ବିଶ୍ୱର ବଡ଼ ବଡ଼ ଦେଶଗୁଡ଼ିକରେ ନାମିଦାମୀ ଗାଡ଼ି ଚଢିବା ଅନେକ ଲୋକଙ୍କ ସଉକ । କିନ୍ତୁ ଆମଷ୍ଟରଡାମ ଏପରି ଏକ ସହର, ଯେଉଁଠାରେ ଲୋକେ ଯାତାୟାତ ପାଇଁ ସାଇକେଲର ବ୍ୟବହାର ବହୁଳ ମାତ୍ରାରେ କରିଥାନ୍ତି । ଏହାର କାରଣ ହେଲା ଲୋକ ସଂସ୍କୃତି । ନିଜ ପରିବେଶକୁ ସୁରକ୍ଷିତ ରଖିବା ପାଇଁ ଏଠାରେ ବହୁ ଥିଲାବାଲା ଲୋକେ ନାମିଦାମୀ ଗାଡ଼ି ବଦଳରେ ସାଇକେଲ ଚଢିବାକୁ ଗୁରୁତ୍ୱ ଦେଇଥାନ୍ତି ।
ସାରା ବିଶ୍ୱରେ ଏହି ସାଇକେଲ ସଂସ୍କୃତି ପାଇଁ ଆମଷ୍ଟରଡାମର ଖୁବ୍ ଖ୍ୟାତି ରହିିଛି । ତେବେ ଏନେଇ ଆଉ ଏକ ପାଦ ଆଗକୁ ବଢିଛନ୍ତି ସେଠାକାର ସରକାର । ଏଠାରେ ଦୁନିଆର ସବୁଠାରୁ ବଡ଼ ଅଣ୍ଡରୱାଟର ସାଇକେଲ ପାର୍କିଂର ବ୍ୟବସ୍ଥା କରାଯାଇଛି, ଯେଉଁଠାରେ କି ଏକାସାଙ୍ଗରେ ୭ହଜାର ସାଇକେଲ୍ ପାର୍କିଂ କରିହେବ । ପ୍ରାୟ ୬୫ ମିଲିୟନ୍ ଟଙ୍କା ଖର୍ଚ୍ଚ ହୋଇଥିବା ଏହି ପ୍ରକଳ୍ପ ପାଇଁ ୪ ବର୍ଷ ସମୟ ଲାଗିଛି । ସହର ପ୍ରଦୂଷଣକୁ ରୋକିବା ପାଇଁ ବାଇକ୍ ବଦଳରେ ସାଇକେଲ ବ୍ୟବହାର କରିବା ପାଇଁ ଲୋକଙ୍କୁ ସଚେତନ କରିବା ଏହି ପ୍ରକଳ୍ପର ମୂଳ ଲକ୍ଷ୍ୟ । ଏହି ସାଇକେଲ ପାର୍କିଂ ସହରର ସେଣ୍ଟ୍ରାଲ ଷ୍ଟେଶନ ପାଖରେ ରହିଛି, ଯେଉଁଥିପାଇଁ ସେଣ୍ଟ୍ରାଲ ଷ୍ଟେଶନକୁ ଯିବାକୁ ସୁବିଧା ରହିଛି ।
Comments are closed.