହାପ୍ରବନ୍ଧକଙ୍କୁ ୟୁପିଏସସି ସିଭିଲ୍ ସର୍ଭିସ୍ କୋଚିଂ ନାମଲେଖା ପାଇଁ ନୂଆ ମଡ୍ୟୁଲ୍ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ରହିଛି। ମଡ୍ଯୁଲରେ ୨୦୦ ଆଶାୟୀଙ୍କର ପଢିବା ସହିତ ରହିବା ବ୍ୟବସ୍ଥା ରହିବ।

ଏଥିପାଇଁ ଫେବ୍ରୁଆରି ୨୬ରେ ଏକ ପରୀକ୍ଷା ଅନୁଷ୍ଠିତ ହେବ। ପ୍ରବେଶିକା ପରୀକ୍ଷା ପାଇଁ ନାମଲେଖା ପାଇଁ ଆବେଦନ କରିବା ସହିତ ଉଚ୍ଚଶିକ୍ଷା ବିଭାଗ ଓ୍ୱେବସାଇଟରେ ଅନଲାଇନ୍ ମାଧ୍ୟମରେ ଆଡମିଟ୍ କାର୍ଡ ଡାଉନଲୋଡ କରିବାକୁ ହେବ। ଶ୍ରେଷ୍ଠ ୨୦୦ ଜଣ ପରୀକ୍ଷାର୍ଥୀଙ୍କୁ ଉଭୟ ପ୍ରିଲିମ୍ ଏବଂ ମୁଖ୍ୟ ପରୀକ୍ଷା ପାଇଁ କୋଚିଂ ପ୍ରଦାନ କରିବେ ସରକାର।

ଗତବର୍ଷ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ସିଭିଲ ସର୍ଭିସ ପ୍ରିଲିମ୍ସରେ ଉତ୍ତୀର୍ଣ୍ଣ ହୋଇଥିବା ପରୀକ୍ଷାର୍ଥୀଙ୍କୁ ମାଗଣା କୋଚିଂ ପ୍ରଦାନ କରାଯାଇଥିଲା। ପ୍ରବେଶିକା ପରୀକ୍ଷାରେ କୃତକାର୍ଯ୍ୟ ହେବା ପରେ ରାଜ୍ୟ ଭିତରେ ଥିବା କୌଣସି ଶିକ୍ଷାନୁଷ୍ଠାନରୁ କେବଳ ଓଡ଼ିଆ ଛାତ୍ରଛାତ୍ରୀ ଏହି ମାଗଣା କୋଚିଂ ସୁବିଧା ପାଇପାରିବେ।

ତେବେ ଯେଉଁମାନେ ୟୁପିଏସସି ପରୀକ୍ଷାରେ ପ୍ରିଲିମ୍ସ ପାସ୍ କରିଥିଲେ ସେମାନଙ୍କୁ ପ୍ରବେଶିକା ପରୀକ୍ଷା ଦେବାକୁ ପଡ଼ିବ ନାହିଁ ଏବଂ କୋଚିଂ ପାଇଁ ସିଧାସଳଖ ଆଡମିଶନ୍ ମିଳିପାରିବ। ତେବେ ଗତବର୍ଷ କେବଳ ସେହି ଛାତ୍ରଛାତ୍ରୀମାନେ ଯୋଗ୍ୟ ବିବେଚିତ ହୋଇଥିଲେ, ଯେଉଁମାନଙ୍କ ପରିବାରର ବାର୍ଷିକ ଆୟ ୧୦ ଲକ୍ଷ ଟଙ୍କାରୁ ଅଧିକ ନ ଥିଲା।

ଉଲ୍ଲେଖଯୋଗ୍ୟ, ପୂର୍ବରୁ ରାଜ୍ୟ ସରକାର ଦୁଇ ଥର ଏଭଳି କୋଚିଂ ବ୍ୟବସ୍ଥା ଆରମ୍ଭ କରିଥିଲେ। କିନ୍ତୁ ଏହା ସଫଳ ହୋଇନଥିଲା।

 

Leave A Reply

Your email address will not be published.