Latest Odisha News

BREAKING NEWS

ବିବାହ ବନ୍ଧନରେ ବାନ୍ଧି ହେବେ କିଆରା-ସିଦ୍ଧାର୍ଥ

ମୁମ୍ବାଇ: ବି-ଟାଉନ୍‌ର ଚର୍ଚ୍ଚିତ ଯୋଡ଼ି ସିଦ୍ଧାର୍ଥ ମଲହୋତ୍ରା ଓ କିଆରା ଆଡଭାନୀ । ସାତ ଜନ୍ମର ସାଥି ହେବେ ସିଦ୍ଧାର୍ଥ-କିଆରା । ୬ ଫେବୃୟାରୀରେ ବିବାହ କରିବାକୁ ଯାଉଛନ୍ତି ଏହି କପଲ୍‌ । ଦୁହିଁଙ୍କ ବିବାହକୁ ନେଇ ପ୍ରଶଂସକଙ୍କ ମନରେ ଭରି ରହିଛି ଉତ୍ସାହ  ।  ରାଜସ୍ଥାନର ଜୈସଲମେରର ପାଞ୍ଚ ତାରକା ହୋଟେଲରେ ହେବ ବାହାଘର। ଆଜି ହେଉଛି ମେହେନ୍ଦୀ ଆଉ କାଲି ସଙ୍ଗୀତ । କିୟାରା ଓ ସିଦ୍ଧାର୍ଥ ନିଜ ସାଙ୍ଗ ଏବଂ ପରିବାର ସଦସ୍ୟଙ୍କ ଉପସ୍ଥିତିରେ ଏହି ବିବାହ କରିବେ।

ତାଙ୍କର ପ୍ରି-ଓ୍ଵେଡିଂ ସେଲିବ୍ରେସନ ଆଜିଠୁ ଆରମ୍ଭ ହୋଇ ଯାଇଛି । ତେବେ ଏହି କପଲ୍‌ଙ୍କ ବିବାହ ଜୈସଲମେରର ଏକ ପାଞ୍ଚ ତାରକା ହୋଟେଲରେ ହେବ ବୋଲି ସୂଚନା ରହିଛି। କିୟାରା ଓ ସିଦ୍ଧାର୍ଥଙ୍କ ବାହାଘର ପାଇଁ ପାଖାପାଖି ୮୪ ବିଳାସପୂର୍ଣ୍ଣ ରୁମ୍‌ ବୁକ୍‌ କରାଯାଇଛି। ତାଙ୍କ ଏହି ବିବାହରେ ସାଉଥ୍‌ ସୁପରଷ୍ଟାର୍‌ ରାମ ଚରଣ ଯୋଗ ଦେବେ କୁହାଯାଉଛି  । ଏଥିସହିତ ତାଙ୍କ ବିବାହରେ ବହୁ ନାମୀ ଦାମୀ ବଲିଉଡ୍‌ ଷ୍ଟାର ଯୋଗ ଦେବେ ବୋଲି ଜଣାପଡ଼ିଛି । ମନୀଷ ମଲହୋତ୍ରା, ଅଶ୍ୱିନୀ ୟାର୍ଡି, ବରୁଣ ଧଓ୍ଵନ ଓ କରଣ ଜୋହରଙ୍କୁ ବିବାହରେ ଆମନ୍ତ୍ରିତ କରାଯାଇଛି।

ଏଥିସହ ମୁମ୍ବାଇରେ ବଡ଼ ରିସେପ୍ସନ ପାର୍ଟିର ଆୟୋଜନ ପାଇଁ ଯୋଜନା ପ୍ରସ୍ତୁତ କରିଛନ୍ତି ଏହି କପଲ୍‌ । ଏହି କପଲ୍‌ଙ୍କ ବିବାହ ସମସ୍ତ ରୀତିନୀତି ଅନୁଯାୟୀ ହେବ । କିଆରା ଏବଂ ସିଦ୍ଧାର୍ଥଙ୍କ ବାହାଘରକୁ ନେଇ ପ୍ରଶଂସକଙ୍କ ମନରେ ନାହିଁ ନଥିବା ଉତ୍ସାହ ଦେଖିବାକୁ ମିଳିଛି ।

 

 

Leave A Reply

Your email address will not be published.