Latest Odisha News

BREAKING NEWS

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ କର୍ଣ୍ଣାଟକ ପ୍ରଭାରି ନିଯୁକ୍ତି କଲା ବିଜେପି

ନୂଆଦିଲ୍ଲୀ: କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବଡ଼ ଦାୟିତ୍ୱ। ଆଗକୁ ନିର୍ବାଚନ ଆସୁଥିବାରୁ ଧର୍ମେନ୍ଦ୍ରଙ୍କୁ କର୍ଣ୍ଣାଟକ ପ୍ରଭାରୀ ଭାବେ ନିଯୁକ୍ତ କଲା ବିଜେପି। ଏନେଇ ଦଳ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି। ଧର୍ମେନ୍ଦ୍ରଙ୍କ ସହିତ ତାମିଲନାଡୁ ବିଜେପି ଅଧ୍ୟକ୍ଷ କେ.ଆନ୍ନାମଲାଇଙ୍କୁ ଉପପ୍ରଭାରୀ ଦାୟିତ୍ୱ ଦିଆଯାଇଛି। ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ଏହି ନିଯୁକ୍ତି ଦେଇଛନ୍ତି।

ଏନେଇ ବିଜେପି ଟ୍ୱିଟ୍ କରି ସୂଚନା ଦେଇଛି। ଟ୍ୱିଟ୍‌ରେ ଦଳ ଜାରି କରିଥିବା ସୂଚନା ପତ୍ରରେ ଲେଖାଯାଇଛି “ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ୨୦୨୩ ଆସୁଥିବାରୁ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ତାମିଲନାଡୁ ବିଜେପି ଅଧ୍ୟକ୍ଷ କେ. ଆନ୍ନାମଲାଇଙ୍କୁ ଉପପ୍ରଭାରୀ ନିଯୁକ୍ତ କରିଛନ୍ତି।  ”

ସୂଚନା ଥାଉକି, ୨୦୨୪ ନିର୍ବାଚନ ବିଜେପି ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। ଏଥିପାଇଁ ଆଗୁଆ ରାଜ୍ୟଗୁଡ଼ିକୁ ଆୟତ କରିବା ବିଜେପି ରଣନୀତ ଆରମ୍ଭ  କରିଦେଇଛି। ବିଭିନ୍ନ ରାଜ୍ୟରେ ନିଜ ଦଳର ଟାଣୁଆ ନେତାଙ୍କୁ ନିଯୁକ୍ତ କରୁଛି। ତଳିତ ବର୍ଷ ଏପ୍ରିଲ-ମେ ମାସ ମଧ୍ୟରେ କର୍ଣ୍ଣାଟକ ନିର୍ବାଚନ ହେବାର ଅଛି। ହାତରେ ଆଉ ମାତ୍ର ୩ ମସରୁ ବି କମ୍ ସମୟ ଥିବାରୁ ବିଜେପି ଏବେଟୁ ବଳ କସିବା ଆରମ୍ଭ କରିଦେଇଛି।

ସେପଟେ କଂଗ୍ରେସ ମଧ୍ୟ ପଛରେ ପଡ଼ି ନାହିଁ। ରାଜ୍ୟବାସୀଙ୍କୁ ଗୋଟିଏ ପରେ ଗୋଟିଏ ମାଗଣା ଘୋଷଣା କରିବା  ସହ ପଦଯାତ୍ରା ମଧ୍ୟ ଆରମ୍ଭ କରିଦେଇଛି। କଂଗ୍ରେସ ଅଧ୍ୟକ ଡି.କେ ଶିବକୁମାର ଓ ବରିଷ୍ଠ ନେତା ଶିଦ୍ଧରମୟା ମିଶି ଶୁକ୍ରବାର ଠାରୁ ପ୍ରଜା ଯାତ୍ରା ଆରମ୍ଭ କରିଛନ୍ତି।

Comments are closed.