Latest Odisha News

BREAKING NEWS

ଘରୋଇ ଟେଷ୍ଟ କ୍ରିକେଟ ସିରିଜରେ ଭାରତକୁ ହରାଇବା ଅସମ୍ଭବ !

ନାଗପୁର: ୪ ମ୍ୟାଚ ବିଶିଷ୍ଟ ଟେଷ୍ଟ କ୍ରିକେଟ ସିରିଜ ଖେଳିବା ପାଇଁ ଅଷ୍ଟ୍ରେଲିଆ ଟିମ ଭାରତରେ ପଂହଚି ସାରିଛି । ତେବେ ଦୀର୍ଘ ୧୦ ବର୍ଷର ରେକର୍ଡକୁ ବିଚାରକୁ ନେଲେ ଘରୋଇ ପରିବେଶରେ ଭାରତକୁ ହରାଇବା ଭ୍ରମଣକାରୀ ଟିମ ପାଇଁ ପ୍ରାୟତଃ ଅସମ୍ଭବ ହୋଇ ପଡିଛି । ୨୦୧୩ ପରଠାରୁ ଟିମ ଇଣ୍ଡିଆ କ୍ରମାଗତ ୧୫ ଟେଷ୍ଟ ସିରିଜ ଜିତିସାରିଛି । ତା ମଧ୍ୟରୁ ୯ ସିରିଜରେ କ୍ଲିନ ସୁଇପ କରିଛି । ଅନ୍ୟ କୌଣସି ଟିମ ଘରୋଇ ପରିବେଶରେ ୧୦ରୁ ଅଧିକ ସିରିଜ ଜିତି ନାହାନ୍ତି । ଦକ୍ଷିଣ ଆଫ୍ରିକା, ଇଂଲଣ୍ଡ, ନ୍ୟୁଜିଲାଣ୍ଡ ଓ ଅଷ୍ଟ୍ରେଲିଆ ମଧ୍ୟ ଏଠାରେ ଶୋଚନୀୟ ଭାବେ ପରାଜିତ ହୋଇଛନ୍ତି । ୧୦ ବର୍ଷରେ ୪୨ ଟେଷ୍ଟରୁ ଭାରତ ୩୪ରେ ଜିତିଥିବା ବେଳେ ୨ଟିରେ ହାରିଛି । ୮୦ ପ୍ରତିଶତରୁ ଅଧିକ ବିଜୟ ହାରରେ ଭାରତ ଘରେ ଟେଷ୍ଟ ସିରିଜ ଜିତିଛି । ସେହିପରି ଶେଷ ୩୪ ଟେଷ୍ଟରୁ ୩୧ରେ ଏକତରଫା ବିଜୟ ହାସଲ କରିଛି ।

ଭାରତ ପିଚରେ ବିଦେଶୀ ଟିମକୁ ସ୍ପିନର୍ସଙ୍କୁ ଖେଳିବା ସବୁଠାରୁ ବଡ ମୁଣ୍ଡ ବ୍ୟାଥାର କାରଣ ହୋଇଛି । ଭାରତ ମାଟିରେ ରବିଚନ୍ଦ୍ରନ ଅଶ୍ୱୀନ ୪୨ ଟେଷ୍ଟରେ ୨୫୮ ୱିକେଟ ଅକ୍ତିଆର କରିଛନ୍ତି । ୧୯ ଥର ୫ରୁ ଅଧିକ ୱିକେଟ ନେଇଛନ୍ତି । ଅଷ୍ଟ୍ରେଲିଆ ଅଶ୍ୱୀନଙ୍କୁ ଏତେ ମାତ୍ରାରେ ଭୟ କରୁଛି ଯେ, ବ୍ୟାଟ୍ସମ୍ୟାନ ତାଙ୍କ ପରି ବୋଲିଂ ଆକ୍ସନ ରଖିଥିବା ସ୍ପିନରଙ୍କ ସହ ଅଭ୍ୟାସ କରୁଛନ୍ତି । ଏଥର ଅଶ୍ୱୀନ, ରବୀନ୍ଦ୍ର ଜାଡେଜା, ଅକ୍ଷର ପଟେଲ ଓ କୁଲଦୀପ ଯାଦବଙ୍କୁ ଅଷ୍ଟ୍ରେଲିଆ କିପରି ସାମ୍ନା କରୁଛି ତାହା ସମୟ କହିବ । ଅଷ୍ଟ୍ରେଲିଆ ଏବେ ବି ଅସମ୍ଭବ ଶବ୍ଦକୁ ହଟେଇବା ପାଇଁ ନିଶ୍ଚିତ ଭାବେ ଉଦ୍ୟମ କରିବ ।

Leave A Reply

Your email address will not be published.