ବେଜିଂ: ଆମେରିକା ତା ଆକାଶ ଉଡ଼ୁଥିବା ଚୀନର ସ୍ପାଏ ବେଲୁନ(ଗୁପ୍ତଚର ବେଲୁନ)କୁ ଗୁଳି କରି ଖସାଇ ଦେବା ପରେ ତାତିଲା ଚୀନ। ଆମେରିକାର ଏଭଳି ନିଷ୍ପତ୍ତି ଉପରେ କଡ଼ା ଜାବାବ ଦିଆଯିବ ବୋଲି ଚୀନ କହିଛି। ଆମେରିକା ଅନାବଶ୍ୟକ ପ୍ରତିକ୍ରିୟା ଦେଖାଇ ବେଲୁନକୁ ଗୁଳି କରି ଖସାଇ ଦେଇଛି। ଯାହା ଅନ୍ତର୍ଜାତୀୟ ବିଜ୍ଞାନ ଅଭ୍ୟାସ ନିୟମର ଉଲ୍ଲଂଘନ ବୋଲି ଚୀନ କହିଛି।
ଏନେଇ ଚୀନ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ଏକ ବିବୃତ୍ତି ଜାରି କରି ଆମେରିକାକୁ ଚେତାବନୀ ଦିଆଯାଇଛି। ଏଥିରେ କୁହାଯାଇଛି “ମାନବ ରହିତ ସିଭିଲିଆନ ଏଯାର୍ସିପ୍ ଉପରେ ଆମେରିକା ବଳ ପ୍ରୟୋଗ କରି ଆକ୍ରମଣ କରିବାକୁ ଚୀନ କଡ଼ା ବିରୋଧ କରୁଛି। ଆଗକୁ ଏସମ୍ପର୍କରେ ଚୀନ ପ୍ରତିକ୍ରିୟା କଣ ହେବ ତାହା ପରେ ଜଣାପଡ଼ିବ ବୋଲି ଚୀନ ପରୋକ୍ଷରେ ଆମେରିକାକୁ ଚେତାବନୀ ଦେଇଛି।

ଶନିବାର ଆମେରିକାର କାରୋଲିନା ଉପକୂଳରେ ଉଡ଼ୁଥିବା ଚୀନର ସ୍ପାଏ ବେଲୁନକୁ ଗୁଳି କରି ଖସାଇ ଦେଇଥିଲା ଆମେରିକା। ରାଷ୍ଟ୍ରପତି ଜୋ ବାଇଡେନ୍ଙ୍କ ନିଷ୍ପତ୍ତି କ୍ରମେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା। ଏହି ବେଲୁନଟି ଉତ୍ତର ଆମେରିକାର ସମ୍ବେଦନଶୀଳ ସେନା ବେସ୍ ଅତିକ୍ରମ କରିବା ପରେ ଆମେରିକା ଏହାକୁ ଗୁଳି କରି ଖସାଇ ଦେଇଥିଲା। ଯାହାକୁ ନେଇ ବେଜିଂ ଓ ୱାଶିଂଟନ ମଧ୍ୟରେ ପୁଣି ଏକ ନୂଆ ବିବାଦ ଆରମ୍ଭ ହୋଇଯାଇଛି।
Incredible HD footage of the Chinese surveillance balloon being shot down. pic.twitter.com/K1GxdcJuH1
— Graham Allen (@GrahamAllen_1) February 4, 2023
ଏହି ଭିଡିଓ ଫୁଟେଜ୍ ଜଣେ ଟ୍ୱିଟର ୟୁଜର ଶେୟାର କରିଛନ୍ତି। ତେବେ ଏହା ଆମେରିକାର ଷ୍ଟ୍ରାଇକ୍ କି ନା ତାହା ସ୍ପଷ୍ଟ ହୋଇନି।
ତେବେ ଗୁଳି କରି ଖସାଇ ଦେବା ପରେ ଏହି ବେଲୁନ୍ରେ ଚୀନ କଣ ସବୁ ଖଞ୍ଜିଥିଲା ତାହା ଜାଣିବା ପାଇଁ ବେଲୁନ୍ର ଭଗ୍ନାବଶେଷ ଖୋଜା ଚାଲିଛି। ଗୁଳି ଖାଇ ଆଣ୍ଟଲାଟିକ୍ ସାଗରରେ ଖସିଥିବେ ବେଲୁନକୁ ଯାହାଜ ଦ୍ୱାରା ଖୋଜା ଚାଲିଛି। ମିଳିଥିବା ସୂଚନା ଅନୁସାରେ ୩ଟି ସ୍କୁଲ୍ ବସ୍ ଆକାରର ଏହି ସ୍ପାଏ ବେଲୁନ୍ ଆମେରିକାର ଆକାଶରେ ୬୦ ହଜାର ଫୁଟ୍ ଉଚ୍ଚାରେ ଉଡ଼ୁଥିଲା।
Comments are closed.