ଝାରସୁଗୁଡା (କେ ରୋଷନ ପୃଷ୍ଟି): ନିଜ ଖବର ଯେକେହି ଯେତେବେଳେ ଟିଭି କିମ୍ବା ଖବରକାଗଜରେ ଦେଖନ୍ତି ସେତେବେଳେ ଖୁସି ହେବା ସ୍ବାଭାବିକ। କିନ୍ତୁ ଯଦି ସଂପୃକ୍ତ ବ୍ୟକ୍ତି ସେ କରିଥିବା ଅପରାଧ ବାବଦରେ ଖବରକାଗଜରେ ପଢୁଥିବେ କିମ୍ବା ଟିଭିରେ ଦେଖୁଥିବେ ତାହେଲେ କିପରି ଲାଗିବ? ମାନବୀୟ ଦୃଷ୍ଟିକୋଣରୁ ସଙ୍କୋଚ ଲାଗିବା କଥା। କିନ୍ତୁ ମନ୍ତ୍ରୀ ନବ ଦାସ ହତ୍ୟା ହଟଣାର ଅଭିଯୁକ୍ତ ଗୋପାଳ ଦାସଙ୍କ କ୍ଷେତ୍ରରେ କିଛି ଅଲଗା ଦେଖିବାକୁ ମିଳିଛି। ନାର୍କୋ ପରୀକ୍ଷା ପାଇଁ ଗୁଜରାଟ ଗସ୍ତରେ ଯିବା ପୂର୍ବରୁ ଝାରସୁଗୁଡା ବିମାନ ବନ୍ଦରରେ ଉପସ୍ଥିତ ଥିବା ବେଳେ ଗୋପାଳ ତାଙ୍କ ବାବଦରେ ବାହାରିଥିବା ଖବରକାଗଜ ପଢ଼ି ମନ ଖୋଲି ହସିଥିବା ଦେଖିବାକୁ ମିଳିଛି। ସେ ଯେଉଁ ଅପରାଧ କରିଛନ୍ତି ତାକୁ ନେଇ ସାରା ରାଜ୍ୟ ଯେତେବେଳେ ଚର୍ଚ୍ଚା କରୁଛି, ସରକାର ଚାପରେ ଅଛନ୍ତି ସେତେବେଳେ ଗୋପାଳଙ୍କ ଏହି ମନ ଖୋଲା ହସକୁ ନେଇ ଭିନ୍ନ ଚର୍ଚ୍ଚା ଆରମ୍ଭ ହୋଇଛି।
ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡ ଅଭିଯୁକ୍ତ ଗୋପାଳ ଦାସଙ୍କର ହେବ ନାର୍କୋ ଟେଷ୍ଚ । ଏଥିପାଇଁ ସେ ଝାରସୁଗୁଡା ବିମାନ ବନ୍ଦରରୁ କୋଲକାତା ପରେ ଗୁଜରାଟର ଅହମଦାବାଦ ଯାଇଛି। ଏହିଠାରେ ତାଙ୍କର ନାର୍କୋ ଟେଷ୍ଟ ହେବ। ସେ ଏହି ଘଟଣାକୁ ନେଇ ଯେଉଁ ବୟାନ ତଦନ୍ତକାରୀ ଟିମକୁ ଦେଇଛନ୍ତି ତାହା କେତେ ସତ କେତେ ମିଛ ଜଣାପଡ଼ିବ। ସେଥିପାଇଁ ବ୍ରଜରାଜନଗର ବିମାନ ବନ୍ଦର ଭିତରେ ଥିବା ଏକ ରୁମରେ ଗୋପାଳ ବସିଥିବା ବେଳେ ନିଜ ବାବଦରେ ବାହାରିଥିବା ଖବରକାଗଜଟି ତାଙ୍କ ଆଖି ସାମ୍ନାରେ ପଡ଼ିଥିଲା। ଯାହାକୁ ଦେଖି ସେ ଖୁବ ହସିଥିଲେ।
ଏହାପୂର୍ବରୁ ବୁଧବାର କ୍ରାଇମସ୍ପଟକୁ ଯାଇଥିଲେ ତଦନ୍ତର ତଦାରଖ କରୁଥିବା ଜଷ୍ଟିସ ଜେ.ପି ଦାସ ଏବଂ ତଦନ୍ତକାରୀ ଟିମ୍। ମଙ୍ଗଳବାର ଅପରାହ୍ନରେ ଅଭିଯୁକ୍ତଙ୍କୁ କ୍ରାଇମସ୍ପଟକୁ ଆଣି କ୍ରଇମ ସିନ ରିକ୍ରିଏସନ କରିଥିଲା ତଦନ୍ତକାରୀ ଟିମ୍।
ଉଲ୍ଲେଖଯୋଗ୍ୟ, ଏବେ ମନ୍ତ୍ରୀ ନବ ଦାସଙ୍କ ଏକଦାଶହ (ବୁଧବାର) ଶେଷ ହୋଇଛି। ଦ୍ବାଦଶ ପାଇଁ ବଡ଼ ଆକାରରେ ପ୍ରସ୍ତୁତି ଚାଲିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଯିବାର କାର୍ଯ୍ୟକ୍ରମ ରହିଛି।ଏହାବାଦ ଅନେକ ନେତା, ମନ୍ତ୍ରୀ, ଅଫିସର ମଧ୍ୟ ସାମିଲ ହେବେ ବୋଲି ଜଣାପଡ଼ିଛି।
Comments are closed.