Latest Odisha News

ବିଜୟ ଶଙ୍କରଙ୍କ ବିରୋଧରେ ଏତଲା, ସୋମାଲିକାଙ୍କ ବୟାନର ଭିଡିଓ ଗ୍ରାଫି କଲା ପୋଲିସ

ଜଗତସିଂହପୁର: ସାନି ଏତଲା ପରେ ଆକ୍ସନ ମୋଡରେ ପୋଲିସ । ତିର୍ତ୍ତୋଲ ବିଜେଡି ବିଧାୟକ ବିଜୟ ଶଙ୍କର ଦାସଙ୍କ ବିରୋଧରେ ସୋମାଲିକା ଦାଶଙ୍କ ସାନି ଏତଲା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି । ଆଜି ଦୀର୍ଘ ୬ ଘଣ୍ଟା ଧରି ପୋଲିସ ଅଭିଯୋଗ ଆଣିଥିବା ସୋମାଲିକାଙ୍କୁ ପଚରାଉଚରା କରିବା ସହ ବୟାନର ଭିଡିଓ ଗ୍ରାଫି କରିଛି ।

ଅତିରିକ୍ତ ଏସପି ଉମେଶ ଚନ୍ଦ୍ର ପଣ୍ଡା, ଏସଡିପିଓ ରମେଶ ଚନ୍ଦ୍ର ସିଂ, ଜଗତସିଂହପୁର ଥାନା ଅଧିକାରୀ ଶୁଭ୍ରାଂଶୁ ଶେଖର ପରିଡ଼ା ଓ ତଦନ୍ତ ଅଧିକାରୀ ବବିତା ଦଳାଇ ପ୍ରମୁଖ ସୋମାଲିକାଙ୍କୁ ପଚରାଉଚରା କରିଥିଲେ । ଦୀର୍ଘ ୫ ଘଣ୍ଟାରୁ ଅଧିକ ସମୟ ଧରି ପୋଲିସ ଆଗରେ ବିଭିନ୍ନ କଥା କହିଛନ୍ତି ସୋମାଲିକା ।

ପଚରାଉଚରା ପରେ ପୋଲିସ ଜଗତସିଂହପୁର ମେଡିକାଲରେ ସୋମାଲିକାଙ୍କ ଡାକ୍ତରୀମାଇନା କରିଥିବା ସୂଚନା ଦେଇଛନ୍ତି ଏସଡିପିଓ । ତେବେ ପଚରାଉଚରାରେ ସୋମାଲିକା ଅଧିକ କଣ କହିଛନ୍ତି ? ବିଜୟ ଶଙ୍କରଙ୍କୁ କେବେ ପଚରାଉଚରା ପାଇଁ ଡକାଯିବ ସେ ନେଇ ପୋଲିସ କୌଣସି ସୂଚନା ଦେଇ ନାହିଁ ।

ଗତ ଶନିବାର ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କରଙ୍କ ସହ ଅନ୍ୟ ଜଣେ ମହିଳାଙ୍କ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିଲା । ପୂର୍ବରୁ ସୋମାଲିକା, ବିଜୟ ଶଙ୍କରଙ୍କ ବିରୋଧରେ ଦୁଷ୍କର୍ମ ଓ ଗର୍ଭନଷ୍ଟ ଅଭିଯୋଗ ଆଣିଥିଲେ ।

Comments are closed.