Latest Odisha News

BREAKING NEWS

ପିଣ୍ଟୁଙ୍କ ଚିକିତ୍ସା ପାଇଁ ୧୦ ଲକ୍ଷ ଟଙ୍କା ଦେଲେ ଅଭିନେତା ଅର୍ଦ୍ଧେନ୍ଦୁ ସାହୁ

ଭୁବନେଶ୍ୱର: ଅସୁସ୍ଥ ପିଣ୍ଟୁ ନନ୍ଦଙ୍କ ଚିକିତ୍ସା ପାଇଁ ବଢାଇଛନ୍ତି ସହାୟତାର ହାତ ବଢ଼ାଇଲେ ଅଭିନେତା ଅର୍ଦ୍ଧେନ୍ଦୁ ସାହୁ । ପିଣ୍ଟୁଙ୍କ ବାସ ଭବନକୁ ଯାଇ ସଫଳ ଅସ୍ତ୍ରୋପ୍ରଚାର ନିମନ୍ତେ ୧୦ ଲକ୍ଷ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି ଅର୍ଦ୍ଧେନ୍ଦୁ । ସାଙ୍ଗରେ ଥିଲେ କ୍ରିଏଟିଭ୍ ହେଡ ପ୍ରଣୟ ଜେଠୀ । ଅଭିନେତା ପିଣ୍ଟୁ ନନ୍ଦ ଜଟିଳ ଲିଭର ସିରୋସିସ୍ ରୋଗରେ ପିଡୀତ ଅଛନ୍ତି । ଏହି ବ୍ୟୟବହୁଳ ଚିକିତ୍ସା ପାଇଁ ବହୁ ଅର୍ଥର ଆବଶ୍ୟକତା ଥିବା ବେଳେ ସହାୟତା ପାଇଁ ଶୁଭେଛୁ ଓ କଳାକାରମାନେ ହାତ ବଢାଇଛନ୍ତି । ଏଭଳି ସ୍ଥିତିରେ ଆଉ ପାଦେ ଆଗକୁ ଯାଇ ପିଣ୍ଟୁଙ୍କ ପାଇଁ ଠିଆ ହୋଇଛନ୍ତି ଲୋକପ୍ରିୟ ଅଭିନେତା ଅର୍ଦ୍ଧେନ୍ଦୁ ।

ଅର୍ଦ୍ଧେନ୍ଦୁ ନିଜକୁ ସମାଜସେବା କ୍ଷେତ୍ରରେ ସେ ନିଜକୁ ନିୟୋଜିତ କରିଛନ୍ତି । ପୂର୍ବରୁ ସହିଦଙ୍କ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ କରିବା ସହ ଅନେକ ଅନାଥ ପିଲାଙ୍କ ପାଇଁ ସାହାରା ସାଜିଛନ୍ତି । ବିଭିନ୍ନ ସମୟରେ ଅନେକ ଅନାଥଶ୍ରମକୁ ଯାଇ ଯଥା ସମ୍ଭବ ସାହାଯ୍ୟ କରିଛନ୍ତି । ଦୁଃଖି-ରଙ୍କିଙ୍କ ସାଥିରେ ସର୍ବଦା ଠିଆ ହୋଇଛନ୍ତି ଅର୍ଦ୍ଧେନ୍ଧୁ ।

ଦିଲ୍ଲୀର ILVS ହସ୍ପିଟାଲରେ ପିଣ୍ଟୁଙ୍କ ଅପରେସନ କରାଯିବ । ବର୍ତ୍ତମାନ ସୁଦ୍ଧା ଦୁଇ ଜଣ ଲିଭର ଡୋନର ସ୍ଥିର ହୋଇଛନ୍ତି । ତଥାପି ବ୍ୟାପକ ଅର୍ଥର ଆବଶ୍ୟକତା ରହିଛି । ଏଭଳି ସମୟରେ ପିଣ୍ଟୁଙ୍କ ସାଥ ଦେଇଛନ୍ତି ରାଜ୍ୟବାସୀ, ସାଥି କଳାକର ଓ ସିନେମା ସଂଘ । ବ୍ୟୟ ବହୁଳ ଅପରେସନ ପାଇଁ ସମସ୍ତଙ୍କ ସହଯୋଗ ଲୋଡ଼ିଛନ୍ତି ପିଣ୍ଟୁ ନନ୍ଦ । ବହୁ ଶୁଭେଛୁ ତାଙ୍କୁ ସହଯୋଗର ହାତ ବଢ଼ାଇଛନ୍ତି । ଆହୁରି ଅଧିକ ଅର୍ଥର ଆବଶ୍ୟକତା ରହିଛି । ଏଣୁ ଅଧିକ ସହାୟତା ପାଇଁ ସେ ନିବେଦନ କରିଛନ୍ତି ଓ ଅର୍ଥ ପ୍ରଦାନ ପାଇଁ ତାଙ୍କ ଭାଇ ଅଭିରାମ ନନ୍ଦଙ୍କ ଆକାଉଣ୍ଟକୁ ଟଙ୍କା ପଠାଇବାକୁ ଅନୁରୋଧ କରିଛନ୍ତି । ଅନ୍ୟଥା ଅନ୍ୟ କୌଣସି ଆକାଉଣ୍ଟକୁ ପଠାଇବେ ନାହିଁ ।

ଅନେକ ଚଳଚିତ୍ରରେ ଚିତାକର୍ଷକ ଅଭିନୟ କରି ଦର୍ଶକଙ୍କ ହୃଦୟରେ ରାଜ କରିଛନ୍ତି ପିଣ୍ଟୁ । ତେଣୁ ପିଣ୍ଟୁଙ୍କ ଅସମୟରେ ଠିଆ ହୋଇଛନ୍ତି ଦର୍ଶକ, ସାଥି କଳାକାର ଓ ସିନେମା ସଂଘ । ଯଥା ସମ୍ଭବ ସାହାଯ୍ୟ ପ୍ରଦାନ କରୁଛନ୍ତି ଲୋକେ । ଆଜି ଭୋରରୁ ଅପରେସନ ପାଇଁ ପିଣ୍ଟୁ ଦିଲ୍ଲୀ ଯାଇଥିବାବେଳେ ହାତ ଯୋଡି ରାଜ୍ୟବାସୀଙ୍କ ଆଶୀର୍ବାଦ ଲୋଡିଛନ୍ତି ଏବଂ ସେଠାରେ ଆବଶ୍ୟକୀୟ ଅର୍ଥ ପାଇଁ ପୂର୍ବପରି ସାହାଯ୍ୟ ଓ ସମର୍ଥନ କରିବାକୁ ନିବେଦନ କରିଛନ୍ତି । ସେପଟେ ଅର୍ଦ୍ଧେନ୍ଦୁଙ୍କ ମହତ କାର୍ଯ୍ୟକୁ ପ୍ରଶଂସା କରିଛନ୍ତି ବୁଦ୍ଧିଜୀବୀ l

Leave A Reply

Your email address will not be published.