Latest Odisha News

BREAKING NEWS

ଉନ୍ନାଓ ଦୁଷ୍କର୍ମ: ବିଜେପି ବିଧାୟକଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କଲା ସିବିଆଇ

ନୂଆଦିଲ୍ଲୀ: ଉନ୍ନାଓ ଦୁଷ୍କର୍ମ ପିଡିତାଙ୍କ ଗାଡି ଦୁର୍ଘଟଣାଗସ୍ତ ହେବା ଘଟଣାରେ ସିବିଆଇ ବୁଧବାର ଦିନ ବିଜେପି ନେତା କୁଳଦୀପ ସିଂହ ସେନଗର୍ଙ୍କ ସମେତ ୧୦ଜଣଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରିଛି । ଏହି ଦୁର୍ଘଟଣାରେ ସେମାନଙ୍କ ସମ୍ପୃକ୍ତି ଥିବା ନେଇ ଚର୍ଚ୍ଚା ହେଉଛି ।

ଉଲ୍ଲେଖଯୋଗ୍ୟ, ଗତ ରବିବାର ଦିନ ଉନ୍ନାଓ ଦୁଷ୍କର୍ମ ପିଡିତାଙ୍କ ସମେତ ତାଙ୍କ ଓକିଲ ଏବଂ ତାଙ୍କ ପରିବାର ସଦସ୍ୟ ଏକ ଗାଡି ଯୋଗେ ଉତ୍ତରପ୍ରଦେଶର ରାଏବରେଲି ଅଭିମୁଖେ ଯାଉଥିବାବେଳେ ଏକ ଦ୍ରୁତଗାମୀ ଟ୍ରକ୍ ତାଙ୍କ ଗାଡିକୁ ଧକ୍କା ଦେଇଥିଲା । ଏହି ଦୁର୍ଘଟଣାରେ ଉକ୍ତ ପିଡିତା ଓ ତାଙ୍କ ଓକିଲ ଗୁରୁତର ଆହତ ହୋଇଥିଲେ ।

ବିଜେପିର ଜଣେ ବିଧାୟକ ପିଡିତାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିବାବେଳେ ଏହି ଦୁର୍ଘଟଣା ହେବା ଫଳରେ ଉତ୍ତର ପ୍ରଦେଶ ସରକାର ପିଡିତାଙ୍କୁ ସୁରକ୍ଷା ପ୍ରଦାନ କରିବାରେ ବିଫଳ ହୋଇଥିବା ନେଇ ସାଧାରଣରେ ବ୍ୟାପକ ଜନ ଅସନ୍ତୋଷ ସୃଷ୍ଟି ହୋଇଛି ।

Leave A Reply

Your email address will not be published.