ଲିସବନ(ପର୍ତ୍ତୁଗାଲ): ଯଦି ଆପଣକୁ ପଚରାଯାଏ ଦୁନିଆର ସବୁଠୁ ବୟସ୍କ କୁକୁର ଦେଖିଛନ୍ତି କି, ଏହାର ଉତ୍ତର ବୋଧହୁଏ ଆପଣ ଦେଇ ପାରିବେ ନାହିଁ । ତାହାଲେ ଆସନ୍ତୁ ଜାଣିବା ସର୍ବପୁରାତନ କୁକୁର ବିଷୟରେ । ସବୁଠୁ ବୟସ୍କ କୁକୁରର ନାଁ ହେଉଛି ବୋବି । ବୟସ ପାଇଁ ଗିନିଜ୍ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡରେ ସ୍ଥାନ ପାଇଛି ବୋବି। ରେକର୍ଡ ଅନୁଯାୟୀ ବୋବିର ବୟସ ୩୦ ବର୍ଷ ୨୬୬ ଦିନ।
କୁକୁରମାନଙ୍କର ବୟସ ଅତିବେଶୀରେ ୧୪କିମ୍ବା ୧୫ ବର୍ଷ ହୋଇଥାଏ । ହେଲେ ବୋବି ଏ ବୟସରେ ବି ସୁସ୍ଥ ଅଛି । ବୋବି ପର୍ତ୍ତୁଗାଲର ଲେରିଆର ଗ୍ରାମାଞ୍ଚଳର କୋଷ୍ଟା ପରିବାରର ସଦସ୍ୟ ।
ଗିନିଜ୍ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡ ଅନୁଯାୟୀ, ବୋବି ଏକ ଶୁଦ୍ଧ ପ୍ରଜାତିର ରାଫେରୋ ଡୋ ଆଲେଣ୍ଟେଜୋ ପ୍ରଜାତିର କୁକୁର । ଏହି ପ୍ରଜାତିର କୁକୁରମାନେ ମଧ୍ୟ ହାରାହାରି ୧୨ ରୁ୧୪ବର୍ଷ ବଞ୍ଚନ୍ତି । ଏତେ ବୃଦ୍ଧ ହୋଇ ମଧ୍ୟ ବୋବି ସମ୍ପୂର୍ଣ୍ଣ ସୁସ୍ଥ । ସବୁଠୁ ବୟସ୍କ କୁକୁର ଅଷ୍ଟ୍ରେଲିୟ ବ୍ଲୁ, ୧୯୩୯ ମସିହାରେ ୨୯ ବର୍ଷ ପାଞ୍ଚ ମାସ ବୟସରେ ମୃତ୍ୟୁ ବରଣ କରିଥିଲା।
Say hello to Bobi, the oldest dog ever recorded by Guinness World Records at 30 years and 266 days! 🥰️ pic.twitter.com/xeTflsWTat
— Guinness World Records (@GWR) February 2, 2023
ବୋବିର ଏକ ଭିଡିଓ ସେୟାର କରି ଗିନିଜ ୱାର୍ଲ୍ଡ ରେକର୍ଡ ପକ୍ଷରୁ ଲେଖାଯାଇଛି, ନୂତନ ରେକର୍ଡ: ସବୁଠୁ ବୟସ୍କ କୁକୁର, ବବି ଏବେ ୩୦ ବର୍ଷ ୨୬୬ଦିନରେ ପଦାର୍ପଣ କରିଛି । କୋଷ୍ଟା ପରିବାରର ସଦସ୍ୟ ଲିଓନେଲ କୋଷ୍ଟା କହିଛନ୍ତି, ଦୀର୍ଘ ଜୀବନର ରହସ୍ୟ ହେଉଛି ବୁଲିବା, ମାନବ ଖାଦ୍ୟ ଏବଂ ଅନ୍ୟ ଜୀବଜନ୍ତୁଙ୍କ ସହ ମିଳାମିଶା କରିବା । ବୋବିକୁ କେବେ ବନ୍ଧା ଯାଏ ନାହିଁ । ସେ ସବୁବେଳେ ଘରରେ ଓ କ୍ଷେତରେ ବୁଲିଥାଏ । ବୋବି ୧୧ ମେ ୧୯୯୨ରେ ଜନ୍ମଗ୍ରହଣ କରିଥିଲା । ଆମେ ଯାହା ଖାଉଛୁ ବୋବି ତାହା ଖାଏ । ପଶୁମାନଙ୍କର ନିର୍ଦ୍ଦିଷ୍ଟ ଖାଦ୍ୟ ଖାଇବା ସହିତ ସେ ମଣିଷ ପାଇଁ ତିଆରି ହୋଇଥିବା ଜିନିଷକୁ ମଧ୍ୟ ଆନନ୍ଦରେ ଖାଏ ।
Comments are closed.